ETV Bharat / sports

ଭାରତୀୟ ଟିମରେ ଚୟନ ପୂର୍ବରୁ ଦ୍ରାବିଡଙ୍କ କଥା ଦେଇଥିଲା ପ୍ରେରଣା: ମୟଙ୍କ

author img

By

Published : May 19, 2020, 5:51 PM IST

ଭାରତୀୟ ଟିମରେ ଚୟନ ହେବା ନେଇ ଆଶା ହରାଇଥିବା ମୟଙ୍କ ଅଗ୍ରୱାଲଙ୍କୁ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ କିପରି ପ୍ରେରଣା ଦେଇଥିଲେ ସେନେଇ ନିଜେ କହିଲେ ମୟଙ୍କ । ଅଧିକ ପଢ଼ନ୍ତୁ...

Rahul Dravid's words kept me going, India selection, Mayank Agrawal, ଦ୍ରାବଡଙ୍କ କଥା ଦେଇଥିଲା ପ୍ରେରଣା, ଭାରତୀୟ ଟିମରେ ଚୟନ, ମୟଙ୍କ ଅଗ୍ରୱାଲ, ରାହୁଲ ଦ୍ରାବିଡ
ଭାରତୀୟ ଟିମରେ ଚୟନ ପୂର୍ବରୁ ଦ୍ରାବଡଙ୍କ କଥା ଦେଇଥିଲା ପ୍ରେରଣା: ମୟଙ୍କ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତୀୟ ଟିମରେ ନିଜ ପାଇଁ ସ୍ଥାନ ପାଇଥିବା ମୟଙ୍କ ଅଗ୍ରୱାଲ କହିଛନ୍ତି ଯେ କିପରି ମହାନ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପ୍ରେରଣା ଦାୟକ କଥା ତାଙ୍କୁ ନକାରାତ୍ମକ ଚିନ୍ତାଧାରାକୁ ଏଡାଇ ନିଜ ଲକ୍ଷ୍ୟ ପଥରେ ଆଗେଇବାକୁ ସାହାଯ୍ୟ କରିଥିଲା ।

2018-19 ସିରିଜରେ ଯେତେବେଳେ ମୟଙ୍କ ମେଲବର୍ଣ୍ଣ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଡେବ୍ୟୁ କରିଥିଲେ ତାହା ତାଙ୍କ ପାଇଁ ବଡ ମୁହୂର୍ତ୍ତ ଥିଲା ।

ତେବେ ସଞ୍ଜୟ ମାଞ୍ଜରେକରଙ୍କ ସହ ଏକ ଭିଡିଓ ଚାଟ ସୋରେ ମୟଙ୍କ କହିଛନ୍ତି ଯେ, ‘‘ମୁଁ ଭଲ ରନ ସ୍କୋର କରୁଥିଲି । ସେହି ରଣଜୀରେ ଇଣ୍ଡିଆ-ଏ ପାଇଁ ମୁଁ ବହୁତ ରନ ସ୍କୋର କରିଥିଲି । ମୁଁ ରାହୁଲ ଭାଇଙ୍କ ସହ କଥା ହେଇଥିଲି । ମୁଁ ତାଙ୍କୁ କହିଲି ଯେ ବେଳେବେଳେ ମୋ ମନରେ ଚିନ୍ତା ଆସେ ଯେ ଜାତୀୟ ଟିମରେ ମୋର ଚୟନ ହେବ ନାହିଁ ।’’

ନିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆର ଘାତକ ବୋଲରଙ୍କୁ ଖେଳି ମୟଙ୍କ 76 ରନ ସ୍କୋର କରିଥିଲେ । ଏପର୍ଯ୍ୟନ୍ତ 17ଟି ଇନିଂସ ଖେଳିଥିବା ମୟଙ୍କ 57.29 ଆଭରେଜ ସହ 974 ରନ କରିଛନ୍ତି ଯେଉଁଥିରେ ତିନୋଟି ଶତକ ମଧ୍ୟ ସାମିଲ ରହିଛି ।

କର୍ଣ୍ଣାଟକ ପାଇଁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ଭାରତ ପାଇଁ ଖେଳିବାର ସୁଯୋଗ ପାଇବାକୁ ତାଙ୍କୁ ବେଶ୍‌ ସମୟ ଲାଗିଲା । ଆଉ ସେତେବେଳେ ଦଳର କୋଚ ଭାବେ କାମ କରୁଥିବା ଦ୍ରାବିଡଙ୍କ କଥା ମୟଙ୍କଙ୍କୁ ସହାୟକ ହୋଇଥିଲା ।

‘‘ମୋର ମନେ ଅଛି, ସେ ମତେ କହିଥିଲେ ‘ମୟଙ୍କ ଏହିସବୁ ଜିନିଷ ତୁମ ହାତରେ ଅଛି । ତୁମେ ପରିଶ୍ରମ କଲ, ଆଉ ଏଠାରେ ପହଁଞ୍ଚିଲ । ତୁମେ ଯେତେ ନିକଟତର ହେବା କଥା ହୋଇଛ । କିନ୍ତୁ ଚୟନ ହେବା ନହେବା ତୁମ ହାତରେ ନାହିଁ ।’’

‘‘ମୁଁ ତାଙ୍କ ସହ ସହମତ ଥିଲି । ଏସବୁ କଥା ଶୁଣି ବୁଝିବା ସହଜ କିନ୍ତୁ ଏହାକୁ ଗ୍ରହଣ କରିବା ସେତେ ସହଜ ନୁହେଁ ।’’

‘‘କିନ୍ତୁ ସେ ଆଉ କିଛି କଥା କହିଥିଲେ- ‘କହିବା କଥା ହେଲା ଆସନ୍ତା ଅକ୍ଟୋବର ଓ ନଭେମ୍ବର ସେପ୍ଟେମ୍ବର ଠାରୁ ଭିନ୍ନ ହେବ । ତେବେ ଯଦି ଏହି କଥାକୁ ତୁମେ ଅନ୍ୟଥା ଭାବିବ ତେବେ ତୁମେ ହିଁ ନକାରାତ୍ମକ ଚିନ୍ତାଧାରାରେ ପ୍ରବେଶ କରିବ ଓ ତୁମେ ହିଁ ହାରିବ ଆଉ କେହି ନୁହେଁ’ । ଆଉ ମୁଁ ସେହି କଥା ମନେ ରଖିଥିଲି ଯାହା ମତେ ଆଗକୁ ବଢ଼ିବାରେ ସହାୟକ ହେଲା,’’ ବୋଲି କହିଛନ୍ତି ମୟଙ୍କ ।

‘‘ମୁଁ ଯେତେବେଳେ ଭାରତୀୟ ଟିମରେ ସ୍ଥାନ ପାଇଲି, ମୁଁ ତାଙ୍କୁ ଫୋନ କରି ଧନ୍ୟବାଦ ଦେଇଥିଲି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.