ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ 47ତମ ଜନ୍ମଦିନ ପାଳୁଛନ୍ତି । ବିଶ୍ବସ୍ତରରୁ କ୍ରିକେଟର ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ତେବେ ରାଜସ୍ଥାନ ରୟାଲ୍ସ ନିଜର ପୂର୍ବତନ ଅଧିନାୟକ ତଥା ମେଣ୍ଟର ରାହୁଲ ଦ୍ରାବିଡଙ୍କୁ ବଲିଉଡ ଅନ୍ଦାଜରେ ଅଭିନନ୍ଦନ ଜଣାଇଛନ୍ତି ।

ରାଜସ୍ଥାନ ରୟାଲ୍ସ ଏକ ପୋଷ୍ଟର ରିଲିଜ କରି ଦ୍ରାବିଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେହି ପୋଷ୍ଟରଟି ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଫିଲ୍ମ ଦୀଓ୍ବାର ମୁଭିର ଏକ ପୋଷ୍ଟର ପରି ହୋଇଛି । ଦ୍ରାବିଡ ବିଗ୍ବିଙ୍କ ପରି ଏକ ସାର୍ଟ ପିନ୍ଧିଛନ୍ତି । ସେହି ପୋଷ୍ଟରର ଟାଇଟଲ ଅଛି, ଦୀଓ୍ବାର ..ଦ ଓ୍ବାଲ । ସେହି ଟାଇଟଲ ତଳେ ଲେଖାଯାଇଛି 'ମେରେ ପାସ ଟେକନିକ୍ ହେ' । ଏଥିସହ ପୋଷ୍ଟରର କର୍ଣ୍ଣରରେ ସଚିନ ଓ ହର୍ଷ ଭୋଗଲେଙ୍କ ବୟାନ ମଧ୍ୟ ଲେଖାଯାଇଛି ।





ସେହିପରି ଭାରତୀୟ କ୍ରିକେଟର ସଚିନ୍, ସେହଓ୍ବାଗ, ହରବଜନ, ମହମ୍ମଦ କୈଫ ଓ ଭିଭିଏସ ଲକ୍ଷ୍ମଣ ମଧ୍ୟ ଦ୍ରାବିଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।