ଜାମାଇକା: ଭାରତ ବିପକ୍ଷ 2ୟ ଟେଷ୍ଟରେ ଇଣ୍ଡିଜ ଦଳରେ 2ଟି ପରିବର୍ତ୍ତନ ହୋଇଛି । 26 ବର୍ଷିୟ ରାହକିମ କର୍ଣ୍ଣୱାଲ ଭାରତ ବିପକ୍ଷରେ ଡେବ୍ୟୁ କରିଛନ୍ତି । କର୍ଣ୍ଣୱାଲଙ୍କ ବିରାଟକାୟ ଶରୀର ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । କର୍ଣ୍ଣୱାଲଙ୍କର ଶରୀର ଓଜନ 140 କିଲୋଗ୍ରାମରୁ ଅଧକ ହେବ ବୋଲି କୁହାଯାଉଛି ।
କର୍ଣ୍ଣୱାଲଙ୍କୁ 'ମାଉଣ୍ଟେନ ମ୍ୟାନ' ମଧ୍ୟ କୁହାଯାଉଛି । ଟେଷ୍ଟ କ୍ରିକେଟରେ ସବୁଠୁ ଓଜନଦାର ଖେଳାଳି ମଧ୍ୟ ସେ ହାଇଛନ୍ତି । ପୂର୍ବରୁ ପୂର୍ବତନ କ୍ୟାପଟେନ ୱାରୱିକ ଆର୍ମଷ୍ଟଙ୍ଗ 133-139 କିଲୋଗ୍ରାମ ରହିଥିଲେ ।
କର୍ଣ୍ଣୱାଲ ପୂର୍ବତନ ଇଣ୍ଡିଜ କ୍ରିକେଟର କୋରି କୋଲିମରଙ୍କ ଠାରୁ ୱେଷ୍ଟଇଣ୍ଡିଜ ଦଳର ଟେଷ୍ଟ କ୍ୟାପ ଗ୍ରହଣ କରିଥିଲେ ।