ETV Bharat / sports

ରାହୁଲ ଓ ପନ୍ତଙ୍କୁ ମିଳିବ ଅଧିକ ସୁଯୋଗ: କୋହଲି - Ind vs Aus

କୋହଲି କହିଛନ୍ତି ଆଗାମୀ ଦିନିକିଆ ବିଶ୍ୱକପକୁ ଲକ୍ଷ୍ୟ ରଖି ଦଳର ଏକାଦଶକୁ ପରିବର୍ତ୍ତନ କରାଯାଉଛି । ଏହାସହ ପ୍ରତି ଯୁବ ଓ ଦକ୍ଷ ଖେଳାଳିଙ୍କୁ ପରୀକ୍ଷା କରାଯାଉଛି । ବିଶ୍ୱକପ ପାଇଁ ଆଉ ଅଳ୍ପ ସମୟ ଥିବାରୁ ଏବେଠାରୁ ଦଳୀୟ ଏକାଦଶକୁ ସଠିକ କରିବାକୁ ଚେଷ୍ଟା କରାଯାଉଛି । ତେଣୁ ପନ୍ତ ଓ ରାହୁଲ ଭଳି ଖେଳାଳିଙ୍କୁ ଆଉ ଅଧିକ ସୁଯୋଗ ଦେବାକୁ ଦଳ ଚିନ୍ତା କରୁଛି ।

ଡିଜାଇନ ଫଟୋ
author img

By

Published : Feb 27, 2019, 9:43 PM IST

ବିଶାଖାପାଟନମ: ଗତକାଲି ଏଠାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟ୍ୱେଣ୍ଟି20 ମ୍ୟାଚରେ ଭାରତ 3 ୱିକେଟରେ ପରାସ୍ତ ହୋଇଥିଲା । ଏହି ମ୍ୟାଚରେ ବ୍ୟାନ ପରେ ଫେରିଥିବା ଓପନର କେଏଲ ରାହୁଲ ଭଲ ପ୍ରଦର୍ଶନ କରିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଅନ୍ୟତମ ଖେଳାଳି ତଥା ୱିକେଟକିପର ରିଷଭ ପନ୍ତ ମାତ୍ର 3 ରନରେ ରନଆଉଟ ହୋଇଥିଲେ ।

ଏହାପରେ ଉଭୟ ଖେଳାଳିଙ୍କୁ ଟିମରେ ସୁଯୋଗ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏବେ ମଧ୍ୟ ମହେନ୍ଦ୍ର ସିଂହ ଧୋନି ଦଳରେ ପ୍ରଥମ ପସନ୍ଦ ୱିକେଟକିପର ଥିବାବେଳେ ଦିନେଶ କାର୍ତ୍ତିକ ଅନ୍ୟତମ ହିଟର ତଥା ଫିନିସର ଭାବେ ରହିଛନ୍ତି । ଏହି ଅବସରରେ ପନ୍ତଙ୍କ ଖରାପ ଫର୍ମ ଚିନ୍ତାର କାରଣ ପାଲଟିଛି । କିନ୍ତୁ ଟିମ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି ଉଭୟ ଖେଳାଳିଙ୍କ ବିଷୟରେ ସକରାତ୍ମକ ମନ୍ତବ୍ୟ ଦେଇଛନ୍ତି ।

ଆଗାମୀ ଦିନିକିଆ ବିଶ୍ୱକପକୁ ଲକ୍ଷ୍ୟ ରଖି ଦଳର ଏକାଦଶକୁ ପରିବର୍ତ୍ତନ କରାଯାଉଛି । ଏହାସହ ପ୍ରତି ଯୁବ ଓ ଦକ୍ଷ ଖେଳାଳିଙ୍କୁ ପରୀକ୍ଷା କରାଯାଉଛି । ବିଶ୍ୱକପ ପାଇଁ ଆଉ ଅଳ୍ପ ସମୟ ଥିବାରୁ ଏବେଠାରୁ ଦଳୀୟ ଏକାଦଶକୁ ସଠିକ କରିବାକୁ ଚେଷ୍ଟା କରାଯାଉଛି । ତେଣୁ ପନ୍ତ ଓ ରାହୁଲ ଭଳି ଖେଳାଳିଙ୍କୁ ଆଉ ଅଧିକ ସୁଯୋଗ ଦେବାକୁ ଦଳ ଚିନ୍ତା କରୁଛି ବୋଲି କୋହଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆସନ୍ତା ମେ 30ରୁ ଇଂଲଣ୍ଡରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ । ଏହାକୁ ଲକ୍ଷ୍ୟ ରଖି ଦଳରେ ଅଧିକ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଉଛି ବୋଲି କୋହଲି କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଦଳ ରାହୁଲ ଓ ପନ୍ତଙ୍କୁ ଅଧିକ ମ୍ୟାଚ ଖେଳାଇବାକୁ ଚାହୁଁଛି । ଫଳରେ ସେମାନେ ମ୍ୟାଚ ପରିସ୍ଥିତିକୁ ଠିକ ଭାବେ ଜାଣିପାରିବେ ଏବଂ ସେମାନଙ୍କର ଅଭିଜ୍ଞତା ବଢିବ । ଯାହା ଆଗାମୀ ବିଶ୍ୱକପରେ ଆମ ପାଇଁ ଉପାଦେୟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।

undefined

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.