ବେଙ୍ଗାଲୁରୁ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଟେଷ୍ଟ କ୍ୟାପ ଗ୍ରହଣ କରିଥିଲେ ଲୋକେଶ ରାହୁଲ । ଏହି ମୂହୂର୍ତ୍ତକୁ ସ୍ମରଣୀୟ ଓ ସବୁଠୁ ସ୍ବତନ୍ତ୍ର ବୋଲି କହିଛନ୍ତି ରାହୁଲ ।
ଧୋନିଙ୍କ ଅଧିନାୟକତ୍ବରେ ବର୍ଷ 2014ରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(MCG)ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ ଲୋକେଶ ରାହୁଲ । ତେବେ ଡେବ୍ୟୁ ଟେଷ୍ଟରେ 2ଟି ଯାକ ଇଂନିସରେ ରାହୁଲ(3,1) ଫେଲ ମାରିଥିଲେ । ତେବେ ଭାରତ ଏହି ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫିକୁ ଡ୍ର ରଖିବାରେ ସଫଳ ହୋଇଥିଲା ।
ତେବେ ଏହାର ପରୂବର୍ତ୍ତୀ ମ୍ୟାଚରେ ମୂରଲି ବିଜୟଙ୍କ ସହ ଓପନିଂ ସୁଯୋଗ ପାଇଥିଲେ ରାହୁଲ । ଏଥିସହିତ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ମଧ୍ୟ ହାସଲ କରିଥିଲେ ।
36 ବର୍ଷିୟ ରାହୁଲ ଏଯାବତ, 36ଟି ଟେଷ୍ଟରୁ 5ଟିଶତକୀୟ ଇଂନିସ ଓ 11ଅର୍ଦ୍ଧଶତକ ସହ ମୋଟ 2,006 ରନ ସଂଗ୍ରହ କରିଛନ୍ତି ।