ହାଇଦ୍ରାବାଦ: ଭେଟେରାନ ଅଫସ୍ପିନର ହରଭଜନ ସିଂହ ଭାରତୀୟ ଦଳକୁ ଫେରିବା ନେଇ ଆଶାବାଦୀ ଅଛନ୍ତି । ସେ ଫିଟ ଅଛନ୍ତି ଓ ଭାରତ ପକ୍ଷରୁ ଟି-20 ଖେଳିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
ବର୍ଷ 2016ରେ ଏସିଆ କପର ଏକ ଟି-20 ମ୍ୟାଚରେ ହରଭଜନ ଶେଷ ଥର ପାଇଁ ଭାରତ ପାଇଁ ଖେଳିଥିଲେ ।
ହରଭଜନ କହିଛନ୍ତି ଆଇପିଲରେ ସେ ପ୍ରଭାବୀ ପ୍ରଦର୍ଶନ କରିପାରିଲେ, ଟିମ ଇଣ୍ଡିଆରେ ଖେଳିବାକୁ ସେ ପ୍ରସ୍ତୁତ ଅଛନ୍ତି । ଆଇପିଏଲ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ପଡିଆ ଛୋଟ ଓ ଶ୍ରେଷ୍ଠ ଖେଳାଳିଙ୍କୁ ଏଠାରେ ବୋଲିଂ କରିବାକୁ ପଡିଥାଏ ।
ହରଭଜନ ଆଇପିଏଲର ଦୁଇ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରଲକିଙ୍ଗ୍ସ ପକ୍ଷରୁ ଖେଳିଛନ୍ତି । ଏଥିସହିତ ଆଇପିଏଲ ଇତିହାସରେ ଯୁଗ୍ମ 3ୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି ।