ପୁଣେ: ଚଳିତ ରଣଜୀ ଟ୍ରଫି ସି-ଗୃପର 8ମ ମ୍ୟାଚରେ ପରାଜୟ ବରଣ କରିଛି ଟିମ୍ ଓଡିଶା । ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଭ୍ରମଣକାରୀ ଓଡିଶା ଓ ଘରୋଇ ମହାରାଷ୍ଟ୍ର ଦଳ ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚ । ଯେଉଁଥିରେ 10 ୱିକେଟରେ ବିଜୟୀ ହୋଇଛି ଘରୋଇ ଦଳ । ତେବେ ଚଳିତ ରଣଜୀ ଟ୍ରଫିରେ ଏହା ଓଡିଶାର 2ୟ ପରାଜୟ ।
ବିଜୟ ସହ 7 ପଏଣ୍ଟ ପାଇ ପଏଣ୍ଟ ତାଲିକାର 4ର୍ଥ ସ୍ଥାନରେ ରହିବ ମହାରାଷ୍ଟ୍ର । ସେହିପରି ମ୍ୟାଚରେ ପରାଜୟ ହେବା ସତ୍ତ୍ବେ କୌଣସି ପଏଣ୍ଟ ଅର୍ଜନ ନ କରି ପାରି ପଏଣ୍ଟ ତାଲିକାର 2ୟ ସ୍ଥାନରେ ରହିଛି ଟିମ ଓଡିଶା । ଫଳରେ ଗ୍ରୁପ ପର୍ଯ୍ୟାୟର ଆଉ ଗୋଟଏ ମ୍ୟାଚ ବାକିଥିବା ବେଳେ ଓଡିଶାର କ୍ବାର୍ଟରଫାଇନାଲ ଖେଳିବା ଏକ ପ୍ରକାର ସ୍ଥିର ହୋଇସାରିଛି ।
ତେବେ ଓଡିଶାର 2ୟ ପାଳି ବ୍ୟାଟିଂ ଆଧାରରେ ମହାରାଷ୍ଟ୍ର ଆଗରେ ରହିଥିଲା ମାତ୍ର 40 ରନର ବିଜୟ ଲକ୍ଷ୍ୟ । ଯାହାକୁ ବିନା କୌଣସି ୱିକେଟ ହରାଇ ହାସଲ କରି ନେଇଛି ଘରୋଇ ଦଳ । ଦଳ ପକ୍ଷରୁ ଅଧିନାୟକ ଅଙ୍କିତ୍ ବାୱେନ(14) ଓ ରାହୁଲ ତ୍ରିପାଠୀ(21) ରନ କରିଛନ୍ତି ।
ଟସ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା ଘରୋଇ ଦଳ । ବ୍ୟାଟିଂ ଆମନ୍ତ୍ରଣ ପାଇ ଭ୍ରମଣକାରୀ ଓଡିଶା ଠିକ୍ଠାକ୍ ଆରମ୍ଭ କରିଥିଲା । ଓପନର ଶାନ୍ତନୁ ମିଶ୍ର(84) ଓ ଅନୁରାଗ ଷଡଙ୍ଗୀ(41)ରନ ପାଳି ଖେଳିଥିଲେ । ତାଙ୍କ ବ୍ୟତିତ୍ ୱିକେଟ କିପର ବ୍ୟାଟ୍ସମ୍ୟାନ ରାଜେଶ ଦୁପରେ ଶକତୀୟ ପାଳି ଖେଳିଥିଲେ । ତେବେ 293 ରନରେ ସମସ୍ତ ୱିକେଟ ହରାଇଥିଲା ଟିମ ଓଡିଶା । ଜବାବରେ ଘରୋଇ ଦଳ ତାର ପ୍ରଥମ ପାଳିରେ 543ରନର ବିଶାଳ ସ୍କୋର କରି ପାଳି ଘୋଷଣା କରିଥିଲା । ଘରୋଇ ଦଳ ପକ୍ଷରୁ ଅଧିନାୟକ ଅଙ୍କିତ୍ ବାୱେନ( 204ରନ, 406ବଲ)ର ଦ୍ବିଶତକୀୟ ପାଳି ଖେଲିଥିଲେ । ଋତୁରାଜ ଗାଇକ୍ୱଡ(129) ଓ ନାଉସାଦ ସାଇକ୍(100)ର ପାଳି ଖେଳିଥିଲେ ।
ମାତ୍ର ଭ୍ରମଣକାରୀ ଦଳ ତାର 2ୟ ଇଂନିସରେ 289ରନ କରିପାରିଥିଲା । ଦଳ ପକ୍ଷରୁ ଅଲରାଉଣ୍ଡର ଗୋବିନ୍ଦ ପୋଦାର ସର୍ବାଧିକ 118(187ବଲ) ରନ କରିଥିବାବେଳେ ଅନୁରାଗ ଷଡଙ୍ଗୀ 152ବଲରୁ 73ରନ କରିଥିଲେ । ଫଳରେ ମାତ୍ର 40 ରନର ବିଜୟ ଲକ୍ଷ୍ୟକୁ ବିନା କୌଣସି ୱିକେଟ ହରାଇ ହାସଲ କର ନେଇଛି ଘରୋଇ ଦଳ । ଘରୋଇ ଦଳର ଅଧିନାୟକ ଅଙ୍କିତ୍ ବାୱେନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପ୍ରଦାନ କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ