ଲାହୋର: 2019 କ୍ରିକେଟ ବିଶ୍ବକପ ପରେ ପାକିସ୍ତାନ କ୍ରିକେଟର ସର୍ଫରାଜ ଅହମ୍ମଦଙ୍କ ଖରାପ ସମୟ ଶେଷ ହେବାର ନାଁ ଧରୁନି । ପ୍ରଥମେ କ୍ୟାପଟେନ ପଦ, ପରେ ଦଳକୁ ମଧ୍ୟ ବାଦ୍ ପଡିଥିଲେ । ସ୍ଥିତି ଏପରି ହେଲା ଯେ, କ୍ରିକେଟର 3ଟି ଫର୍ମାଟରୁ ପାକିସ୍ତାନ ଦଳରୁ ନିଜ ସ୍ଥାନ ହରାଇଲେ ସର୍ଫରାଜ ।
ତେବେ ସଦ୍ୟ ପ୍ରକାଶିତ ପାକିସ୍ତାନ କ୍ରିକେଟ ବୋର୍ଡର କେନ୍ଦ୍ରୀୟ ଚୁକ୍ତିରେ ଗ୍ରେଡ ଏ ରେ ସର୍ଫରାଜଙ୍କୁ ବାବାର ଆଜାମ ଓ ସ୍ପିନର ୟାସିର ଶାହଙ୍କ ସହ ସ୍ଥାନ ମିଳିଥିଲା । ତେବେ ଦଳର ନୀୟମିତ ସଦସ୍ୟ ନ ହୋଇଥିବାରୁ 2017 ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜେତା କ୍ୟାପଟେନ ସର୍ଫରାଜ ଅହମ୍ମଦଙ୍କ ଚୁକ୍ତି ଗ୍ରେଡ ଏ' ରୁ ଗ୍ରେଡ ସି'କୁ ପରିବର୍ତ୍ତନ ହେବାନେଇ ସୂଚନା ମିଳିଛି ।
କୋରୋନା ଭାଇରସ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ ଇଭେଣ୍ଟ ବନ୍ଦ ରହିଛି । ବୋର୍ଡ ଆର୍ଥିକ ସଙ୍କଟ ଦେଇଗତି କରୁଥିବାରୁ ଏପରି ନିଷ୍ପତି ନିଆଯାଇଥିବା କୁହାଯାଉଛି ।