ନୂଆଦିଲ୍ଲୀ: ଖୁବଶୀଘ୍ର ବିସିସିଆଇର ଉପ-ସଭାପତି ଭାବେ ନିର୍ବାଚିତ ହୋଇପାରନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଆଇପିଏଲର ପୂର୍ବତନ ଚେୟାରମ୍ୟାନ ରାଜୀବ ଶୁକ୍ଳା ।
ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ (ଡିଡିସିଏ)ର ଅଧ୍ୟକ୍ଷ ରୋହନ ଜେଟଲି ଉପ-ସଭାପତି ପଦ ପାଇଁ ରାଜୀବ ଶୁକ୍ଳାଙ୍କ ନାମ ପ୍ରସ୍ତାବ ଦେଇଛନ୍ତି । ଏହାକୁ ଉତ୍ତରାଖଣ୍ଡର ମହୀମ ବର୍ମା ସମର୍ଥନ ଜଣାଇଛନ୍ତି । ଚଳିତ ବର୍ଷ ଆରମ୍ଭରୁ ବର୍ମା ଏହି ପଦ ଛାଡିଥିଲେ ।
ରାଜୀବ ଶୁକ୍ଳା ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପରିଚାଳନା ପରିଷଦର ଲୋକପ୍ରିୟ ଚେୟାରମ୍ୟାନ ରହିଛନ୍ତି । ଏଥିସହ ଏନ.ଶ୍ରୀନିବାସନ ବିସିସିଆଇ ଅଧ୍ୟକ୍ଷ କାର୍ଯ୍ୟକାଳରେ ଉପ-ସଭାପତି ଭାବେ କାର୍ଯ୍ୟ କରିସାରିଛନ୍ତି ।
24 ଡିସେମ୍ବରରେ ଅହମ୍ମଦାବାଦରେ ବିସିସିଆଇର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସର୍ବସମ୍ମତି କ୍ରମେ ଆନୁଷ୍ଠାନିକ ଭାବେ ଶୁକ୍ଳାଙ୍କ ନିର୍ବାଚନ ହେବ । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଓ ଖେରୁଲ ଜମାଲ ମଜୁମଦାରଙ୍କୁ ପୁନଃ ଆଇପିଏଲ ପରିଚାଳନା ପରିଷଦରେ ଚୟନ କରାଇଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ