ETV Bharat / sports

ରୋହିତ ଶର୍ମା ‘ପରବର୍ତ୍ତୀ ଏମଏସ ଧୋନି’: ରୈନା

author img

By

Published : Jul 29, 2020, 12:52 PM IST

ରୋହିତ ଶର୍ମାଙ୍କୁ ନେଇ ମତେ ଦେଇଛନ୍ତି ଭାରତୀୟ କ୍ରିକେଟର ସୁରେଶ ରୈନା । କହିଛନ୍ତି ଯେ ରୋହିତ ହେଇପାରିବେ ‘ପରବର୍ତ୍ତୀ ଏମଏସ ଧୋନି’ । ଅଧିକ ପଢ଼ନ୍ତୁ...

Rohit and Dhoni are captains who like to listen, Rohit is next Dhoni says Raina, ପରବର୍ତ୍ତୀ ଏମଏସ ଧୋନି, ରୋହିତ ଶର୍ମା ପରବର୍ତ୍ତୀ ଏମଏସ ଧୋନି, ରୋହିତଙ୍କୁ ନେଇ ରାଇନାଙ୍କ ମତ
ରୋହିତ ଶର୍ମା ‘ପରବର୍ତ୍ତୀ ଏମଏସ ଧୋନି’: ରାଇନା

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଓପନର ରୋହିତ ଶର୍ମାଙ୍କ ପ୍ରଶଂସାରେ ବର୍ତ୍ତମାନ ସମସ୍ତ କ୍ରିକେଟର । ପ୍ରଥମେ ଇରଫାନ ପଠାନ ରୋହିତ ଶର୍ମା ବିରେନ୍ଦ୍ର ସେହୱାଗଙ୍କ ପରି ଟେଷ୍ଟ କ୍ରିକେଟର ହୋଇ ପାରିବେ ବୋଲି କହିଥିବା ବେଳେ ଏବେ ସୁରେଶ ରୈନା କହିଛନ୍ତି ଯେ ରୋହିତ ହେଇପାରିବେ ‘ପରବର୍ତ୍ତୀ ଏମଏସ ଧୋନି’ ।

ଅଧିନାୟକ ଭାବରେ ରୋହିତ ଯଥେଷ୍ଟ ସଫଳତା ଉପଭୋଗ କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାରିଟି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଟାଇଟଲ ଜିତାଇଛନ୍ତି । ଯାହା ଦ୍ବାରା ସେ ଲିଗର ସବୁଠାରୁ ସଫଳ ଦଳ ହୋଇପାରିଛନ୍ତି ଏବଂ 2018 ଏସିଆ କପ୍ ଜିତିଥିବା ଭାରତୀୟ ଦଳର ଅଧିନାୟକ ମଧ୍ୟ ରହିଥିଲେ ରୋହିତ।

‘‘ମୁଁ କହିବି ଯେ ସେ ହେଉଛନ୍ତି ଭାରତୀୟ କ୍ରିକେଟ ଟିମ ପାଇଁ ପରବର୍ତ୍ତୀ ଏମଏସ ଧୋନି,’’ ବୋଲି ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜେପି ଡୁମିନିଙ୍କ ସହ ସୁପର ଓଭର ପଡକାଷ୍ଟରେ କହିଛନ୍ତି ରୈନା ।

‘‘ମୁଁ ତାଙ୍କୁ ଦେଖିଛି, ସେ ଶାନ୍ତ, ସେ ଶୁଣିବାକୁ ପସନ୍ଦ କରନ୍ତି, ଖେଳାଳିଙ୍କୁ ଆତ୍ମବିଶ୍ବାସ ଦେବାକୁ ପସନ୍ଦ କରନ୍ତି ଏବଂ ଏହା ଉପରେ ସେ ଆଗରୁ ନେତୃତ୍ବ ନେବାକୁ ପସନ୍ଦ କରନ୍ତି । ଯେତେବେଳେ ଅଧିନାୟକ ଆଗେଇ ଆସନ୍ତି ଏବଂ ଡ୍ରେସିଂ ରୁମ ପରିବେଶକୁ ସମ୍ମାନ ଦିଅନ୍ତି, ତେବେ ଆପଣ ଜାଣନ୍ତି ଯେ ଆପଣଙ୍କ ପାଖରେ ସବୁକିଛି ରହିଛି । ସେ ଭାବନ୍ତି ସମସ୍ତେ ଜଣେ ଜଣେ ଅଧିନାୟକ। ମୁଁ ତାଙ୍କୁ ଦେଖିଛି, ଯେତେବେଳେ ମୁଁ ବାଂଲାଦେଶରେ ତାଙ୍କ ଅଧୀନରେ ଖେଳିଥିଲି ଓ ଆମେ ଏସିଆ କପ ଜିତିଥିଲୁ । ମୁଁ ଦେଖିଛି ଯେ ଶାର୍ଦ୍ଦୁଲ (ଠାକୁର), ୱାଶିଂଟନ ସୁନ୍ଦର ଏବଂ ଚହଲ ଭଳି ଯୁବ ଖେଳାଳିଙ୍କୁ ସେ କିପରି ଆତ୍ମବିଶ୍ବାସ ପ୍ରଦାନ କରନ୍ତି ।’’

‘‘ତାଙ୍କ ଚାରିପାଖରେ, ଖେଳାଳିମାନେ ସେହି ପରିବେଶକୁ ଉପଭୋଗ କରନ୍ତି । ମୁଁ ଭାବୁଛି ଯେତେବେଳେ ଆପଣ ଜଣେ ଖେଳାଳିଙ୍କ ସାନିଧ୍ୟ ଉପଭୋଗ କରନ୍ତି, ସେତେବେଳେ ଆପଣ ସକାରାତ୍ମକ ହେବାକୁ ପସନ୍ଦ କରନ୍ତି ଏବଂ ମୁଁ ଭାବୁଛି ସେ ଏଥିରେ ଖୁବ ଭଲ ଅଟନ୍ତି। ଏମଏସ ଧୋନି ଯାହାଙ୍କ ପ୍ରତିଭା ଖୁବ ଉଜ୍ବଳ ଥିଲା, ତାଙ୍କ ପରେ ରୋହିତ ହେଉଛନ୍ତି ଶ୍ରେଷ୍ଠ । ସେ ଏମଏସ ଅପେକ୍ଷା ଅଧିକ (ଆଇପିଏଲ) ଟ୍ରଫି ଜିତିଛନ୍ତି, କିନ୍ତୁ ମୁଁ କହିବି ସେ ଦୁହେଁ ଖୁବ ସମାନ। ଉଭୟେ ଜଣେ ଅଧିନାୟକ ଭାବରେ ସମସ୍ତଙ୍କ କଥା ଶୁଣିବାକୁ ପସନ୍ଦ କରନ୍ତି।’’

‘‘ଯେତବେଳେ ଆପଣଙ୍କ ଅଧିନାୟକ ଆପଣଙ୍କ କଥା ଶୁଣନ୍ତି, ଆପଣ ଅନେକ ସମସ୍ୟାର ସମାଧାନ କରିପାରିବେ, ଆପଣ ଖେଳାଳିଙ୍କ ମାନସିକ ସମସ୍ୟାର ସମାଧାନ କରିପାରିବ। ତେଣୁ ମୋ ପାଇଁ ସେ ଦୁହେଁ ଚମତ୍କାର,’’ ବୋଲି ରୈନା କହିଛନ୍ତି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.