ହାଇଦ୍ରାବାଦ: ଅଗଷ୍ଟ 15 ତାରିଖ ଦିନ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ମାହିଙ୍କ ସନ୍ୟାସ ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କମାନେ ବେଶ ଭାବୁକ ହୋଇ ପଡିଛନ୍ତି । ତେବେ ଏହି ସମୟରେ ଏମଏସ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ମାହିଙ୍କ ପାଇଁ ଏକ ଆବେଗଭରା ପୋଷ୍ଟ ସୋସିଆଲମିଡିଆରେ ପୋଷ୍ଟ କରିଛନ୍ତି ।
ସାକ୍ଷୀ ନିଜର ଇନଷ୍ଟାଗ୍ରାମରେ ଧୋନିଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ତମେ ଯାହା ହାସଲ କରିଛ, ସେଥିପାଇଁ ତୁମକୁ ଗର୍ବ କରିବା କଥା । ଖେଳରେ ନିଜର ସର୍ବଶ୍ରେଷ୍ଠ ଦେଇଥିବାରୁ ତୁମକୁ ଅଭିନନ୍ଦନ । ତୁମ ଉପରେ ଓ ତୁମର ଉପଲବ୍ଧିକୁ ନେଇ ମୁଁ ବେଶ ଗର୍ବ ଅନୁଭବ କରେ । ମତେ ବେଶ୍ ଭଲ ଭାବରେ ଜଣା ନିଜର ଜୁନୁନକୁ ବିଦାୟ କହିବା ପାଇଁ ନିଜର ଲୁହକୁ ନିଜ ଭିତରେ ଲୁଚେଇ ଦେଇଥିବ । ତମକୁ ସ୍ବାସ୍ଥ୍ୟ, ଖୁସି ଓ ଭବଷ୍ୟତ ପାଇଁ ଶୁଭକାମନା । ଧନ୍ୟବାଦ ଏମଏସଡି ।
ଏଥିସହ ସାକ୍ଷୀ ମାୟା ଏନଜେଲୋଙ୍କ ଏକ କୋଟେସନ ବି ଲେଖିଛନ୍ତି, ତମେ କହିଥିବା କଥା ଲୋକେ ଭୁଲି ଯିବେ,ତମେ କରିଥିବା କାମକୁ ମଧ୍ୟ ଲୋକେ ଭୁଲି ଯିବେ କିନ୍ତୁ ତମେ ସେମାନଙ୍କୁ ଯେଉଁ ଅନୁଭବ ଦେଇଛ ସେମାନେ କଦାପି ଭୁଲି ପାରିବେ ନାହିଁ ।
ସୂଚନାଥାଉକି, ଏମଏସ ଧୋନି ଅବସର ନେଇଥିବା ସୂଚନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି ।