ETV Bharat / sports

କେଉଁ ଭାରତୀୟ ଖେଳାଳିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି - ହରଭଜନ ସିଂହ

କାହିଁକି ହରଭଜନ ସିଂହଙ୍କ ଠାରୁ ଦୂରେଇ ରହିବାକୁ କହୁଥିଲେ ଅଷ୍ଟ୍ରେଲିଆ ଖେଳାଳି ? ଇନଷ୍ଟାଗ୍ରାମ ଲାଇଭରେ କହିଲେ ଇରଫାନ ଓ ରାଇନା । ଅଧିକ ପଢ଼ନ୍ତୁ...

Raina and Irfan, Irfan pathan, Suresh Raina, Indian cricketer whom Australia feared,  ଭାରତୀୟ ଖେଳାଳିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି, harbhajan singh, ହରଭଜନ ସିଂହ
କେଉଁ ଭାରତୀୟ ଖେଳାଳିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି
author img

By

Published : May 11, 2020, 9:47 PM IST

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହୱାଗ, ଭିଭିଏସ ଲକ୍ଷ୍ମଣ, ରାହୁଲ ଦ୍ରାବିଡ ଏବଂ ହରଭଜନ ସିଂଙ୍କ କ୍ରିକେଟରେ ଯେତେବେଳେ ଯେକୌଣସି ପରିସ୍ଥିତିରେ ଯେକୌଣସି ଟିମ ବିପକ୍ଷରେ ଖେଳନ୍ତି ତାଙ୍କ ଠାରେ ଭିନ୍ନ ଏକ ଚମକ ଦେଖିବାକୁ ମିଳେ । ତାଙ୍କ ସମୟର ଶ୍ରେଷ୍ଠ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ବେଳେ ଏହି ଖେଳାଳି ଭିନ୍ନ ଏକ ଅନ୍ଦାଜରେ ଖେଳୁଥିଲେ । ତେବେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ଓ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କେମିତି ଅଷ୍ଟ୍ରେଲିଆ ଖେଳାଳି ଅଫ-ସ୍ପିନର ହରଭଜନ ସିଂଙ୍କୁ ଡରୁଥିଲେ ସେ ବିଷୟରେ କହିଥିଲେ ।

Raina and Irfan, Irfan pathan, Suresh Raina, Indian cricketer whom Australia feared,  ଭାରତୀୟ ଖେଳାଳିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି, harbhajan singh, ହରଭଜନ ସିଂହ
ହରଭଜନ ଓ ଇରଫାନ

ଶନିବାର ସନ୍ଧ୍ୟାରେ ଏକ ଇନଷ୍ଟାଗ୍ରାମ ଲାଇଭ ଅଧିବେଶନରେ ଇରଫାନ ପଠାନ ସୁରେଶ ରାଇନାଙ୍କୁ ହୋଷ୍ଟ କରିଥିଲେ ଏବଂ ଅନ୍ୟ ଦଳ ଉପରେ ହରଭଜନଙ୍କ ପ୍ରଭାବ ଉପରେ ଆଲୋଚନା କରିଥିଲେ ।

“ଭଜ୍ଜୁ ପା ଖେଳର କିମ୍ବଦନ୍ତୀ ମଧ୍ୟରୁ ଅନ୍ୟତମ, ବିଶ୍ବ କ୍ରିକେଟରେ ତାଙ୍କ ଅପେକ୍ଷା ମୋତେ ଜଣେ ଭଲ ଅଫ୍ ସ୍ପିନରଙ୍କ ନାମ କହିଦିଅ, ତାଙ୍କ ସହ ଯୋଗାଯୋଗ ମଧ୍ୟ ଭଲ ହେବା ଉଚିତ । ସେ ଜଣେ ମହାନ ଖେଳାଳି, 100 ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ସେ,’’ ବୋଲି ଇରଫାନ କହିଥିଲେ।

“ସେ (ହରଭଜନ) ଜଣେ ଯୋଦ୍ଧା, ଅଷ୍ଟ୍ରେଲିଆରେ ଆମକୁ ମ୍ୟାଚ ଜିତାଇଥିଲେ ।’’ ରାଇନା ଆହୁରି କହିଛନ୍ତି ଯେ, ‘‘ଅଷ୍ଟ୍ରେଲୀୟ ଖେଳାଳି ମାନେ ସର୍ବଦା ହରଭଜନ ସିଂଙ୍କଠାରୁ ଦୂରରେ ରୁହ ବୋଲି କହୁଥିଲେ ।’’

ଇରଫାନ କହିଛନ୍ତି, “ହରଭଜନ ସିଂଙ୍କ ନାମ ଶୁଣି ସେମାନେ କାନ ଧରି ପକାଉଥିଲେ।

ଶେଷ ଥର ପାଇଁ 2016 ଟି-20ରେ ଭାରତ ପାଇଁ ଖେଳିଥିବା ହରଭଜନ 103 ଟି ଟେଷ୍ଟରେ 417 ୱିକେଟ ନେଇ ଟେଷ୍ଟ ମ୍ୟାଚରେ ସକ୍ରିୟ କ୍ରିକେଟରଙ୍କ ମଧ୍ୟରେ ବର୍ତ୍ତମାନ ମଧ୍ୟ ଦେଶର ସର୍ବାଧିକ ବିକେଟ ଟେକର ରହିଛନ୍ତି ।

2007 ଟି-20 ବିଶ୍ବକପ ଏବଂ 2011 ଦିନିକିଆ ବିଶ୍ବକପର ଅଂଶ ରହିଥିବା ହରଭଜନ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ରେକର୍ଡ କରିଥିଲେ । କଙ୍ଗାରୁଙ୍କ ବିପକ୍ଷରେ 18ଟି ଟେଷ୍ଟରେ ହରଭଜନ 29.95 ଆଭେରେଜରେ 95 ୱିକେଟ ନେଇଛନ୍ତି ।

2001ରେ ଇଡେନ ଗାର୍ଡେନ୍ସ କୋଲକାତାରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ସେ ଟେଷ୍ଟ ହ୍ୟାଟ୍ରିକ ନେଇଥିବା ପ୍ରଥମ ଭାରତୀୟ ହୋଇଥିଲେ । ସେହି ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ 2-1ରେ ଜିତିଥିବା ବେଳେ ହରଭଜନ 17.03 ଆଭେରେଜରେ 32 ୱିକେଟ ନେଇଥିଲେ ।

ବଲ ସହିତ ହରଭଜନଙ୍କ ବିଚକ୍ଷଣତା ଏପରି ଥିଲା ଯେ ସେ କିମ୍ବଦନ୍ତୀ ଅଷ୍ଟ୍ରେଲୀୟ କ୍ରିକେଟର ରିକି ପଣ୍ଟିଂଙ୍କୁ ଆଉଟ କରିବାର ଯେମିତି ଅଭ୍ୟାସ କରି ନେଇଥିଲେ ।

Raina and Irfan, Irfan pathan, Suresh Raina, Indian cricketer whom Australia feared,  ଭାରତୀୟ ଖେଳାଳିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି, harbhajan singh, ହରଭଜନ ସିଂହ
କେଉଁ ଭାରତୀୟ ଖେଳାଳିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି

“ମୁଁ ଭାବୁଛି ରିକି ପଣ୍ଟିଂ କେବଳ ମୋ ମୁହଁକୁ ଦେଖି ଆଉଟ ହୋଇ ଯାଉଥିଲେ । ମୁଁ ତାଙ୍କୁ ବୋଲିଂ କରିବାର ମଧ୍ୟ ଆବଶ୍ୟକତା ପଡୁନଥିଲା । ଯେତେବେଳେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବାକୁ ଆସିଥିଲେ, ମୁଁ ଭାବିଲି ସେ ମୋତେ ନେଟ୍ସରେ ଖେଳିବା ପରେ ଉନ୍ନତି କରିବେ । କିନ୍ତୁ ସେଠାରେ ମଧ୍ୟ ମୁଁ ତାଙ୍କୁ 5-6 ଥର ଆଉଟ କରିଥିଲି ବୋଲି ହରଭଜନ ନିକଟରେ ଏକ ଇନଷ୍ଟାଗ୍ରାମ ଲାଇଭରେ ରୋହିତ ଶର୍ମାଙ୍କୁ କହିଥିଲେ।’’

ଭାରତର 2007-08 ଗସ୍ତ ସମୟରେ ହରଭଜନ ସିଂ ଏବଂ ଅଷ୍ଟ୍ରେଲିଆର ଆଣ୍ଡ୍ରିୟୁ ସାଇମଣ୍ଡ୍ସଙ୍କ ମଧ୍ୟରେ ହୋଇଥିବା ବିବାଦକୁ ମଧ୍ୟ ଇରଫାନ ମନେ ପକାଇ କହିଥିଲେ ଯେ ସେତେବେଳେ ଅଫ ସ୍ପିନରଙ୍କ ଉପରେ ସବୁ ଦିଗରୁ କ୍ୟାମେରା ଥିଲା ।

ଇରଫାନ କହିଥିଲେ ଯେ, “ହରଭଜନ ମତେ କହୁଥିଲେ ଯେ, ‘ମୁଁ ହରଭଜନ ସିଂ ନୁହେଁ, ମୋତେ ନିଜକୁ ମାଇକେଲ ଜ୍ୟାକସନ ଭଳି ଲାଗୁଛି ।’ 2008 ସିରିଜ ପରେ ମିଡିଆ ତାଙ୍କୁ ସବୁଆଡେ ଅନୁସରଣ କରୁଥିଲା । ଗ୍ରାଉଣ୍ଡରୁ ଆରମ୍ଭ କରି ହୋଟେଲ ଓ ମଲ୍ ପର୍ଯ୍ୟନ୍ତ । ମଲ୍‌ର ଶୌଚାଳୟରେ ମଧ୍ୟ ସେ ରକ୍ଷା ପାଇ ନାହାଁନ୍ତି ବୋଲି କହିଥିଲେ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.