ETV Bharat / sports

‘2012 ପରେ ଆହୁରି ସଶକ୍ତ ହୋଇ ଫେରିଥିଲେ ରୋହିତ’

author img

By

Published : Jun 27, 2020, 10:06 PM IST

ରୋହିତ ଶର୍ମା ଖୁବ ଆରାମରେ ସର୍ଟ ଖେଳନ୍ତି ତା ମାନେ ନୁହେଁ ସେ ପରିଶ୍ରମ କରନ୍ତି ନାହିଁ । ସେ ଖୁବ ପରିଶ୍ରମ କରନ୍ତି ବୋଲି କହିଛନ୍ତି ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ । ଅଧିକ ପଢ଼ନ୍ତୁ...

Rohit came back really hard, because of a strong mindset after 2012,  Irfan pathan, 2012 ପରେ ଆହୁରି ସଶକ୍ତ ହୋଇ ଫେରିଛନ୍ତି ରୋହିତ,  ଇର୍ଫାନ ପଠାନ
2012 ପରେ ଆହୁରି ସଶକ୍ତ ହୋଇ ଫେରିଛନ୍ତି ରୋହିତ: ଇରଫାନ

ମୁମ୍ବାଇ: ଭାରତର ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ତାଙ୍କର ପୂର୍ବତନ ସାଥୀ ଖେଳାଳି ଇର୍ଫାନ ପଠାନ କହିଛନ୍ତି, ରୋହିତଙ୍କ ପାଖରେ ଆହୁରି ଅନେକ କିଛି ରହିଛି ।

ଏକ ସାକ୍ଷାତକାରରେ ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ରୋହିତ କିପରି ପ୍ରାରମ୍ଭିକ ବର୍ଷରେ କଠିନ ପରିଶ୍ରମ କରିଥିଲେ ମଧ୍ୟ ତାଙ୍କ ହାବଭାବ କିନ୍ତୁ ଭିନ୍ନ କିଛି କହୁଥିଲା ସେ ବିଷୟରେ କହିଛନ୍ତି, ଅନେକ ଲୋକ ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ରୋହିତଙ୍କ ତୁଳନାରେ ଅଧିକ ରିଲାକ୍ସ ଦେଖନ୍ତି ସେମାନେ ଭୁଲ କରନ୍ତି ଆଉ କହନ୍ତି ଯେ ତାଙ୍କୁ ପରିଶ୍ରମ କରିବାକୁ ହେବ ! ସମାନ କଥା ୱାସିମ ଜାଫରଙ୍କ ପାଇଁ କୁହାଯାଉଥିଲା । ଆପଣ ତାଙ୍କୁ ଦେଖିବେ, ସେ ଦୌଡିବା ବେଳେ ଖୁବ ଆରାମରେ ଦୌଡୁଥିଲେ, ସେ ଯେତେବେଳେ ବ୍ୟାଟିଂ କରୁଥିଲେ ତାଙ୍କ ପାଖରେ ଖୁବ ସମୟ ଥିଲା । କିନ୍ତୁ ଆମେ ଭାବୁଥିଲୁ ସେ ପରିଶ୍ରମ କାହିଁକି କରୁ ନାହାନ୍ତି । କିନ୍ତୁ ସତ କହିବାକୁ ଗଲେ ସେ ଖୁବ ପରିଶ୍ରମ କରୁଥିଲେ ।

ସେହିପରି ରୋହିତ ପାଇଁ ମଧ୍ୟ, ବାହାରେ ଆମେ ଭାବୁଥିଲୁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ, ତାଙ୍କୁ ହୁଏତ ଅଧିକ ପ୍ରୟୋଗ କରିବାକୁ ପଡିପାରେ। ଯେତେବେଳେ ଆପଣ ରୋହିତ ଶର୍ମାଙ୍କ ସହ କଥା ହୁଅନ୍ତି, ସେ ସର୍ବଦା ସମ୍ବେଦନଶୀଳ ଜିନିଷ ବିଷୟରେ କଥାବାର୍ତ୍ତା କରୁଥିଲେ, ସେ ସବୁବେଳେ କଠିନ ପରିଶ୍ରମ କରିବା କଥା କହନ୍ତି ଏବଂ ସେ ସର୍ବଦା ପ୍ରଥମେ ଦଳ ବିଷୟରେ ମଧ୍ୟ କଥାବାର୍ତ୍ତା କୁହନ୍ତି । ତେଣୁକରି ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ଅନେକ ସଫଳତା ପାଇଛନ୍ତି । ସେ ବିଶ୍ବକପରେ ନଖେଳିବାର ଆଘାତ ପାଇଥିଲେ ଓ 2012 ପରେ ବେଶ୍ ଦୃଢ଼ ମାନସିକତାର ସହ ଫେରିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.