ETV Bharat / sports

ଚହଲଙ୍କୁ ରୋହିତଙ୍କ ଟ୍ରୋଲ: ଆଇପିଏଲ 2050ରେ କେମିତି ଦେଖାଯିବେ ୟୁଜି ? - Rohit Sharma trolls Yuzvendra Chahal

ମଜାଳିଆ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ ଦଳର ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା । ଆଇପିଏଲର ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ ଆରିସିବିର ଜଣେ ବୃଦ୍ଧ ଓ ଜଣେ ଯୁବ ପ୍ରସଂଶକ ଠିଆ ହୋଇଥିବା ଏକ ଫଟୋକୁ ରୋହିତ ପୋଷ୍ଟ କରିଛନ୍ତି ।

ଚହଲଙ୍କୁ ରୋହିତଙ୍କ ଟ୍ରୋଲ: ଆଇପିଏଲ 2050ରେ କେମିତ ଦେଖାଯିବେ ୟୁଜି ?

author img

By

Published : Aug 9, 2020, 6:22 PM IST

Updated : Aug 9, 2020, 10:32 PM IST

ହାଇଦ୍ରାବାଦ: ଗତକାଲି ନିଜ ଜୀବନ ସାଥୀଙ୍କ ବିଷୟରେ ସୂଚନା ଦେଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ । ଶନିବାର ରୋକା ସେରିମନି(ପରିବାର ସହିତ ବର-କନ୍ୟାଙ୍କ ସହମତି) କାର୍ଯ୍ୟକ୍ରମରେ କୋରିଓଗ୍ରାଫର ତଥା ୟୁଟ୍ୟୁବର ଧନଶ୍ରୀ ବର୍ମାଙ୍କ ସହ ସଂପର୍କର ଖୁଲାସା କରିଛନ୍ତି ଚହଲ ।

ତେବେ ଚହଲଙ୍କ ଏହି ଖୁଲାସା ପରେ ସୋସିଆଲ ମିଡିଆରେ ତାଙ୍କୁ ପାଇଁ ଶୁଭେଚ୍ଛାର ଶୁଅ ଛୁଟିଛି । ଭାରତୀୟ କିମ୍ବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲିଙ୍କ ପର୍ଯ୍ୟନ୍ତ ସମସ୍ତେ ଚହଲଙ୍କୁ ନିର୍ବନ୍ଧର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏମିତି କିଛି ମଜାଳିଆ ଡଙ୍ଗରେ ଚହଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ସାଥି ଖେଳାଳି ତଥା ଚହଳଙ୍କ ଘନିଷ୍ଠ ବନ୍ଧୁ ରୋହିତ ଶର୍ମା ।

ଗତକାଲି ଟ୍ବିଟରରେ ଚହଲ ଲେଖିଥିଲେ, "ପରିବାର ସହ ଆମେ କହିଲୁ ‘ହଁ‘ " । ଯେଉଁଠାରେ ସେ ଏବଂ ଧନଶ୍ରୀଙ୍କ ଏକ ଫଟୋ ପୋଷ୍ଟ କରିଥିଲେ । ଏହା ପରେ ବହୁ ଭାରତୀୟ କ୍ରିକେଟର ଚହଲଙ୍କ ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ମଜାଳିଆ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ ଦଳର ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା । ଆଇପିଏଲର ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ ଆରିସିବିର ଜଣେ ବୃଦ୍ଧ ଓ ଜଣେ ଯୁବ ପ୍ରସଂଶକ ଠିଆ ହୋଇଥିବା ଏକ ଫଟୋକୁ ରୋହିତ ପୋଷ୍ଟ କରିଛନ୍ତି । ଯେଉଁ ଫଟୋ ଉପରେ ଲେଖାଯାଇଛି ଆଇପିଏଲ 2050ରେ ଯୁବକଙ୍କ ସହ ୟୁଜବେନ୍ଦ୍ର ଚହଲ । ତେବେ ଉଲ୍ଲେଖଯୋଗ୍ୟ ଯେ, ଫଟୋରେ ଥିବା ବୃଦ୍ଧ ପ୍ରଶଂସକ ଜଣଙ୍କ ଚହଲଙ୍କ ପରି ଦେଖାଯାଉଛନ୍ତି । ଯାହାର କ୍ୟାପସନରେ ରୋହିତ ଲେଖିଛନ୍ତି ‘ଭାଇ ତୁମର ନିର୍ବନ୍ଧ ପାଇଁ ତୁମକୁ ଶୁଭେଚ୍ଛା ।’’

ସୂଚନାଥାଉ କି, ୟୁଏଇରେ ଖେଳାଯିବାକୁ ଥିବା ଆଗାମୀ ଆଇପିଏଲରେ ଚହଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ନଜର ଆସିବେ । ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର 19ରୁ 10 ନଭେମ୍ବର ପର୍ଯ୍ୟନ୍ତ 53 ଦିନ ଖେଳାଯିବ । ଏଥିସହିତ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲ ମଙ୍ଗଳବାର ଖେଳାଯିବ ।

ଚହଲ ଶେଷ ଥର ପାଇଁ ପେବୃଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆରେ ନଜର ଆସିଥିଲେ । 30ବର୍ଷୀୟ ଚହଲ, ମେନ ଇନ୍ ବ୍ଳୁ ପକ୍ଷରୁ ଏଯାବତ 52ଟି ଦିନିକିଆ ଓ 42ଟି ଟି-20 ମ୍ୟାଚ ଖେଳି ଉଭୟ ଫର୍ମାଟରେ ମୋଟ 146 ୱିକେଟ ହାସଲ କରିଛନ୍ତି ।

Last Updated : Aug 9, 2020, 10:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.