ଲଣ୍ଡନ: ଇଂଲଣ୍ଡ ଅଲ-ରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ଅଭିମୁଖେ ଉଡାଣ ଭରିଛନ୍ତି । ଇଂଲଣ୍ଡ ଟିମ ଭାରତ ଗସ୍ତରେ ଆସି 4ଟି ଟେଷ୍ଟ, 5ଟି ଟି20 ଓ 3ଟି ଦିନିକିଆ ମ୍ୟାଚ ଖେଳିବ । ଟେଷ୍ଟ ସିରିଜ ଫେବୃଆରୀ 5ରୁ ଆରମ୍ଭ ହେବ ।
-
See you soon India ✈️🇮🇳 pic.twitter.com/TrGHG3iuy3
— Ben Stokes (@benstokes38) January 23, 2021 " class="align-text-top noRightClick twitterSection" data="
">See you soon India ✈️🇮🇳 pic.twitter.com/TrGHG3iuy3
— Ben Stokes (@benstokes38) January 23, 2021See you soon India ✈️🇮🇳 pic.twitter.com/TrGHG3iuy3
— Ben Stokes (@benstokes38) January 23, 2021
ରବିବାର ଷ୍ଟୋକ୍ସ ବିମାନ ଭିତରେ ବସିଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିଲେ ଲେଖିଛନ୍ତି "ସି ୟୁ ସୁନ୍ ଇଣ୍ଡିଆ" ।
ଜୋ ରୁଟଙ୍କ ନେତୃତ୍ବରେ ଇଂଲଣ୍ଡ ଟିମ ବର୍ତ୍ତମାନ ଶ୍ରୀଲଙ୍କାରେ ରହିଛି । ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସିରିଜ ଜାରି ରହିଛି ।
ଅନ୍ୟପଟେ ଭାରତୀୟ ଟିମ ବର୍ଡର ଗାଭାସ୍କର ଟ୍ରଫି ସିରିଜ ବିଜୟୀ ହୋଇ ସଫଳତାର ସହ ଅଷ୍ଟ୍ରଲିଆ ଗସ୍ତ ଶେଷ କରି ଭାରତ ଫେରିଛି ।
ଟେଷ୍ଟ ସିରିଜ ପାଇଁ ଉଭୟ ଟିମ ସ୍କ୍ବାଡ ଘୋଷଣା କରିସାରିଛନ୍ତି । ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବ । ଭାରତୀୟ ଟିମ ବର୍ତ୍ତମାନ ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସ୍ଥାନରେ ରହିଛି । ଆଗାମୀ ଇଂଲଣ୍ଡ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 2-0ରେ ବିଜୟୀ ହେଲେ WTC ଫାଇନାଲରେ ସ୍ଥାନ ପକ୍କା କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ