ETV Bharat / sports

ସେଞ୍ଚୁରିଆନ ଟେଷ୍ଟ: ବିଜୟ ଠାରୁ 255 ରନ ଦୂରରେ ଇଂଲଣ୍ଡ - ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ସେଞ୍ଚୁରିଆନ ଟେଷ୍ଟ

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସେଞ୍ଚୁରିଆନ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । 376 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ, 3ୟ ଦିନ ଖେଳ ଶେଷ ସୁଦ୍ଧା 121/1 ରହିଛି । ଅଧିକ ପଢନ୍ତୁ...

SA vs ENG
ସେଞ୍ଚୁରିଆନ ଟେଷ୍ଟ
author img

By

Published : Dec 29, 2019, 9:36 AM IST

ସେଞ୍ଚୁରିଆନ: ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । 376 ରନର ବିଜୟ ଲକ୍ଷ୍ୟକୁ ପିଛା କରି, ଇଂଲଣ୍ଡର ସ୍କୋର 3ୟ ଦିନ ଖେଳ ଶେଷ ସୁଦ୍ଧା 121/1 ରହିଛି । ମ୍ୟାଚର ଶେଷ 2 ଦିନ ବାକିଥିବାବେଳେ ଇଂଲଣ୍ଡ ବିଜୟ ଠାରୁ 255 ଦୂରରେ ରହିଛି । ହାତରେ ମୂଲ୍ୟବାନ 8 ୱିକେଟ ସୁରକ୍ଷିତ ରହିଛି ।

SA vs ENG
ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା

ଇଂଲଣ୍ଡ ପକ୍ଷରୁ ଓପନର ରରି ବର୍ଣ୍ଣସ 11 ଚୌକା ସହାୟତାରେ ଅପରାଜିତ 77 ରନର ଇଂନିସ ଖେଳିଛନ୍ତି । ଜୋ ଡେନଲି 10 ରନ କରି ଅପରାଜିତ ଅଛନ୍ତି । ଡୋମିନିକ ସିବଲେ ଏକ ମାତ୍ର ୱିକେଟ ଭାବେ 29 ରନ କରି ଆଉଟ ହୋଇଛନ୍ତି ।

2ୟ ଇଂନିସରେ ଦକ୍ଷିଣ ଆଫ୍ରିକା 272 ରନରେ ଅଲଆଉଟ ହୋଇଥିଲା । ଫଳରେ ଇଂଲଣ୍ଡ ସାମ୍ନାରେ 376 ରନର ବିଜୟ ଲକ୍ଷ୍ୟ ରହିଥିଲା । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ 5ଟି ୱିକେଟ ଅକ୍ତିଆର କରିଛନ୍ତି । ବେନ ଷ୍ଟୋକ୍ସ 2ଟି, ଆଣ୍ଡରସନ, ବ୍ରଡ, ସାମ କରନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ପୂର୍ବରୁ ଇଂଲଣ୍ଡ ପ୍ରଥମ ଇଂନିସରେ 181 ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ 284 ରନ କରିଥିଲା ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.