ETV Bharat / sports

ରଣଜୀ ଟ୍ରଫି: 13 ବର୍ଷ ପରେ ଫାଇନାଲରେ ବେଙ୍ଗଲ

ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲର କମାଲ । 13ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚିଛି ବେଙ୍ଗଲ ।

author img

By

Published : Mar 3, 2020, 7:39 PM IST

Ranji Trophy
ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲ

କୋଲକାତା: ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲର କମାଲ । 13ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚିଛି ବେଙ୍ଗଲ । ତେବେ ସବୁଠୁ ଗରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ରଣଜୀ ସିଜିନର ଫେବରେଟ ଦଳ ଶକ୍ତିଶାଳୀ କର୍ଣ୍ଣାଟକକୁ ହରାଇଛି ବେଙ୍ଗଲ । 2006-07ରେ ଶେଷ ଥର ରଣଜୀ ଟ୍ରଫି ପାଇନାଲରେ ପ୍ରବେଶ କରିଥିଲା ବେଙ୍ଗଲ । ତେବେ 1989-90 ପରେ ରଣଜୀ ଟ୍ରଫି ଟାଇଟେଲ ବିଜୟ ଅପେକ୍ଷାରେ ରହିଛି ବେଙ୍ଗଲ ଦଳ ।

Ranji Trophy
ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲ

352 ରନର ବିଜୟକୁ ପିଛା କରୁଥିବା କର୍ଣ୍ଣାଟକ ମାତ୍ର 177 ରନରେ ସମସ୍ତ ୱିକେଟ ହରାଇଥିଲା । ଷ୍ଟାର କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ମାତ୍ର 26 ରନ କରିବାକୁ ସମର୍ଥ ହୋଇଥିଲେ । ପ୍ରଥମ ଇଂନିସରେ 67/6 ୱିକେଟ ହରାଇ ସଙ୍କଟରେ ପଡିଥିଲା ବେଙ୍ଗଲ । ତେବେ ଶେଷ ଭାଗରେ ଏପି ମଜୁମଦାରଙ୍କ ଅପରାଜିତ 149 ରନ ବେଙ୍ଗଲର ସ୍କୋରକୁ 312 ରେ ପହଞ୍ଚାଇଥିଲା ।

Ranji Trophy
ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲ

ବ୍ୟାଟିଂ ପରେ ବୋଲିଂରେ କମାଲ କରିଥିଲେ ବେଙ୍ଗଲ ବୋଲର । ଦଳ ପକ୍ଷରୁ ଇସାନ ପୋରେଲ 5ଟି ୱିକେଟ ନେଇ କର୍ଣ୍ଣାଟକ ବ୍ୟାଟିଂ ଲାଇନଅପକୁ ସଂପୂର୍ଣ୍ଣ ଧ୍ବସ୍ତ କରିଦେଇଥିଲେ । ଫଳରେ 190 ରନର ଉପଯୋଗୀ ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଥିଲା ବେଙ୍ଗଲ । ପରେ 2ୟ ଇଂନିସରେ 161 ରନ କରିବା ପରେ କର୍ଣ୍ଣାଟକ ସାମ୍ନାରେ 352 ରନର ବିରାଟ ଲକ୍ଷ୍ୟ ରଖିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.