ETV Bharat / sports

ପୁରୁଷଙ୍କ ପାଇଁ ମାଷ୍ଟରବ୍ଲାଷ୍ଟର ଲେଖିଲେ ଏକ ଖାସ୍‌ ଚିଠି

କ୍ରିକେଟ ଜଗତର ଭଗବାନ ସଚିନ ତେନ୍ଦୁଲକର ପୁରୁଷମାନଙ୍କ ପାଇଁ ଏକ ଖାସ୍‌ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, କାନ୍ଦିବା ଦ୍ବାରା ପୁରୁଷମାନେ ଦୁର୍ବଳ ହୋଇଥାନ୍ତି । ଏପରି ଚିନ୍ତାଧାରା ସହ ମୁଁ ବି ବଡ ହୋଇଛି । କିନ୍ତୁ ଏହା ଭୁଲ୍‌ । ନିଜର ଲୁହ ଦେଖେଇବା କୌଣସି ଲଜ୍ଜାର କଥା ନୁହେଁ ।

author img

By

Published : Nov 21, 2019, 8:38 AM IST

sachin tendulkar

ନୂଆଦିଲ୍ଲୀ: କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର'ଅନ୍ତର୍ଜାତୀୟ ପୁରୁଷ ଦିବସ ସପ୍ତାହ' ଅବସରରେ ସମସ୍ତ ପୁରୁଷଙ୍କ ପାଇଁ ଏକ ଖାସ୍‌ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପୁରୁଷମାନେ ନିଜର ଭାବନା ଲୁଚେଇବା କଥା ନୁହେଁ । ନିଜର ଭାବନାକୁ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି । ଏଥସହ କହିଛନ୍ତି ଯେ, ଯଦି କାନ୍ଦିବାକୁ ଚାହୁଁଛ ତେବେ କାନ୍ଦ ।

sachin tendulkar
ଫଟୋ ସୌଜନ୍ୟ: ସୋସିଆଲମିଡିଆ@sachin_rt

ସଚିନ ଚିଠିରେ ଲେଖିଛନ୍ତି ଯେ,ଆପଣମାନେ ଅତି ଶୀଘ୍ର ପିତା, ଭାଇ, ସ୍ବାମୀ, ସାଙ୍ଗ,ମେଣ୍ଟର ଓ ଗୁରୁ ହେବେ । ଆପଣମାନଙ୍କୁ ଉଦାହରଣ ସୃଷ୍ଟି କରିବାକୁ ହେବ । ମଜବୁତ୍‌ ଓ ସାହାସୀ ହେବାକୁ ପଡିବ । ଏଥିସହ ଆପଣଙ୍କ ଜୀବନରେ ଏପରି ମୂହୁର୍ତ୍ତ ଆସିବ ଆପଣଙ୍କୁ ଡର ଲାଗିବ, ସନ୍ଦେହ ଓ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ପୁଣି ଏପରି ସମୟ ଆସିବ ବିଫଳ ମଧ୍ୟ ହେବେ ଓ ଆପଣଙ୍କୁ କାନ୍ଦିବାକୁ ମଧ୍ୟ ଇଚ୍ଛା ହେବ । କିନ୍ତୁ ସେହି ସମୟରେ ଆପଣ ନିଜର କାନ୍ଦକୁ ରୋକିଦେବେ ଓ ମଜବୁତ ହେବାର ପ୍ରୟାସ କରିବେ । କାରଣ ପୁରୁଷମାନେ ଏପରି ହିଁ କରନ୍ତି । କାରଣ ଆମ୍ଭମାନଙ୍କୁ ଏପରି ହିଁ ବଡ କରାଯାଇଛି । କୁହାଯାଇଛି ଯେ, ପୁରୁଷମାନେ କେବେ କାନ୍ଦନ୍ତି ନାହିଁ । କାନ୍ଦିବା ଦ୍ବାରା ପୁରୁଷମାନେ ଦୁର୍ବଳ ହୋଇଥାନ୍ତି । ଏପରି ଚିନ୍ତାଧାରା ସହ ମୁଁ ବି ବଡ ହୋଇଛି । କିନ୍ତୁ ଏହା ଭୁଲ୍‌ ।

ଏହାପରେ ସେ ଲେଖିଛନ୍ତି ଯେ, ମୁଁ ନିଜ ଜୀବନରେ କେବେ ବି 16ନଭେମ୍ବର 2013କୁ ଭୁଲି ପାରିବି ନାହିଁ । ଶେଷଥର ପାଇଁ ପାଭିଲିୟନକୁ ଫେରିବା ବହୁତ କଷ୍ଟଦାୟକ ଥିଲା ଓ ମୋ ମୁଣ୍ଡରେ ବହୁତ କିଛି ଚାଲୁଥିଲା । ମୋର ଗଳା ରୁଦ୍ଧ ହୋଇଯାଇଥିଲା । ହଠାତ୍‌ ମୋର ଲୁହ ସାରା ବିଶ୍ବ ସମ୍ମୁଖରେ ବହିବାରେ ଲାଗିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାପରେ ମୁଁ ଶାନ୍ତି ଅନୁଭବ କଲି । ନିଜର ଲୁହ ଦେଖେଇବା କୌଣସି ଲଜ୍ଜାର କଥା ନୁହେଁ । ନିଜର ବ୍ୟକ୍ତିତ୍ବର ଏକ ଅଂଶକୁ କାହିଁକି ଲୁଚେଇବା । ଯାହା ବାସ୍ତବରେ ଆପଣଙ୍କୁ ମଜବୁତ କରେ ।

Intro:Body:

sanhga

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.