ETV Bharat / sports

ଝାଡଖଣ୍ଡକୁ ହରାଇ ରେଲୱେ ସିନିୟର ମହିଳା ଏକ ଦିବସୀୟ ଟ୍ରଫି ବିଜୟୀ

author img

By

Published : Apr 4, 2021, 7:20 PM IST

13ତମ ସିନିୟର ମହିଳା ଏକ ଦିବସୀୟ ଟ୍ରଫି ହାତେଇଲା ମିତାଲି ରାଜ୍‌ଙ୍କ ରେଲୱେ ଟିମ । ଅଧିକ ପଢନ୍ତୁ...

Railways beat Jharkhand to win 13th women's ODI title
ଝାଡଖଣ୍ଡକୁ ହରାଇ ରେଲୱେ ସିନିୟର ମହିଳା ଏକଦିଦସୀୟ ଟ୍ରଫି ବିଜୟୀ

ରାଜକୋଟ: ସିନିୟର ମହିଳା ଏକ ଦିବସୀୟ ଟ୍ରଫି ହାତେଇଲା ମିତାଲି ରାଜ୍‌ଙ୍କ ରେଲୱେ ଟିମ । ଫାଇନାଲ ମ୍ୟାଚରେ ଝାଡଖଣ୍ଡକୁ 7 ୱିକେଟରେ ହରାଇ 13ତମ ମହିଳା ଦିନିକିଆ ଟାଇଟେଲ ଜିତିଛି ରେଲୱେ । ରବିବାର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରେଲୱେ ସମସ୍ତ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିଥିଲା । ପୁନମ ରାଉତ ଓ ସାବହିନେନି ମେଘନାଙ୍କ ଅର୍ଦ୍ଧଶତକୀୟ ଇଂନିସ ରେଲୱେ ବିଜୟକୁ ସୁନିଶ୍ଚିନ୍ତ କରିଥିଲା ।

168 ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରିଥିବା ରେଲୱେ ପକ୍ଷରୁ ଓପନର ନୁଝାତ ପରୱିନ କୌଣସି ରନ କରିବା ପୂର୍ବରୁ ରନ୍‌ଆଉଟ ହୋଇ ପାଭିଲିୟନ ଫେରିଥିଲେ । ମାତ୍ର ଫର୍ମରେ ଥିବା ପୁନମ ଓ ମେଘନା ଦ୍ବିତୀୟ ୱିକେଟ ଯୋଡିରେ 107 ରନ୍‌ର ଭାଗିଦାରୀ କରିଥିଲେ । ପୁନମ 94 ବଲ୍‌ରୁ 59 ଓ ମେଘନା 67 ବଲ୍‌ରୁ 53 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ଫଳରେ 37ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ରେଲୱେ ।

ପୂର୍ବରୁ ଝାଡଖଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିବା ଯୋଗୁଁ ବଡ ସ୍କୋର କରିବାରେ ଅସମର୍ଥ ହୋଇଥିଲା ଟିମ । ଇନ୍ଦ୍ରାଣୀ ରୟ ସର୍ବାଧିକ 49 ରନର ଇଂନିସ ଖେଳିଥିଲେ । ରେଲୱେ ବୋଲରଙ୍କ ଘାତକ ବୋଲିଂ ଫଳରେ ନିର୍ଦ୍ଧାରିତ 50 ଓଭରରେ 167 ରନରେ ଅଲଆଉଟ ହୋଇଥିଲା । ସ୍ନେହା ରାଣା 3ଟି ଓ ମେଘନା ସିଂହ 2ଟି ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.