ଶାରଜାହ: ଆଜି (ଶନିବାର) ଆଇପିଏଲରେ ରହିଛି ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବାବେଳେ, ଦ୍ବିତୀୟ ମ୍ୟାଚ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ।
![RCB one win short of playoffs, SRH need wins & luck](https://etvbharatimages.akamaized.net/etvbharat/prod-images/9379133_srh.jpg)
ଲଗାତାର ଦୁଇଟି ପରାଜୟ ହାଇଦ୍ରାବାଦ ବିପକ୍ଷରେ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟ ସହ ମଇଦାନକୁ ଓହ୍ଲାଇବ ବିରାଟ କୋହଲିଙ୍କ ଆରସିବି । ଏହି ମ୍ୟାଚ ସନ୍ଧ୍ୟା 7.30ରେ ଶାରଜାହ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚରେ ବିଜୟୀ ହେଲେ ଆରସିବି ପ୍ଳେ-ଅଫରେ ପ୍ରବେଶ କରିବ । ମୋଟ 14 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ବାଙ୍ଗାଲୋର । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ଅବଶିଷ୍ଟ ଦୁଇଟି ମ୍ୟାଚରେ ବିଜୟ ସହ, ପ୍ଲେ-ଅଫ ପ୍ରବେଶ ପାଇଁ ଭାଗ୍ୟ ସାଥ ଦେବା ଅପେକ୍ଷାରେ ରହିଛି ।
![RCB one win short of playoffs, SRH need wins & luck](https://etvbharatimages.akamaized.net/etvbharat/prod-images/9379133_rcb.jpg)
ଗତ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ 219/2 ର ବିଶାଳ ସ୍କୋର କରିବା ସହ 88 ରନର ବଡ ବିଜୟ ହାସଲ କରିଥିଲା ଡେଭିଡ ୱାର୍ଣ୍ଣରଙ୍କ ହାଇଦ୍ରାବାଦ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ 131 ରନରେ ଦିଲ୍ଲୀ ଇଂନିସକୁ ସୀମିତ ରଖିଥିଲେ ଅରେଞ୍ଜ ଆର୍ମୀ । କ୍ୟାପଟେନ ୱାର୍ଣ୍ଣରଙ୍କ ସମେତ ରିଦ୍ଧିମାନ ଶାହା ଓ ମନୀଷ ପାଣ୍ଡେ ଦମଦାର ଫର୍ମରେ ରହିଛନ୍ତି । ଅଲରାଉଣ୍ଡର ବିଜୟ ଶଙ୍କର ଓ ଜେସନ ହୋଲ୍ଡରଙ୍କ ଉପରେ ନିମ୍ନକ୍ରମ ବ୍ୟାଟି ନିର୍ଭର କରିବ ।
-
Can you tell us which bowler disrupted the woodwork here? \|/ 🤔#PlayBold #IPL2020 #WeAreChallengers #Dream11IPL #RCBvSRH pic.twitter.com/TbvwSTFChz
— Royal Challengers Bangalore (@RCBTweets) October 31, 2020 " class="align-text-top noRightClick twitterSection" data="
">Can you tell us which bowler disrupted the woodwork here? \|/ 🤔#PlayBold #IPL2020 #WeAreChallengers #Dream11IPL #RCBvSRH pic.twitter.com/TbvwSTFChz
— Royal Challengers Bangalore (@RCBTweets) October 31, 2020Can you tell us which bowler disrupted the woodwork here? \|/ 🤔#PlayBold #IPL2020 #WeAreChallengers #Dream11IPL #RCBvSRH pic.twitter.com/TbvwSTFChz
— Royal Challengers Bangalore (@RCBTweets) October 31, 2020
ପ୍ରମୁଖ ବୋଲର ଭୁବନେଶ୍ବର କୁମାରଙ୍କ ଅନୁପସ୍ଥିତି ସତ୍ତ୍ବେ ହାଇଦ୍ରାବାଦ ବୋଲର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସ୍ପିନର ରସିଦ ଖାନ ପ୍ରତିପକ୍ଷ ଟିମ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି ।
ଅନ୍ୟପଟେ, ବିରାଟ କୋହଲିଙ୍କ ଆରସିବି ଖେଳିଥିବା ପୂର୍ବ ଦୁଇଟି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାସ୍ତ ହୋଇ ଏହି ମ୍ୟାଚ ଖେଳିବ । ଫଳରେ ପ୍ଳେ-ଅଫ ଟିକେଟ ପକ୍କା କରିବାକୁ ଜୋର ଲଗାଇବ ଦଳ ।
-
What's the trio discussing here? 🧐@jbairstow21 #OrangeArmy #KeepRising #IPL2020 pic.twitter.com/y3ioLu2WTo
— SunRisers Hyderabad (@SunRisers) October 30, 2020 " class="align-text-top noRightClick twitterSection" data="
">What's the trio discussing here? 🧐@jbairstow21 #OrangeArmy #KeepRising #IPL2020 pic.twitter.com/y3ioLu2WTo
— SunRisers Hyderabad (@SunRisers) October 30, 2020What's the trio discussing here? 🧐@jbairstow21 #OrangeArmy #KeepRising #IPL2020 pic.twitter.com/y3ioLu2WTo
— SunRisers Hyderabad (@SunRisers) October 30, 2020
କ୍ୟାପଟେନ ବିରାଟ କୋହଲି, ଓପନର ଦେବଦତ୍ତ ପାଦିକ୍କଲ, ଭେଟେରାନ ଏବି ଡି ଭିଲିୟର୍ସ ଓ ଆରୋନ ଫିଞ୍ଚଙ୍କୁ ନେଇ ବାଙ୍ଗାଲୋର ପାଖରେ ରହିଛି ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ । ତେବେ ମଧ୍ୟକ୍ରମରେ ଶିବମ ଦୁବେ, କ୍ରିସ ମୋରିସ ଓ ଗୁରୁକିରତ ମନଙ୍କୁ ଦାୟିତ୍ବପୂର୍ଣ୍ଣ ଭାବେ ବ୍ୟାଟିଂ କରିବାକୁ ହେବ ।
ବୋଲିଂ ବିଭାଗରେ ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ, ୱାସିଂଟନ ସୁନ୍ଦର, କ୍ରିସ ମୋରିସ ଓ ଡେଲ ଷ୍ଟେନଙ୍କ ମଧ୍ୟ ପୂର୍ବ ମ୍ୟାଚର ପରାଜୟ ଭୁଲି ପ୍ରଭାବୀ ପ୍ରଦର୍ଶନ କରିବାକୁ ହେବ ।
ହାଇଦ୍ରାବାଦ ବିପକ୍ଷ ପୂର୍ବ ମ୍ୟାଚରେ 10 ରନରେ ହାଇଦ୍ରାବାଦକୁ ମାତ ଦେଇଥିଲା ଆରସିବି ।
ସ୍କ୍ବାଡ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଆରୋନ ଫିଞ୍ଚ, ଦେବଦତ୍ତ ପାଦିକ୍କାଲ, ପାର୍ଥିବ ପଟେଲ, ବିରାଟ କୋହଲି (କ୍ୟାପଟେନ), ଏବି ଡି ଭିଲିୟର୍ସ (ୱିକେଟ୍ କିପର), ଗୁରୁକିରତ ସିଂ, ଶିଭମ୍ ଦୁବେ, କ୍ରିସ୍ ମୋରିସ୍, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ନବଦୀପ ସାଇନି, ଡେଲ ଷ୍ଟେନ, ୟୁଜିବେନ୍ଦ୍ର ଚହଲ, ଆଦାମ ଜାମ୍ପା, ଇସୁରୁ ଉଦାନା, ମୋଇନ ଅଲି, ଜୋଶ ଫିଲିପ, ପବନ ନେଗି, ପବନ ଦେଶପାଣ୍ଡେ, ମହମ୍ମଦ ସିରାଜ, ଉମେଶ ଯାଦବ ।
ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (କ୍ୟାପଟେନ), ଅଭିଷେକ ଶର୍ମା, ବେସିଲ ଥାମ୍ପି, ଭୁବନେଶ୍ୱର କୁମାର, ବିଲି ଷ୍ଟାନଲେକ, ଜନି ବେୟାରଷ୍ଟୋ, କେନ ୱିଲିୟମସନ, ମନୀଷ ପାଣ୍ଡେ, ମହମ୍ମଦ ନବୀ, ରସିଦ ଖାନ, ସନ୍ଦୀପ ଶର୍ମା, ଶାହବାଜ ନାଡିମ, ଶ୍ରୀଭତ୍ସ ଗୋସ୍ୱାମୀ , ଟି। ନଟରାଜନ୍, ବିଜୟ ଶଙ୍କର, ରିଦ୍ଧିମାନ ସାହା, ବିରାଟ ସିଂ, ପ୍ରିୟ ଗର୍ଗ, ଜେସନ ହୋଲ୍ଡର, ସନ୍ଦୀପ ବାୱଙ୍କା, ଫାବିଆନ୍ ଆଲେନ୍, ଅବଦୁଲ ସମାଦ, ସଞ୍ଜୟ ଯାଦବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ