ETV Bharat / sports

ରଣଜୀ ଟ୍ରଫି: ତିୱାରୀଙ୍କ ତ୍ରିଶତକ, ଦୃଢ ସ୍ଥିତିରେ ବେଙ୍ଗଲ

ଘରୋଇ ମଇଦାନରେ ଦମ ଦେଖାଇଲେ ବେଙ୍ଗଲର ଷ୍ଟାଇଲିଷ୍ଟ ବ୍ୟାଟ୍ସମ୍ୟାନ ମନୋଜ ତିୱାରୀ । ହାଇଦ୍ରାବାଦ ବିପକ୍ଷ ରଣଜୀ ମ୍ୟାଚରେ 2ୟ କ୍ରିକେଟର ଭାବେ ତ୍ରିଶତକ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 21, 2020, 9:29 AM IST

Ranji Trophy
ତିୱାରୀଙ୍କ ତ୍ରୀଶତକ

କୋଲକାତା: ଘରୋଇ ମଇଦାନରେ ଦମ ଦେଖାଇଲେ ବେଙ୍ଗଲର ଷ୍ଟାଇଲିଷ୍ଟ ବ୍ୟାଟ୍ସମ୍ୟାନ ମନୋଜ ତିୱାରୀ । ବେଙ୍ଗଲ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ବେଙ୍ଗଲ ଓ ହାଇଦ୍ରାବାଦ ମଧ୍ୟରେ ରଣଜୀ ଲଢେଇ ହେଉଛି । ଏହି ମ୍ୟାଚରେ 34 ବର୍ଷିୟ ମନୋଜ ତିୱାରୀ କ୍ୟାରିୟର ପ୍ରଥମ ତ୍ରିଶତକ ହାସଲ କରିଛନ୍ତି । ଏଥିସହିତ ତିୱାରୀ 2ୟ ବେଙ୍ଗଲ ବ୍ୟାଟ୍ସମ୍ୟାନ ଭାବେ ତ୍ରିଶକ ହାସଲ କରିବାର ରେକର୍ଡ କରିଛନ୍ତି ।

414 ବଲରୁ 73.19 ହାରରେ ପ୍ରାୟ 11 ଘଣ୍ଟା ବ୍ୟାଟିଂ କରିବା ସହ ଅପରାଜିତ 303 ରନର ମାରାଥନ ଇଂନିସ ଖେଳିଛନ୍ତି । ଏହି ଇଂନିସରେ 30 ଚୌକା ଓ 5ଟି ଛକା ସାମିଲ ରହିଛି । ତେବେ ଶେଷ 50 ରନ ହାସଲ କରିବାକୁ ସେ ମାତ୍ର 37 ବଲ ନେଇଥିଲେ । ଫଳରେ ବେଙ୍ଗଲ 635/7 ରେ ପ୍ରଥମ ଇଂନିସ ଘୋଷଣା କରିବା ସହ ଦୃଢ ସ୍ଥିତିରେ ପହଞ୍ଚିଛି । ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆସାମ ବିପକ୍ଷରେ 1998-99 ରଣଜୀ ସିଜିନରେ ଦେବଙ୍ଗ ଗାନ୍ଧୀ 323 ରନର ଇଂନିସ ଖେଳିଥିଲେ । ଏଥିସହିତ ପ୍ରଥମ ବେଙ୍ଗଲ କ୍ରିକେଟର ଭାବେ ତ୍ରିଶତକ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶ ବିପକ୍ଷରେ 2011-12 ରଣଜୀ ସିରନରେ ବେଙ୍ଗଲର ଅଧିନାୟକ ଭାବେ 267 ରନର ଇଂନିସ ଖେଳିଥିଲେ ମନୋଜ ତିୱାରୀ । ମନୋଜ ତିୱାରୀ ଭାରତୀୟ ଦଳ ପାଇଁ 12ଟି ଅନ୍ତର୍ଜାତୀୟ ଦିନିକିଆ ଓ 3ଟି ଟି20 ମ୍ୟାଚ ଖେଳିଛନ୍ତି । ଶେଷଥର ପାଇଁ 2015ରେ ଭାରତୀୟ ଦଳରେ ଖେଳିଥିଲେ । ଏହାପରେ ସେ ଜାତୀୟ ଦଳକୁ ଫେରିପାରିନାହାଁନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.