ETV Bharat / sports

ରଣଜୀ କ୍ବାର୍ଟର: ପ୍ରଥମ ଇଂନିସ ଆଧାରରେ ଓଡିଶା ପଛରେ

3ୟ ଦିନର ଖେଳରେ ଦଳ ତାର ସମସ୍ତ ୱିକେଟ ହରାଇ ମାତ୍ର 250ରନ କରିବାକୁ ସକ୍ଷମ ହୋଇପାରିଛି । ସେପଟେ ବେଙ୍ଗଲର 2ୟ ଇଂନିସ ବ୍ୟାଟିଂ ଜାରି ରହିଛି ।

author img

By

Published : Feb 22, 2020, 2:37 PM IST

Updated : Feb 22, 2020, 4:23 PM IST

ranji-trophy-bengal-vs-odisha-2nd-quarter-final-bengal-lead
ରଣଜୀ କ୍ବାର୍ଟର: ପ୍ରଥମ ଇଂନିସରେ ଓଡିଶା ପଛରେ

କଟକ: ଚଳିତ ରଣଜୀ ଟ୍ରଫି କ୍ବାର୍ଟର ମୁକାବିଲାରେ ଫେଲ ମାରିଛି ଘରୋଇ ଓଡିଶା । ବେଙ୍ଗଲ ବିପକ୍ଷ ମ୍ୟାଚରେ ପ୍ରଥମ ପାଳିରେ 82ରନରେ ପଛୁଆ ରହିଛି ଦଳ । 3ୟ ଦିନର ଖେଳରେ ଦଳ ତାର ସମସ୍ତ ୱିକେଟ ହରାଇ ମାତ୍ର 250ରନ କରିବାକୁ ସକ୍ଷମ ହୋଇପାରିଛି । ସେପଟେ ବେଙ୍ଗଲର 2ୟ ଇଂନିସ ବ୍ୟାଟିଂ ଜାରି ରହିଛି । ବେଙ୍ଗଲ ଦଳ ଦ୍ବିତୀୟ ଇନିଂସରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଓ୍ବିକେଟ ହରାଇ 72 ରନ ସଂଗ୍ରହ କରିଛି ।

ତେବେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗଲ ଦଳ ତାର ପ୍ରଥମ ପାଳିରେ 332ରନରେ ସମସ୍ତ ୱିକେଟ ହରାଇଥିଲା । ସେହିପରି 2ୟ ଦିନର ଖେଳ ଶେଷ ସୁଦ୍ଧା 4 ଓ୍ବିକେଟ ବିନିମୟରେ 151ରନ କରିଥିଲା ଟିମ ଓଡିଶା । ପରେ ଅଧିନାୟକ ଶୁଭ୍ରାଂଶୁ ସେନାପତି(46) କିଛି ସମୟ ପାଳିକୁ ଆଗକୁ ନେଇଥିଲେ ମାତ୍ର ଫେଲ ମାରିଥିଲେ । ଘରୋଇ ଦଳ ପକ୍ଷରୁ ଶାନ୍ତୁନୁ ମିଶ୍ର 62ରନ ଓ ଦେବାଶିଷ ସାମନ୍ତରାୟ 68ରନ କରିଥିବାବେଳେ ଗୋବିନ୍ଦ 11ରନ ଓ ଅନୁରାଗ 5ରନ କରି ପାଭିଲିୟନ ଫେରିଥିଲେ ।

ପ୍ରଥମ ଇଂନିସରେ 332ରନ କରିଥିଲା ଭ୍ରମଣକାରୀ ଟିମ । ଦଳ ପକ୍ଷରୁ ଅନୁସ୍ତୁପ ମଜୁମଦାର(157) ଓ ଶହାବାଜ ଅହମ୍ମଦ(87) ଦମଦାର ପ୍ରଦର୍ଶନ କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ 3ଟି ଓ କନଓ୍ବାର ସିଙ୍ଗ ଚୌହାନ 2ଟି ଓ୍ବିକେଟ ନେଇଛନ୍ତି । ସେହିପରି ବସନ୍ତ ମହାନ୍ତି 4ଟି ଓ ଦେବବ୍ରତ ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 22, 2020, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.