ETV Bharat / sports

ମହିଳା ଟି-20 ବିଶ୍ବକପ: ପାକିସ୍ତାନ ଦଳରୁ ସାନା ବାଦ

ଅଷ୍ଟ୍ରେଲିଆରେ ଫେବୃୟାରୀରୁ ଖେଳାଯିବ ଆଇସିସି ମହିଳା ଟି20 ବିଶ୍ବକପ 2020 । ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ପକ୍ଷରୁ ପାକିସ୍ତାନ ମହିଳା କ୍ରିକେଟ ଦଳ ଘୋଷଣା ହୋଇଛି । ମାତ୍ର ପୂର୍ବତନ କ୍ୟାପଟେନ ସାନା ମୀରଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଅଧିକ ପଢନ୍ତୁ...

author img

By

Published : Jan 21, 2020, 8:16 AM IST

Women's T20 World Cup
ମହିଳା ଟି-20 ବିଶ୍ବକପ

କରାଚୀ: ଅଷ୍ଟ୍ରେଲିଆରେ ଫେବୃୟାରୀରୁ ଖେଳାଯିବ ଆଇସିସି ମହିଳା ଟି20 ବିଶ୍ବକପ 2020 । ଏଥିପାଇଁ ସମସ୍ତ ଟିମ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରାୟ ଅଧିଂକାଶ ଟିମ ନିଜର ବିଶ୍ବକର ଦଳ ଘୋଷଣା କରିସାରିଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ପାକିସ୍ତାନ ମହିଳା କ୍ରିକେଟ ଦଳ ଘୋଷଣା ହୋଇଛି । ମାତ୍ର ପୂର୍ବତନ କ୍ୟାପଟେନ ସାନା ମୀରଙ୍କୁ ଦଳରେ ସ୍ଥାନ ମିଳିନାହିଁ । ସାନା ମୀର ଦିନିକିଆ ବିଶ୍ବକପ ଓ ଟି20 ବିଶ୍ବକପରେ ପାକିସ୍ତାନର କ୍ୟାପଟେନ ଦାୟିତ୍ବ ତୁଲାଇଛନ୍ତି । ଏଥସହିତ 120ଟି ଦିନିକିଆ ଓ 102ଟି ଟି20 ମ୍ୟାଚ ଖେଳିଛନ୍ତି ।

ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରେ ସାନାଙ୍କ ପ୍ରଦର୍ଶନ ଗତ କିଛି ମାସ ଧରି ପ୍ରଭାବି ରହିନାହିଁ । ପ୍ରଦର୍ଶନ ଓ ବର୍ତ୍ତମାନର ଫର୍ମକୁ ନଜରରେ ରଖି ଦଳ ଚୟନ ହୋଇଥିବା କହିଛନ୍ତି ପାକିସ୍ତାନ ମହିଳା କ୍ରିକେଟ ଟିମର ଚୟନକର୍ତ୍ତା କମିଟି । ସାନାଙ୍କୁ ଦଳରୁ ବାହରେ ରଖିବା କଠୋର ନିଷ୍ପତ୍ତି ବୋଲି ମୁଖ୍ୟ ଚୟନକର୍ତ୍ତା ଉର୍ଜୁ ମୁମତାଜ ସ୍ବୀକାର କରିଛନ୍ତି । ମାତ୍ର ଟି20 ଫର୍ମାଟରେ 34 ବର୍ଷିୟ ସାନାଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇପାରିନାହିଁ ବୋଲି ମୁମତାଜ ସ୍ପଷ୍ଟ କରିଛନ୍ତି । ତେବେ 15 ବର୍ଷିୟ ଆୟେଶା ନସୀମ ଓ 16 ବର୍ଷିୟ ,ସାୟଦ ଆରୁବ ସାହଙ୍କୁ ବିଶ୍ବକପ ଦଳରେ ସ୍ଥାନ ମିଳିଛି ।

ପାକିସ୍ତାନ ମହିଳା ଟି-20 ବିଶ୍ବକପ ଦଳ: ବିଶମା ମାରୁଫ, ଏଇମ ଅନୱାର, ଆଲିୟା ରିଆଜ, ଆନମ ଅମିନ, ଆୟେସା ନସୀମ, ଦିଆନା ବେଗ, ଫତିମା ସାନା, ଇମ୍ରାନ ଜାଭେଦ, ଜାଭେରିଆ ଖାନ, ମୁନିବା ଅଲ୍ଲୀ, ନିଦା ଦାର, ଓମାଇମା ସୋହେଲ, ସାଦିଆ ଇକବାଲ, ସିଦ୍ରା ନୱାଜ(ୱିକେଟ କିପର), ସାୟଦ ଆରୁବ ସାହ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.