ହାଇଦ୍ରାବାଦ: ଖୁବଶୀଘ୍ର କ୍ରିକେଟ ଜୀବନର କାହାଣୀକୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିବେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ତଥା ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ । ଏହି ପୁସ୍ତକରେ ଶାସ୍ତ୍ରୀ ଏପରି କିଛି ଖୁଲାସା କରିଛନ୍ତି ଯାହା ପୂର୍ବରୁ ଗୋପନ ରହିଛି। ଫଳରେ ଏହି ପୁସ୍ତକକୁ ନେଇ କ୍ରିକେଟ ଜଗତରେ ଉତ୍ସାହ ଉତ୍କଣ୍ଠା ବୃଦ୍ଧିପାଇଛି ।
ପୁସ୍ତକର ପ୍ରକାଶକ ଥିବା ହାର୍ପରକଲିନ ଇଣ୍ଡିଆ ରବିବାର ଶାସ୍ତ୍ରୀଙ୍କ କ୍ରିକେଟ ଜୀବନୀର ପ୍ରଥମ ପୁସ୍ତକ ପ୍ରକାଶନ ନେଇ ଘୋଷଣା କରିଛି । ପ୍ରାୟ ଚାରି ଦଶନ୍ଧି ପୂର୍ବେ ଟେଷ୍ଟ ଡେବ୍ୟୁ କରିଥିବା ଶାସ୍ତ୍ରୀ, କ୍ରିକେଟ କିମ୍ବଦନ୍ତୀ ଭିଭିଆନ ରିଚାର୍ଡସ, ଇଆନ ବୋଥାମ, ସୁନୀଲ ଗାଭାସ୍କର, ରିକି ପଣ୍ଟିଂ, ମୁଥୟା ମୁଲିଧରନ, ଇମ୍ରାନ ଖାନ ଓ ସଚିନ ତେନ୍ଦୁଲକରଙ୍କ ସହ ଖେଳିଛନ୍ତି ।
ପରେ କମେଣ୍ଟ୍ରୀ ବକ୍ସ ଓ ଟିମ ଇଣ୍ଡିଆର କୋଚ ଭାବେ, ଯୁବରାଜ ସିଂହ, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ପ୍ରତିଭାକୁ ପାଖରୁ ପରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ