ETV Bharat / sports

ରଣଜୀ କ୍ବାର୍ଟର: ଓଡିଶାର ବ୍ୟାଟିଂ ଜାରି, ସାନ୍ତନୁ-ଦେବାଶିଷଙ୍କ ଅର୍ଦ୍ଧଶତକ - 2nd Quarter-Final

ରଣଜୀ କ୍ବାର୍ଟର ଟକ୍କରରେ 2ୟ ଦିନର ଖେଳ ଜାରି । ଓଡିଶା ବର୍ତ୍ତମାନ ସୁଦ୍ଧା 139 ରନ ସ୍କୋର କରି 2ଟି ଓ୍ବିକେଟ ହରାଇଛି । ଓଡିଶା ପକ୍ଷରୁ ଓପନର ସାନ୍ତନୁ ମିଶ୍ର ଓ ଅଭିଜ୍ଞ ଦେବାଶିଷ ସାମନ୍ତରାୟ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

ranji-trophy-2nd-quarter-final-bengal-vs-odisha
ରଣଜୀ କ୍ବାର୍ଟର: ଓଡିଶାର ବ୍ୟାଟିଂ ଜାରି, ସାନ୍ତନୁ-ଦେବାଶିଷଙ୍କ ଯୁଗଳ ବନ୍ଦି
author img

By

Published : Feb 21, 2020, 4:32 PM IST

କଟକ: ସ୍ଥାନୀୟ ଡ୍ରିମ୍ସ ଗ୍ରାଉଣ୍ଡରେ ପ୍ରଥମ ରଣଜୀ ଟ୍ରଫି ଡ୍ରିମ ନେଇ କ୍ବାର୍ଟର ଖେଳୁଛି ଟିମ ଓଡିଶା । ତେବେ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ବେଙ୍ଗଲ ଦଳ ଚମତ୍କାର ପ୍ରଦର୍ଶନ କରିଛି । ଦଳ ତାର ପ୍ରଥମ ପାଳିରେ 332ରନରେ ସମସ୍ତ ୱିକେଟ ହରାଇଛି । ତେବେ 2ୟ ଦିନର ଖେଳ ଜାରି ରହିଥିବା ବେଳେ 139ରନରେ ଓଡିଶା ଦୁଇଟି ୱିକେଟ ହରାଇଛି । ଓଡିଶା ପକ୍ଷରୁ ଓପନର ସାନ୍ତନୁ ମିଶ୍ର ଓ ଗୋବିନ୍ଦ ପୋଦ୍ଦାର କ୍ରିଜରେ ଅପରାଜତ ରହିଛନ୍ତି । ତେବେ ଅଭିଜ୍ଞ ଦେବାଶିଷ ସାମନ୍ତରାୟ 68 ରନର ଇଂନିସ ଖେଳିଛନ୍ତି ।

ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 6 ଓ୍ବିକେଟ ହରାଇ 308ରନ୍‌ କରିଥିଲା ବେଙ୍ଗଲ । ବେଙ୍ଗଲ ଦଳର ଅନୁସ୍ତୁପ ମଜୁମଦାର(157) ଓ ଶହାବାଜ ଅହମ୍ମଦ(87) ଦମଦାର ପ୍ରଦର୍ଶନ କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ 3ଟି ଓ କନଓ୍ବାର ସିଙ୍ଗ ଚୌହାନ 2ଟି ଓ୍ବିକେଟ ନେଇଛନ୍ତି । ସେହିପରି ବସନ୍ତ ମହାନ୍ତି 4ଟି ଓ ଦେବବ୍ରତ ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.