ସିଡନି: ଅଷ୍ଟ୍ରେଲିଆର ଭେଟେରାନ କ୍ରିକେଟର ରିକି ପଣ୍ଟିଂଙ୍କୁ ନେଇ ମାର୍କସ ଷ୍ଟୋନିସଙ୍କ ବଡ ବୟାନ । ଷ୍ଟୋଇନିସ କହିଛନ୍ତି "ପଣ୍ଟିଂକୁ କ୍ରିକେଟ ଖେଳୁଥିବାର ଦେଖି ସେ ବଡ ହୋଇଛନ୍ତି । ପଣ୍ଟିଂ ମୋର ପିଲାବେଳର କ୍ରିକେଟ ହିରୋ ।"
ତେବେ ବଡ ହେବା ପରେ ମାଥ୍ୟୁ ହେଡେନଙ୍କ ପରି ବ୍ୟାଟିଂ କରିବାକୁ ସେ ଚାହାନ୍ତି କହିଛନ୍ତି । ଷ୍ଟୋଇନିସ ଇଣ୍ଡିଆନ ପ୍ରିମିୟଲ ଲିଗ (ଆଇପିଏଲ)ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସର ସଦସ୍ୟ ଅଛନ୍ତି । ଅଷ୍ଟ୍ରେଲିଆର ବିଗବାସ ଲିଗ (BBL)ଓ ଭାରତର ଇଣ୍ଡିଆନ ପ୍ରିମିୟର ଲିଗ(IPL) ବିଶ୍ବର ସବୁଠୁ ଶକ୍ତିଶାଳୀ ଟୁର୍ଣ୍ଣାମେଣ୍ଟ ବୋଲି ଷ୍ଟୋଇନିସ କହିଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସର ଅଫିସିଆଲ ସୋସିଆଲ ମିଡିଆ ପେଜରେ ଏହା କହିଛନ୍ତି ଷ୍ଟୋଇନିସ ।