ETV Bharat / sports

‘ରୋହିତ ଓ କୋହଲିଙ୍କ ଅନୁପସ୍ଥିତି ଭାରତୀୟ ଦଳରେ ସୃଷ୍ଟି କରିବ ଶୂନ୍ୟସ୍ଥାନ’ - ଭାରତୀୟ ଦଳରେ ଶୂନ୍ୟସ୍ଥାନ

ହ୍ବାଇଟ ବଲ ସିରିଜରେ ରୋହିତ ଶର୍ମା ଓ ଟେଷ୍ଟ ସିରିଜର ବିରାଟ କୋହଲିଙ୍କ ଅନୁପସ୍ଥିତି ଭାରତୀୟ ଟିମରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ । ଅଧିକ ପଢ଼ନ୍ତୁ...

Rohit's absence will be tremendous void in white ball, ditto for Virat in Tests: Smith
‘ରୋହିତ ଓ କୋହଲିଙ୍କ ଅନୁପସ୍ଥିତି ଭାରତୀୟ ଦଳରେ ସୃଷ୍ଟି କରିବ ଶୂନ୍ୟସ୍ଥାନ’
author img

By

Published : Nov 24, 2020, 6:09 PM IST

ସିଡନି: ଷ୍ଟାର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅନୁପସ୍ଥିତି ଭାରତୀୟ ଦଳରେ ଏକ “ବଡ଼ ରିକ୍ତସ୍ଥାନ” ଛାଡ଼ିବ କିନ୍ତୁ ଦଳରେ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି, ଯେଉଁମାନେ ଚାପ ପରିସ୍ଥିତିରେ ମଧ୍ୟ ଭଲ ପ୍ରଦର୍ଶନ କରି ପାରିବେ ।

Rohit's absence will be tremendous void in white ball, ditto for Virat in Tests: Smith
‘ରୋହିତ ଓ କୋହଲିଙ୍କ ଅନୁପସ୍ଥିତି ଭାରତୀୟ ଦଳରେ ସୃଷ୍ଟି କରିବ ଶୂନ୍ୟସ୍ଥାନ’

ହାମଷ୍ଟ୍ରିଂ ଆଘାତରେ ପୀଡିତ ଥିବା ରୋହିତ ହ୍ବାଇଟ ବଲ ସିରିଜରୁ ବାଦ୍‌ ପଡ଼ିଥିବାବେଳେ ପ୍ରଥମ ଦୁଇଟି ଟେଷ୍ଟରୁ ମଧ୍ୟ ବାଦ୍‌ ପଡ଼ିଛନ୍ତି । ତେବେ ବାକିତକ ଟେଷ୍ଟ ମ୍ୟାଚ ମଧ୍ୟ ସେ ଖେଳିବେ ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପଟେ ଅଧିନାୟକ ବିରାଟ କୋହଲି ମଧ୍ୟ ଏଡେଲେଡରେ ଦିବା-ରାତ୍ର ଟେଷ୍ଟ ଖେଳିବା ପରେ ନିଜର ପ୍ରଥମ ସନ୍ତାନ ଜନ୍ମ ପାଇଁ ଭାରତ ଫେରି ଆସିବେ ।

ସ୍ମିଥ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, “ଦେଖନ୍ତୁ, ରୋହିତ ନିଶ୍ଚିତ ଭାବେ ଏକ ଜବରଦସ୍ତ ହ୍ବାଇଟ-ବଲ ଖେଳାଳି, ସେ ଟପ ଅର୍ଡରରେ ରହି ଅନେକ ବର୍ଷ ହେଲା ନିଜକୁ ପ୍ରମାଣିତ କରିଛନ୍ତି । ତେଣୁ ସ୍ପଷ୍ଟ ଭାବେ ତାଙ୍କ ଅନୁପସ୍ଥିତି ଏକ ଶୂନ୍ୟସ୍ଥାନ ଛାଡ଼ିବ।’’

‘‘କିନ୍ତୁ ମୁଁ ଭାବୁଛି ଭାରତୀୟ ଦଳର ସୁନ୍ଦରତା ହେଉଛି ଟିମରେ ଆହୁରି ଅନେକ ପ୍ରତିଭାବାନ ଖେଳାଳି ଆସୁଛନ୍ତି, ଯାହାଙ୍କର ଖୁବ ଭଲ ଦକ୍ଷତା ରହିଛି ।’’

ସ୍ମିଥ ଆଇପିଏଲ ସମୟରେ ଦମଦାର ପ୍ରଦର୍ଶନ କରିଥିବା ମୟଙ୍କ ଅଗ୍ରୱାଲ ଏବଂ କେଏଲ୍ ରାହୁଲଙ୍କ ବିଷୟରେ ମଧ୍ୟ କହିଥିଲେ।

‘‘ଆପଣ ଆଇପିଏଲରେ ମୟଙ୍କ ଅଗ୍ରୱାଲଙ୍କ ପରି ଜଣକୁ ଦେଖନ୍ତୁ, ସେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି, ଟପ୍‌ ଅର୍ଡରରେ କେଏଲ୍ ରାହୁଲ ମଧ୍ୟ ଅଛନ୍ତି । ସେମାନଙ୍କ ପାଇଁ ଅନେକ ବିକଳ୍ପ ଅଛି, ତଥାପି ଏହା ନିଶ୍ଚିତ ଭାବରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ । କିନ୍ତୁ ତାକୁ ପୂରଣ କରିବା ପାଇଁ ଦକ୍ଷ ଖେଳାଳିମାନେ ଅଛନ୍ତି,’’ ବୋଲି ସ୍ମିଥ କହିଛନ୍ତି ।

ତେବେ କୋହଲିଙ୍କ ଅନୁପସ୍ଥିତି ନେଇ ମଧ୍ୟ ସମାନ କଥା ଅନୁଭବ କରନ୍ତି କୋହଲି ।

‘‘ରୋହିତଙ୍କ ପରି ମୁଁ ବିରାଟଙ୍କ ବିନା ଟେଷ୍ଟ ଦଳ କଥା ଭାବୁଛି। ଟିମରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଭଲ ପ୍ରଦର୍ଶନ କରିପାରିବେ।’’

‘‘ବିରାଟ ନିଶ୍ଚିତ ଭାବରେ ଉଚ୍ଚ ଦକ୍ଷତା ବିଶିଷ୍ଟ ଖେଳାଳି ଏବଂ ଆମେ ଜାଣୁ ସେ ଦୀର୍ଘ ସମୟ ଧରି ସବୁ ଫର୍ମାଟରେ କେତେ ଭଲ କରିଛନ୍ତି, ତେଣୁ ନିଶ୍ଚିତ ଭାବରେ ତାଙ୍କ ଅନୁପସ୍ଥିତି ଟିମ ଅନୁଭବ କରିବ । ତେବେ ମୁଁ ବିଶ୍ବାସ କରେ ଯେ ଭାରତୀୟ ଟିମ ପାଖରେ ଆହୁରି ଅନେକ ଦକ୍ଷତା ସମ୍ପନ୍ନ ଖେଳାଳି ଅଛନ୍ତି ଯେଉଁମାନେ ଏହି ଅଭାବକୁ ପୂରଣ କରିବାରେ ସକ୍ଷମ ଅଟନ୍ତି ।

ଅଷ୍ଟ୍ରେଲିଆରେ ଗତ ଇଣ୍ଡିଆ ଟେଷ୍ଟ ସିରିଜ୍ ସମୟରେ ସ୍ମିଥ୍ଙ୍କୁ ବଲ୍ ଟାମ୍ପରିଂ ପାଇଁ ବାରଣ କରାଯାଇଥିଲା ଏବଂ ତାଙ୍କର ପ୍ରିୟ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରିବାକୁ ବଞ୍ଚିତ ହୋଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.