ETV Bharat / sports

ରୋହନ ଜେଟଲି ନିର୍ଦ୍ବନ୍ଦରେ ଡିଡିସିଏ ସଭାପତି ନିର୍ବାଚିତ

author img

By

Published : Oct 17, 2020, 10:52 PM IST

ରୋହନ ଜେଟଲି ନିର୍ଦ୍ବନ୍ଦରେ, ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନର ନୂଆ ସଭାପତି ନିର୍ବାଚିତ ହୋଇଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପୁଅ ହେଉଛନ୍ତି ରୋହନ ଜେଟଲୀ ।

Rohan Jaitley elected unopposed president of Delhi and District Cricket Association
ରୋହନ ଜେଟଲି ନିର୍ଦ୍ବନ୍ଦରେ ଡିଡିସିଏ ସଭାପତି ନିର୍ବାଚିତ

ନୂଆଦିଲ୍ଲୀ: ରୋହନ ଜେଟଲୀ ନିର୍ଦ୍ବନ୍ଦରେ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନର ନୂଆ ସଭାପତି ନିର୍ବାଚିତ ହୋଇଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପୁଅ ହେଉଛନ୍ତି ରୋହନ ଜେଟଲୀ । 31 ବର୍ଷୀୟ ରୋହନ 2021 ଜୁନ 30 ପର୍ଯ୍ୟନ୍ତ ଡିଡିସିଏର ସଭାପତି ଦାୟିତ୍ବରେ ରହିବେ ।

Rohan Jaitley elected unopposed president of Delhi and District Cricket Association
ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ

ତେବେ ବୋର୍ଡର କୋଷାଧ୍ୟକ୍ଷ, ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀଙ୍କ ପାଇଁ ନଭେମ୍ବର 5, 6 ଓ 8ରେ ଅନୁଷ୍ଠିତ ହେବ । ନଭେମ୍ବର 9ରେ ଫଳାଫଳ ଘୋଷଣା ହେବ ।

ପେଷାରେ ଓକିଲ ଥିବା ରୋହନ ଜେଟଲୀ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସୁନୀଲ କୁମାର ଗୋଏଲ ଅନ୍ୟତମ ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ପରେ ନିଜର ନାମ ସଭାପତି ପଦ ପାଇଁ ପ୍ରତ୍ୟାହାର କରିନେଇଥିଲେ । ପରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ରୋହନ ଜେଟଲୀ ।

ସ୍ବର୍ଗତ ଅରୁଣ ଜେଟଲୀ ମଧ୍ୟ 1999 ଓ 2013ରେ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି ।

ବ୍ୟୁରା ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.