ମୁମ୍ବାଇ: କ୍ରିକେଟ ଓ ରାଜନେତାଙ୍କ ମିଳନ । ଆଜି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।
ତେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେବାକୁ ଉଭୟ ପୂର୍ବତନ ଖେଳାଳି ତାଙ୍କ ବାସଭବନରେ ପହଞ୍ଚିଥିବା ଜଣାପଡିଛି । ଅନ୍ୟପଟେ ଏହି ବୈଠକରେ ବହୁଜନ ପାର୍ଟିର ନେତା ପ୍ରକାଶ ଆମ୍ବେଡକର ଓ ବିଧାୟକ କପିଳ ମଧ୍ୟ ଉପସ୍ଥିତ ରହିଛନ୍ତି ।