ETV Bharat / sports

ରବିବାର ରୋହିତଙ୍କ ଫିଟନେସ ଟେଷ୍ଟ କରିବ ବିସିସିଆଇ ମେଡିକାଲ ଟିମ - ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ନ୍ୟୁଜ

ବିସିସିଆଇର ମେଡିକାଲ ଟିମ ରବିବାର ଟିମ ଇଣ୍ଡିଆର ସୀମିତ ଓଭର କ୍ରିକେଟ ଟିମର ଭାଇସ-କ୍ୟାପଟେନ ରୋହିତ ଶର୍ମାଙ୍କର ଫିଟନେସ ଟେଷ୍ଟ କରିବେ ।

Rohit Sharma to undergo fitness test under the gaze of BCCI medical team
ରବିବାର ରୋହିତଙ୍କ ଫିଟନେସ ଟେଷ୍ଟ କରିବ ବିସିସିଆଇ ମେଡିକାଲ ଟିମ
author img

By

Published : Oct 31, 2020, 9:10 PM IST

ଦୁବାଇ: ଆହତ କାରଣ ଦର୍ଶାଇ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହୋଇଥିବା ଭାରତୀୟ ଟିମରେ ସ୍ଥାନ ଦେଇନଥିଲା ବିସିସିଆଇ ।

Rohit Sharma to undergo fitness test under the gaze of BCCI medical team
ରୋହିତ ଶର୍ମା

ତେବେ ବିସିସିଆଇର ମେଡିକାଲ ଟିମ ରବିବାର ଟିମ ଇଣ୍ଡିଆର ସୀମିତ ଓଭର କ୍ରିକେଟ ଟିମର ଭାଇସ-କ୍ୟାପଟେନ ରୋହିତ ଶର୍ମାଙ୍କର ଫିଟନେସ ଟେଷ୍ଟ କରିବେ । ଏହାପରେ ନଭେମ୍ବର 27ରୁ ପ୍ରଥମ ଦିନିକିଆ ମ୍ୟାଚ ସହ ଆରମ୍ଭ ହେଉଥିବା ସିରିଜରେ ରୋହିତଙ୍କୁ ସ୍ଥାନ ମିଳିବା କି ନାହିଁ ସ୍ପଷ୍ଟ ହେବ ।

ବିସିସିଆଇ

ମାଂଶପେଶୀରେ ଯନ୍ତ୍ରଣା ଅନୁଭଭ କରିବା ପରେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ପାଇ ଗତ 4ଟି ମ୍ୟାଚ ଖେଳିପାରିନାହାନ୍ତି ରୋହିତ । ଅକ୍ଟୋବର 18ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଆହତ ହୋଇଥିଲେ ଟିମ ଇଣ୍ଡିଆର ଏହି ଷ୍ଟାର ଖେଳାଳି ।

ଆଇପିଏଲ ଶେଷ ପରେ ଭାରତୀୟ ଟିମ ୟୁଏଇରୁ ଅଷ୍ଟ୍ରେଲିଆ ଅଭିମୁଖେ ଉଡାଣ ଭରିବ । ସେଥିପାଇ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ଜାତୀୟ ଟିମର କୋଚିଂ ଷ୍ଟାଫ, ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଓ ହନୁମା ବିହାରୀ ୟୁଏଇ ପହଞ୍ଚିସାରିଛନ୍ତି ।

ବ୍ୟୁରା ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.