ETV Bharat / sports

ପରିବାର ସହ ଯୋଗାସନ କରି ପିତୃ ଦିବସ ପାଳିଲେ ସଚିନ - ପିତୃଦିବସ ପାଳନ କରିଛନ୍ତି ସଚିନ

ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ପୁଅ, ଝିଅଙ୍କ ସହ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିବା ସହ ପିତୃଦିବସ ପାଳନ କରିଛନ୍ତି ।

Sachin Tendulkar celebrates Father's Day by performing yoga with kids
ପରିବାର ସହ ଯୋଗାସନ କରି ପିତୃ ଦିବସ ପାଳିରେ ସଚିନ
author img

By

Published : Jun 21, 2020, 5:11 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ପୁଅ ଝିଅଙ୍କ ସହ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିବା ସହ, ପିତୃଦିବସ ପାଳନ କରିଛନ୍ତି ।

ମହାନ ଭାରତୀୟ କ୍ରିକେଟର ସଚିନ ପୁଅ ଅର୍ଜୁନ ତେନ୍ଦୁଲକର ଓ ଝିଅ ସାରାଙ୍କ ସହିତ ଯୋଗଆସନ କରୁଥିବାର ନଜର ଆସିଛନ୍ତି । ଏହି ସମୟର ଏକ ଫଟୋ ସଚିନ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସହ, ପିତୃଦିବସ ପାଳନ କରୁଥିବା ଟ୍ବିଟରେ ଲେଖିଛନ୍ତି ।

ଏଥିସହିତ ପିତାଙ୍କ ସହ ଏକ ପୁରୁଣା ଫଟୋ ପୋଷ୍ଟ କରି ସଚିନ ଲେଖିଛନ୍ତି, "ପ୍ରଥମେ ଜଣ ଭଲ ମଣିଷ ହେବାକୁ ଦେଇଥିବା ଅମୂଲ୍ୟ ପରାମର୍ଶ ପାଇଁ ଧନ୍ୟବାଦ ।"

ବିଶ୍ବବ୍ୟାପୀ ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଚଳିତ ଥର ଯୋଗ ଦିବସର ସନ୍ଦେଶ ରହିଥିଲା ଘରେ ରହି ଯୋଗ କରିବା ('ଯୋଗ ଆଟ୍ ହୋମ') । ସେପ୍ଟେମ୍ବର 27, 2014ରେ ମିଳିତ ଜାତିସଂଘ ପରିଷଦରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ବେଳେ, ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତାବ ରଖିଥିଲେ । ପରେ ମିଳିତ ଜାତିସଂଘ ପକ୍ଷରୁ ଏହାକୁ ଅନୁମତି ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ, ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ ପାଇଁ ବିଶ୍ବ ତମାମ ଜୁନ 21ରେ ପ୍ରତିବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.