ETV Bharat / sports

ରାଞ୍ଚିରୁ ମାଞ୍ଚେଷ୍ଟର: ଦେଖନ୍ତୁ ଧୋନିଙ୍କ ସଫଳ ଯାତ୍ରା

ରାଞ୍ଚିର ଛୋଟ ସହରରୁ ଯାତ୍ରା ଆରମ୍ଭ କରି ମାଞ୍ଚେଷ୍ଟରରେ ଫେରିଗଲେ ପାଭେଲିଅନ । ଆଉ ଠିକ୍‌ ଏହାର 403....ଦିନ ପରେ ଚୁପ ଚାପ୍‌ ଶେଷ କରି ଦେଲେ ଯାତ୍ରା । ନା ଥିଲା ଫେରଓ୍ବେଲ ମ୍ୟାଚ ନା ଷ୍ଟାଡିମରେ ଧୋନି ଧୋନି ଚିତ୍କାର । 15 ଅଗଷ୍ଟ ସଂଧ୍ୟା 7.29 ମିନିଟରେ ଅବସର ଘୋଷଣା କରି ଦେଲେ କ୍ୟାପଟେନ କୁଲ ।

author img

By

Published : Aug 16, 2020, 10:36 PM IST

ranchi-to-manchester-former-indian-cricketer-mahendra-singh-dhonis-journey
ରାଞ୍ଚିରୁ ମାଞ୍ଚେଷ୍ଟର: ଦେଖନ୍ତୁ, ଧୋନିଙ୍କ ସଫଳ ଯାତ୍ରା

ହାଇଦ୍ରାବାଦ: ସେ ଥିଲେ ଭାରତୀୟ କ୍ରିକେଟ ଇତିହାସର ସଫଳତମ ଅଧିନାୟକ । ବିଶ୍ବର ସର୍ବଶ୍ରେଷ୍ଠ ଫିନିସର । ଦୃତତମ ୱିକେଟ କିପର, ଗେମ ଚେଞ୍ଜର । ନୂତନ ଭାରତୀୟ କ୍ରିକେଟର ମେଣ୍ଟର । ଆଇସିସି ଟ୍ରଫି କିଙ୍ଗ । ଆହୁରି କେତେ କଣ ତାଙ୍କ ନାମ ।

ରାଞ୍ଚିର ଛୋଟ ସହରରୁ ଯାତ୍ରା ଆରମ୍ଭ କରି ମାଞ୍ଚେଷ୍ଟରରେ ଫେରିଗଲେ ପାଭେଲିଅନ । ଆଉ ଠିକ୍‌ ଏହାର 403....ଦିନ ପରେ ଚୁପ ଚାପ୍‌ ଶେଷ କରି ଦେଲେ ଯାତ୍ରା । ନା ଥିଲା ଫେରଓ୍ବେଲ ମ୍ୟାଚ ନା ଷ୍ଟାଡିମରେ ଧୋନି ଧୋନି ଚିତ୍କାର । 15 ଅଗଷ୍ଟ ସଂଧ୍ୟା 7.29 ମିନିଟରେ ଅବସର ଘୋଷଣା କରି ଦେଲେ କ୍ୟାପଟେନ କୁଲ । ଅନ୍ତର୍ଜାତୀୟ କ୍ରିକେଟକୁ ସବୁ ଦିନ ପାଇଁ କହିଲେ ଅଲବିଦା । ତେବେ ଏହି ବିଶ୍ବ ବିଜୟୀ କ୍ରିକେଟରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆସନ୍ତୁ ନଜର ପକାଇବା ଧୋନିଙ୍କ କ୍ରିକେଟ ଯାତ୍ରା ଉପରେ ।

ଧୋନିଙ୍କ ଯାତ୍ରା-

7 ଜୁଲାଇ ରାଞ୍ଚିର ଛୋଟ ସହରରେ ଧୋନିଙ୍କ ଜନ୍ମ । 3 ଭାଇ ଭଉଣୀରେ ସବୁଠୁ ସାନ ଥିଲେ ସ୍କୁଲ ଟିମର ଏହି ଗୋଲକିପର । ଫୁଟବଲ ଟିମକୁ ସ୍କୁଲ କ୍ରିକେଟ ଟିମ । 18 ବର୍ଷ ବୟସରେ ପ୍ରଥମ ରଣଜୀ ମ୍ୟାଚ ପରେ ଖଡଗପୁରରେ ଟିଟି । ଏହା ପରେ 2003-04ରେ କେନିଆ ଗସ୍ତରେ ଇଣ୍ଡିଆ-ଏ ଟିମରେ ଧୋନିଙ୍କୁ ମିଳେ ସ୍ଥାନ । ତେବେ ତାଙ୍କ ଲମ୍ବା ଲମ୍ବା ଛକାରେ ପ୍ରଭାବିତ ହୁଅନ୍ତି ତତ୍କାଳୀନ ଟିମ ଇଣ୍ଡିଆ କ୍ୟାପଟେନ ସୌରଭ ଗାଙ୍ଗୁଲି । ପରେ 2004ରେ ମିଳେ ମେନ ଇ ବ୍ଲ ପାଇଁ ଚିକେଟ । ଜର୍ସି ନମ୍ବର ସାତ୍‌, ଜନ୍ମ ତାରିଖ ବି ସାତ୍‌ । ଆଉ ତାହା ପରେ ଯାହା ହୁଏ, ସେ ସବୁ ଇତିହାସ ।

2007 ଟି-20 ବିଶ୍ବକପ ଫାଇନାଲ, ପାରମ୍ପାରିକ ପ୍ରତିଦ୍ବନ୍ଦ୍ବି ପାକିସ୍ତାନକୁ ହରାଇ ଇତିହାସ ରଚେ ଧୋନିଙ୍କ ଯୁବ ବାହିନୀ । ପରେ 2008ରେ ଧୋନିଙ୍କ କାନ୍ଧକୁ ଆସେ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ଭାର । ଦୀର୍ଘ 600 ଦିନ ପର୍ଯ୍ୟନ୍ତ ଧୋନିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବନେ ବିଶ୍ବର ନମ୍ବର ୱାନ ଟିମ ।

ଏହା ପରେ ଆସେ ଅସଲି ପରୀକ୍ଷା । 2011 ବିଶ୍ବକପ । ମୁମ୍ବାଇର ୱାଙ୍ଖଡେ ମୈଦାନରେ ଟପ-4ଙ୍କୁ ହରାଇ ନିରାଶ ହୋଇପଡିଥାଏ ଭାରତୀୟ ଦଳ । ଯୁବରାଜଙ୍କୁ ଅଟକାଇ 5 ନମ୍ବରରେ ବ୍ୟାଟିଂ ଆସନ୍ତି ଧୋନି । ଆଉ ତାଙ୍କ ଫିନିସିଂ ସର୍ଟରେ ପୁରଣ ହୁଏ 28 ବର୍ଷର 100 କୋଟି ଭାରତୀୟଙ୍କ ସ୍ବପ୍ନ । ଭାରତ ବନେ ବିଶ୍ବବିଜେତା ।

ତେବେ ଏତିକିରେ ଶେଷ ହୋଇ ନଥାଏ ଧୋନିଙ୍କ ଚମ୍ପିଆନ ଯାତ୍ର । 2013ରେ ଇଂଲଶ ମାଟିରେ ଘରୋଇ ଦଳକୁ ହରାଇ ଆଇସିସିର ଆଉ ଏକ ଟ୍ରଫି ଜିତେ ଭାରତ । ମାତ୍ର 5 ରନରେ ମ୍ୟାଚ ଜିତି 2013 ଚମ୍ପିଆନ୍ସ ଟ୍ରପିରେ ଚମ୍ପିଆନ ବନେ ଧୋନିଙ୍କ ଦଳ । ଆଉ ଏକ ମାତ୍ର ଅଧିନାୟକ ଭାବେ ଧୋନିଙ୍କ ନାମରେ ଲେଖାଯାଏ ଆଇସିସିର 3ଟି ଫର୍ମାଟର ଟ୍ରଫି । ପଡିଆରେ ଶୁଭେ ଧୋନି ଧୋନି ଚିତ୍କାର ।

ପରେ ସମୟ କ୍ରମେ 2014 ଡିସେମ୍ବରେ ଟେଷ୍ଟ କ୍ରିକେଟକୁ ଅଲବିଦା ଓ 2017ରେ ସୀମିତ ଫର୍ମାଟରୁ ଅଧିନାୟକ ପଦ ଛାଡନ୍ତି ଧୋନି । ବହୁ ଉତଥାପ ପତନ ଦେଇ ଗତି କରିବା ପରେ ଆସେ ତାଙ୍କ କ୍ରିକେଟ ଜୀବନର ଶେଷ ପର୍ଯ୍ୟାୟ । 2019 ଦିନିକିଆ ବିଶ୍ବକପ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଚର୍ଚ୍ଚା ହୁଏ ଧୋନିଙ୍କ ଏହା ଶେଷ ବିଶ୍ବକପ । ଆଉ ଠିକ୍‌ ସେମିତି ହିଁ ହେଲେ । ଜୁଲାଇ 10 ମାଞ୍ଚେଷ୍ଟରରେ ସେହି ଅଧା ଇଞ୍ଚ ରନ ଆଉଟ ପରେ ପାଭେଲିଅନ ଫରି ଗଲେ ଧୋନି । ଆଉ ଏମିତି ଫେରିଗେଲ ଯେ, ଆଉ ବୁଲି ଚାହିଁଲେ ନାହିଁ ଅନ୍ତର୍ଜାତୀୟ କ୍ରିକେଟକୁ ।

ତେବେ ମାଷ୍ଟର ବ୍ଲାଷ୍ଟରଙ୍କଠାରୁ ବିରାଟ କୋହଲିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସାଥିରେ ଧରି ଭାରତୀୟ କ୍ରିକେଟକୁ ଆଗକୁ ନେଇଛନ୍ତି କ୍ୟାପଟେନ କୁଲ । ସଚିନଙ୍କୁ ତାଙ୍କ ଅପେକ୍ଷାର ଫଳ ଓ ଭାରତୀୟ କ୍ରିକେଟକୁ ନୂଆ ପରିଚୟ ଦେଇଛନ୍ତି । ହେଲେ ବିନା କୌଣସି ଫେରିଏଲରେ କ୍ରିକେଟକୁ ଅଲବିଦା କହିଦେଲେ ମାହି । ଆଇ ବନି ଗଲେ ମୁକ ବିହୀନ ସମ୍ରାଟ । ତେବେ ତାଙ୍କୁ ଏକ ବିଦାୟ କାଳିନ ମ୍ୟାଚ ଦେବା ପାଇଁ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.