ETV Bharat / sports

ରୋଡ ସେଫ୍ଟି ୱାର୍ଲଡ ସିରିଜ: ଇଣ୍ଡିଆ ଲିଜେଣ୍ଡସ ଚମ୍ପିଆନ

author img

By

Published : Mar 22, 2021, 11:19 AM IST

ରୋଡ ସେଫ୍ଟି ୱାର୍ଲଡ ଟି 20 ସିରିଜ ଇଣ୍ଡିଆ ଲିଜେଣ୍ଡସ ଚମ୍ପିଆନ ହୋଇଛି । 14 ରନରେ ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇଲା ଇଣ୍ଡିଆ ଲିଜେଣ୍ଡସ । ଅଧିକ ପଢନ୍ତୁ...

raod safety world t20 series indian legends champion
ରୋଡ ସେଫ୍ଟି ୱାର୍ଲଡ ସିରିଜ: ଇଣ୍ଡିଆ ଲିଜେଣ୍ଡସ ଚାମ୍ପିଅନ

ରାୟପୁର: ରୋଡ ସେଫ୍ଟି ୱାର୍ଲଡ ସିରିଜ ଟି20 ପ୍ରଥଣ ସଂସ୍କରଣରେ ଚମ୍ପିଆନ ହୋଇଛି ଇଣ୍ଡିଆ ଲିଜେଣ୍ଡସ୍ । 14 ରନରେ ଶ୍ରୀଲଙ୍କା ଲିଜେଣ୍ଡସ୍ କୁ ପରାସ୍ତ କରି ଇଣ୍ଡିଆ ଲିଜେଣ୍ଡସ୍ ଚାମ୍ପିଆନ ହୋଇଛି ।

ରବିବାର ରାୟପୁରର ସହିଦ ବୀର ନାରୟଣ ସିଂ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଇଣ୍ଡିଆ ଲିଜେଣ୍ଡସ ଓ ଶ୍ରୀଲଙ୍କା ଲିଜେଣ୍ଡସ ମଧ୍ୟରେ ଖେଳ ହୋଇଥିଲା । ଓପନର ସଚିନ ତେନ୍ଦୁଲକର 30 ରନ କରିଥିଲେ । ଯୁବରାଜ ସିଂ 41 ବଲରେ 60 ରନ କରିଥିବାବେଳେ ୟୁସୁଫ ପଠାନ ପାଞ୍ଚଟି ବିଶାଳ ଛକା ସହ 36 ବଲରେ 62 ରନର ଧୂଆଁଧାର ଇନିଂସ ଖେଳିଥିଲେ । ଇଣ୍ଡିଆ ଲିଜେଣ୍ଡସ ପ୍ରଥମେ ବ୍ୟାଟିଂ କରି 182/4 ରନ କରିଥିଲା ।

ସେପଟେ 182 ରନର ଲକ୍ଷ୍ୟକୁ ହାସଲ କରିବା ପାଇଁ ଶ୍ରୀଲଙ୍କା ଲିଜେଣ୍ଡସ ମଧ୍ୟ ଜୋରଦାର ଆରମ୍ଭ କରିଥିଲା କିନ୍ତୁ 167/7 ବିଜୟର 14 ରନ ପୂର୍ବରୁ ଅଟକିଥିଲା ଦଳ । ଶ୍ରୀଲଙ୍କ ଲିଜେଣ୍ଡସ ପକ୍ଷୁ ଓପନର ସନଥ ଜୟସୁରିଆ 43 କରିଥିବାବେଳେ ଓ ଚିନ୍ତାକା ଜୟସିଂହେ 40 ରନ କରିଥିଲେ । ସଡକ ସୁରକ୍ଷାକୁ ସଚେତନ କରିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ରୋଡ ସେଫ୍ଟି ୱାର୍ଲଡ ସିରିଜ ଟି20 ସଂସ୍କରଣ ଖେଳାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.