ETV Bharat / sports

NZ vs IND: ହିଟମ୍ୟାନ ରୋହିତ ଆହତ, ଦିନିକିଆ-ଟେଷ୍ଟରୁ ପଡିଲେ ବାଦ - ଦିନିକିଆ ସିରିଜରୁ ବାଦ୍‌ ପଡିଲେ ରୋହିତ

ଉପ ଅଧିନାୟକ ରୋହିତ ଶର୍ମା କ୍ବିଓ୍ବି ବିପକ୍ଷ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜରୁ ବାଦ୍‌ ପଡିଛନ୍ତି । ଅନ୍ତିମ ଟି-20 ମ୍ୟାଚରେ ସେ ଆହତ ହୋଇଥିଲେ । ଅଧିକ ପଢନ୍ତୁ...

NZvsIND
NZvsIND
author img

By

Published : Feb 3, 2020, 9:24 PM IST

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଆରମ୍ଭ ପୂର୍ବରୁ ଭାରତକୁ ଶକ୍ତ ଝଟକା । ଉପ ଅଧିନାୟକ ରୋହିତ ଶର୍ମା କ୍ବିଓ୍ବି ବିପକ୍ଷ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜରୁ ବାଦ୍‌ ପଡିଛନ୍ତି ।

NZvsIND
ନ୍ୟୁଜିଲାଣ୍ଡ ବନାମ ଭାରତ ଦିନିକିଆ ସିରିଜର ଖେଳସୂଚୀ

ସୂଚନାଥାଉକି, ଟି-20 ସିରିଜର ଅନ୍ତିମ ମ୍ୟାଚରେ ରନ୍‌ ନେବାବେଳେ ରୋହିତଙ୍କ ଗୋଡର ମାଂସପେଶୀ ଟାଣି ହୋଇଯାଇଥିଲା । ସେ 41ବଲ୍‌ରେ 60ରନ୍‌ ସଂଗ୍ରହ କରିବା ପରେ ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ ଫେରିଯାଇଥିଲେ । ଏହାପରେ ମ୍ୟାଚରେ ଫିଲ୍ଡିଙ୍ଗ ମଧ୍ୟ କରିଥିଲେ ।

NZvsIND
ନ୍ୟୁଜିଲାଣ୍ଡ ବନାମ ଭାରତ ଟେଷ୍ଟ ସିରିଜର ଖେଳସୂଚୀ

ବିସିସିଆଇର ସୂତ୍ରାନୁସାରେ , ଆହତ କାରଣରୁ ରୋହିତ ଶର୍ମା 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ 2ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି । ତାଙ୍କ ସ୍ଥାନରେ କିଏ ଦଳରେ ସାମିଲ ହେବେ ତାହା ଜଣାପଡି ନାହିଁ ।

ଏପଟେ ପୂର୍ବରୁ ଶିଖର ଧଓ୍ବନ ଆହତ ହୋଇ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଓ ଦିନିକିଆ ସରିଜରେ ସାମିଲ ହୋଇ ନାହାଁନ୍ତି ।

ସୂଚନାମୁତାବକ, ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ 5 ଫ୍ରେବୃଆରୀରେ ହାମିଲଟନ୍‌ ଠାରେ ଖେଳାଯିବ ।

Intro:Body:

dd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.