ETV Bharat / sports

ଭାରତୀୟ କ୍ରିକେଟ'ର ଭବିଷ୍ୟତ ଋଷଭ ପନ୍ତ: ଇଆନ ବେଲ୍‌ - ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ

ରବିବାର ସିରିଜ ନିର୍ଣ୍ଣାୟକ ମ୍ୟାଚରେ 62 ବଲ୍‌ରୁ 78 ରନର ଧୂଆଁଧାର ଇଂନିସ ଖେଳିଥିଲେ ଋଷଭ ପନ୍ତ । ଅଧିକ ପଢନ୍ତୁ...

Rishabh Pant is the future of Indian cricket: Ian Bell
ଭାରତୀୟ କ୍ରିକେଟର ଭବିଷ୍ୟତ ଋଷଭ ପନ୍ତ: ଇଆନ ବେଲ୍
author img

By

Published : Mar 29, 2021, 9:17 PM IST

ଲଣ୍ଡନ: ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଇଆନ ବେଲ୍‌ଙ୍କ ବଡ ବୟାନ । ପନ୍ତ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହିଛନ୍ତି ବେଲ୍‌ । ଇଂଲଣ୍ଡ ବିପକ୍ଷରେ ସଦ୍ୟ ସମାପ୍ତ ହୋଇଥିବା ସିରିଜରେ ପନ୍ତ ଏକାଧିକବାର ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ବିଜୟ ହିରୋ ରହିବା ପରେ ସୀମିତ ଓଭର ଟିମକୁ କମବ୍ୟାକ କରିଥିଲେ ପନ୍ତ । ପରେ 4 ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଟିମ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିଲା ଓ 23 ବର୍ଷୀୟ ପନ୍ତ ନିରାଶ ମଧ୍ୟ କରିନଥିଲେ ।

ଦୁଇଟି ଦିନିକିଆ ମ୍ୟାଚରେ ଅର୍ଦ୍ଧଶତକୀୟ ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ରବିବାର ସିରିଜ ନିର୍ଣ୍ଣାୟକ ମ୍ୟାଚରେ 62 ବଲ୍‌ରୁ 78 ରନର ଧୂଆଁଧାର ଇଂନିସ ଖେଳିଥିଲେ । ଫଳରେ 329 ରନର ବିଜୟ ଲକ୍ଷ୍ୟ ରଖିପାରିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.