ETV Bharat / sports

ଭାରତୀୟ ଦଳରେ ରାହୁଲ ତେୱାତିଆ, ଖୁସିରେ ଆତ୍ମହରା ପରିବାର

author img

By

Published : Feb 21, 2021, 5:44 PM IST

ଗତ ସଂସ୍କରଣରେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିବା ରାହୁଲ ତେୱାତିଆ ସେଲଡନ କଟ୍ରେଲଙ୍କ ବଲ୍‌ରେ ଲଗାତାର 5ଟି ଛକା ଲଗାଇବା ପରେ ବିସିସିଆଇ ଚୟନକର୍ତ୍ତାଙ୍କ ନଜରରେ ରହିଥିଲେ । ଅଧିକ ପଢନ୍ତୁ...

rahul tewatiya of faridabad selected in indian cricket team
ଭାରତୀୟ ଦଳରେ ରାହୁଲ ତେୱାତିଆ, ଖୁସିରେ ଆତ୍ମହରା ପରିବାର

ଫରିଦାବାଦ: କଠିନ ପରିଶ୍ରମ ଓ ନିଷ୍ଠାର ସହ ସଫଳ ପ୍ରଦର୍ଶନ ସଫଳତା ଆଡକୁ ବାଡ କଢାଏ । ଏହାର ଜ୍ବଳନ୍ତ ଉଦାହରଣ ଦେଖାଯାଇଛି ହରିୟାଣାର ଯୁବ ଅଲରାଉଣ୍ଡର ରାହୁଲ ତେୱାତିଆଙ୍କୁ କ୍ଷେତ୍ରରେ । କ୍ରିକେଟରେ ସଫଳ ହେବାର ସ୍ବପ୍ନ ନେଇ ହରିୟାଣାର ସିହି ଗ୍ରାମରୁ ବାହାରିଥିବା ଖେଳାଳି ରାହୁଲ ନିଜ କ୍ରିକେଟ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି । ଇଂଲଣ୍ଡ ବିପକ୍ଷ ଟି20 ସିରିଜ ପାଇଁ ଘୋଷଣା ହୋଇଥିବା 19 ଜଣିଆ ଭାରତୀୟ ଦଳରେ ତେୱାତିଆଙ୍କୁ ସ୍ଥାନ ମିଳିଛି ।

ମୁଣ୍ଡରେ ତ୍ରିରଙ୍ଗା, ଛାତିରେ ଭାରତୀୟ କ୍ରିକେଟ ବୋର୍ଡର ଚିହ୍ନ ଓ ଦେହରେ ଭାରତୀୟ କ୍ରିକେଟ ଟିମର ନୀଳ ଜର୍ସି ପିନ୍ଧିବାକୁ ଅଗଣିତ ଯୁବ ଭାରତୀୟ କ୍ରିକେଟରଙ୍କ ସ୍ବପ୍ନ ଥାଏ । ତେବେ ଦେଶ ପାଇଁ ଖେଳିବାର ସ୍ବପ୍ନ ସାକାର କେତେ ଜଣଙ୍କ ଭାଗ୍ୟରେ ହୋଇଥାଏ । ସେମାନଙ୍କ ଭିତରେ ସୌଭାଗ୍ୟଶାଳୀ ନିଶ୍ଚୟ ରାହୁଲ ।

ତେବେ ଏହି ସଫଳତା ତାଙ୍କର ପ୍ରଭାବୀ ପ୍ରଦର୍ଶନର ପୁରସ୍କାର ଭାବେ ତାଙ୍କୁ ମିଳିଛି । ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଅଲରାଉଣ୍ଡର ତେୱାତିଆ ନିଜର କ୍ରିକେଟ ଦକ୍ଷତାର ଏକ ଝଲକରେ ଟିମକୁ ଏକାକୀ ବିଜୟୀ କରାଇବା ସହ ବଳିଷ୍ଠ ପ୍ରତିଭାର ପରିଚୟ କରାଇଥିଲେ । ସେବେଠାରୁ ସେ ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତାଙ୍କ ନଜରରେ ରହିଥିଲେ ।

ଭାରତୀୟ ଦଳରେ ପ୍ରଥମ ଥର ପାଇଁ ସାମିଲ ହେବାନେଇ ଖବର ପ୍ରସାରିତ ହେବାପରେ, ତେୱାତିଆଙ୍କ ଗ୍ରାମରେ ଖୁସିର ଲହରୀ । ପରିବାରରେ ସମସ୍ତେ ଖୁସିରେ ଆତ୍ମହରା ହେବା ସହ ଘର ବାହାରେ ବାଜା ଓ ନାଚଗୀତ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.