ETV Bharat / sports

ରୁଟ୍‌-ଗାବ୍ରିଏଲ୍‌ ଫାଇଟ: ବିନା ଦୋଷରେ ଟ୍ରୋଲ ହେଲେ ସଞ୍ଜୟ - Criticizing

ଏହା ପରେ ମଙ୍ଗଳବାର ସଞ୍ଜୟ ଟ୍ବିଟ କରି ଷ୍ଟମ୍ପରେ ଲାଗିଥିବା ମାଇକ୍‌କୁ ନେଇ ପ୍ରଶ୍ନ କରିଥିଲେ । ତେବେ ଏହା ପରେ ଟ୍ବିଟରେ ଆରମ୍ଭ ହୋଇଯାଇଛି କମେଣ୍ଟର ବର୍ଷା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Feb 13, 2019, 7:57 AM IST

ହାଇଦ୍ରାବାଦ: ଦୋଷ ନ ଥାଇ ବି ଫସି ଗଲେ ଭାରତୀୟ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜେରକର । ଟ୍ରୋଲ ହେଲେ ଟ୍ବିଟରରେ । ତେବେ ରୁଟ୍‌-ଗାବ୍ରିଏଲ୍‌ଙ୍କ ଗେ' କୁ ନେଇ ବାକ୍‌ ଯୁଦ୍ଧ ପରେ ଷ୍ଟମ୍ପ ମାଇକକୁ ନେଇ ଏମିତି କିଛି ଟୁଇଟ କରିଦେଲେ ସଞ୍ଜୟ । ପରେ କ୍ରିକେଟ ପ୍ରେମୀ ତାଙ୍କୁ ଜୋରଦାର ଟ୍ରୋଲ କରିବାରେ ଲାଗିଛନ୍ତି ।

ତେବେ ୱେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା 3ୟ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଶାନ୍ନନ ଗାବ୍ରିଏଲ୍‌ଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା । ଗାବ୍ରିଏଲ୍‌ ପ୍ରଥମେ କିଛି ଅପଶବ୍ଦ ପ୍ରୟୋଗ କରିଥିଲେ । ପରେ ରୁଟ୍‌ ତାଙ୍କୁ ଯାହା ପ୍ରତି ଉତ୍ତରରେ କହିଥିଲେ ସେ କଥା ଷ୍ଟମ୍ପରେ ଲାଗିଥିବା ମାଇକରେ ରେକର୍ଡ ହୋଇଥିଲା । ରୁଟ କହିଥିଲେ " ଗେ ହୋଇ ରହିବା କୌଣସି ଭୁଲ କଥା ନୁହେଁ । "

ତେବେ ଏହା ପରେ ମଙ୍ଗଳବାର ସଞ୍ଜୟ ଟ୍ବିଟ କରି ଷ୍ଟମ୍ପରେ ଲାଗିଥିବା ମାଇକ୍‌କୁ ନେଇ ପ୍ରଶ୍ନ କରିଥିଲେ । ସଞ୍ଜୟ ଲେଖିଛନ୍ତି, "ଷ୍ଟମ୍ପରେ ଲାଗିଥିବା ମାଇକ୍‌ କଣ ପ୍ରକୃତରେ ମ୍ୟାଚରେ କୌଣସି ଲାଭ ଦେଉଛି । ସର୍ଫରାଜଙ୍କ ପରେ ଗାବ୍ରିଏଲ୍‌ଙ୍କ ସହିତ ଯାହା ଘଟିଲା, ସେଥିପାଇଁ ଷ୍ଟମ୍ପ ମାଇକଙ୍କୁ ଧନ୍ୟବାଦ୍‌ ।"

ତେବେ ଏହା ପରେ ଟ୍ବିଟରେ ଆରମ୍ଭ ହୋଇଯାଇଛି କମେଣ୍ଟର ବର୍ଷା ।

Intro:ସୁବର୍ଣ୍ଣପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବଳଦେବ ବେଦବାକ ଙ୍କ ନେତ୍ତୃତ୍ୱରେ ସହରର ବ୍ଲକ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ ଓ ସାଂସଦ କଲିକେଶ ନାରାୟଣ ସିଂ ଦେଓ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ଚଳିତ ବଜେଟ ରେ ସୁବର୍ଣ୍ଣପୁର ପାଇଁ ଅନୁଦାନ ପ୍ରବଧାନ କରାଯାଇ ନ ଥିବାରୁ ବଜେପି ତରଫରୁ ଏହି ଆନ୍ଦୋଳନ କରାଯାଇଥିଲା।ସହରରେ ରାମେଶ୍ଵର barage ,ରିଙ୍ଗ ରୋଡ, ସୁରେଶ୍ଵରୀ ମେଗା ଜଳ ସେଚନ ପ୍ରକଳ୍ପ ଆଦି ପାଇଁ ଅନୁଦାନ ନ ଦେଇ କେବଳ ପ୍ରତିଶ୍ରୁତି ଦେଈ ଥିବାରୁ ବଜେପି ଏହି ଆନ୍ଦୋଳନ କରିଛି।

Body:ବିଜେଡ଼ି ନେତା ଦ୍ବୟଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରିବା ପାଇଁ ଘଣ୍ଟ ବଜାଇ ରୟଲ ପଡିଆରୁ ବ୍ଲକ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବଜେପି କାର୍ଯ୍ୟକର୍ତମାନେ ଆସି କୁଶ ପୁତ୍ତଳିକା ଦାହ କରିଥିଲେ।

Conclusion:ନେତା ଦ୍ବୟ ପ୍ରତିଶ୍ରୁତି ପୂରଣ ନ କଲେ ଆଗକୁ ଆନ୍ଦୋଳନ ଭୟାବହ ହେବ ବୋଲି କହିଛନ୍ତି। ବାଇଟ-ବଳଦେବ ବେଦବାକ, ସୁବର୍ଣ୍ଣପୁର।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.