ETV Bharat / sports

ବିରାଟଙ୍କୁ ଚିହ୍ନି ପାରିଲେନି ରୋହିତ ! - ରୋହିତ୍‌

ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ରବୀନ୍ଦ୍ର ଜାଡେଜା  "ହେଡ୍ସ ଅପ" ଚ୍ୟାଲେଞ୍ଜ ଦେଉଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 9, 2019, 10:09 PM IST

Updated : Aug 10, 2019, 7:51 PM IST

ଗୁଆନା: ଇଣ୍ଡିଜ୍‌ ଗସ୍ତର ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାଧା ପ୍ରାପ୍ତ ହେବା ପରେ ହୋଟେଲରେ ଭାରତୀୟ ଖେଳାଳିମାନେ ମଜାମସ୍ତି କରୁଥିବାର ନଜର ଆସିଛନ୍ତି । ତେବେ ବିସିସିଆଇର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ରବୀନ୍ଦ୍ର ଜାଡେଜା "ହେଡ୍ସ ଅପ" ଚ୍ୟାଲେଞ୍ଜ ଦେଉଛନ୍ତି ।

ଭିଡିଓ ସୌଜନ୍ୟ- ଟ୍ବିଟର @bcci

ଭିଡିଓଟିରେ ରୋହିତ୍‌ କାର୍ଡ ବୋର୍ଡରେ ଲେଖା ହେଉଥିବା କିଛି ଖେଳାଳିଙ୍କ ନାମକୁ ନିଜ ମୁଣ୍ଡ ଉପରେ ରଖୁଛନ୍ତି । ଜାଡେଜା ସେହି ଖେଳାଳିଙ୍କ ଆକ୍ସନ କରି ଦେଖାଉଛନ୍ତି । ପରେ ରୋହିତ ଉକ୍ତ ଖେଳାଳିଙ୍କ ନାମ କହୁଛନ୍ତି ।

ତେବେ ପ୍ରଥମ ନାମ ଜସପ୍ରୀତ୍‌ ବୁମରାଙ୍କ ଆସୁଛି । ଯାହକୁ ରୋହିତ୍‌ ଅତି ସହଜରେ ଅନୁମାନ ଲଗାଇ ପାରୁଛନ୍ତି । ପରେ ବିରାଟ କୋହଲିଙ୍କ ନାମ ଆସିବାରୁ ଜାଡେଜା କୋହଲିଙ୍କ ଆକ୍ସନ ଦେଖାଇଛନ୍ତି । ମାତ୍ର ରୋହିତ୍‌ ବିରାଟଙ୍କ ଆକ୍ସନକୁ ବିଳମ୍ବରେ ଅନୁମାନ କରି କହୁଛନ୍ତି ।

ତେବେ ପୂର୍ବରୁ ବିସିସିଆଇର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏପରି ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଯେଉଁ ଭିଡିଓରେ ଦଳର ଅନ୍ୟତମ ଓପନ ଶିଖର ଧୱନ ଓ ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ୍‌ ଆୟର 'ସ୍ପିକ୍‌ ଆଉଟ' ଚ୍ୟାଲେଞ୍ଜ ଗ୍ରହଣ କରୁଛନ୍ତି ।

Intro:Body:

prabhu

Conclusion:
Last Updated : Aug 10, 2019, 7:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.