ETV Bharat / sports

ଆଇପିଏଲ୍‌: ଅଶ୍ବିନଙ୍କୁ ଛାଡିପାରେ ପଞ୍ଜାବ

ହାତ ବାନ୍ଧି ବସିଛନ୍ତି ଆର. ଅଶ୍ବିନ୍‌ । ଏକ ରିପୋର୍ଟ ଅନୁସାରେ, କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିବା ଅଶ୍ବିନଙ୍କୁ ଦଳ ଛାଡିବାକୁ ଯୋଜନା କରିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 26, 2019, 1:27 AM IST

ମୋହାଲି: ଭାରତୀୟ ଦଳରେ ସ୍ପିନରଙ୍କ କମାଲ ଚାଲୁଥିବା ବେଳେ ହାତ ବାନ୍ଧି ବସିଛନ୍ତି ଆର. ଅଶ୍ବିନ୍‌ । ଦିନିକିଆ ମ୍ୟାଚରେ ଆଉ ଚାଲୁନି ଅଶ୍ବିନଙ୍କ କମାଲ । ତେବେ ଯଦିଓ ଆଇପିଏଲ ପର୍ବରେ ଲାଇମ ଲାଇଟରେ ରହୁଥୁଲେ ଏହି ଚେନ୍ନାଇ ସ୍ପିନର । ମାତ୍ର ଏବେ ତାହା ମଧ୍ୟ ଶେଷ ହେବାକୁ ଯାଉଛି ।

ଏକ ରିପୋର୍ଟ ଅନୁସାରେ, କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିବା ଅଶ୍ବିନଙ୍କୁ ଦଳ ଛାଡିବାକୁ ଯୋଜନା କରିଖିଛି । ଆଇପିଏଲ୍‌ର ଗତ ଦୁଇଟି ଯାକ ସଂସ୍କରଣରେ ଅଶ୍ବିନ ପଞ୍ଜାବର ଅଧିନାୟକ ରହିଥିଲେ । ମାତ୍ର ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ଏବେ ମ୍ୟାନେଜମେଣ୍ଟ ନୂଆ ଅଧିନାୟକଙ୍କୁ ନିଯୁକ୍ତି କରିବାକୁ ଯୋଜନା ଆରମ୍ଭ କରିଛି ।

ତେବେ ମିଳୁଥିବା ଖବର ମୁତାବକ୍‌ କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାନେଜମେଣ୍ଟ ଅଶ୍ବିନଙ୍କ ବଦଳରେ କେଏଲ ରାହୁଲଙ୍କୁ ଅଧିନାୟକ ପଦ ଦେବାକୁ ଚାହୁଁଛି ।

ମୋହାଲି: ଭାରତୀୟ ଦଳରେ ସ୍ପିନରଙ୍କ କମାଲ ଚାଲୁଥିବା ବେଳେ ହାତ ବାନ୍ଧି ବସିଛନ୍ତି ଆର. ଅଶ୍ବିନ୍‌ । ଦିନିକିଆ ମ୍ୟାଚରେ ଆଉ ଚାଲୁନି ଅଶ୍ବିନଙ୍କ କମାଲ । ତେବେ ଯଦିଓ ଆଇପିଏଲ ପର୍ବରେ ଲାଇମ ଲାଇଟରେ ରହୁଥୁଲେ ଏହି ଚେନ୍ନାଇ ସ୍ପିନର । ମାତ୍ର ଏବେ ତାହା ମଧ୍ୟ ଶେଷ ହେବାକୁ ଯାଉଛି ।

ଏକ ରିପୋର୍ଟ ଅନୁସାରେ, କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିବା ଅଶ୍ବିନଙ୍କୁ ଦଳ ଛାଡିବାକୁ ଯୋଜନା କରିଖିଛି । ଆଇପିଏଲ୍‌ର ଗତ ଦୁଇଟି ଯାକ ସଂସ୍କରଣରେ ଅଶ୍ବିନ ପଞ୍ଜାବର ଅଧିନାୟକ ରହିଥିଲେ । ମାତ୍ର ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ଏବେ ମ୍ୟାନେଜମେଣ୍ଟ ନୂଆ ଅଧିନାୟକଙ୍କୁ ନିଯୁକ୍ତି କରିବାକୁ ଯୋଜନା ଆରମ୍ଭ କରିଛି ।

ତେବେ ମିଳୁଥିବା ଖବର ମୁତାବକ୍‌ କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାନେଜମେଣ୍ଟ ଅଶ୍ବିନଙ୍କ ବଦଳରେ କେଏଲ ରାହୁଲଙ୍କୁ ଅଧିନାୟକ ପଦ ଦେବାକୁ ଚାହୁଁଛି ।

17.04.2019
Radhakanta Mohanty, Kendrapada (PKG)
Anchor-ଚର୍ଚ୍ଚାର ଘଟିଛି ଅନ୍ତ।ବିଜେପିର ଜୟ-ବିଜୟଙ୍କୁ ଭିତିରିଆ ବିରୋଧ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶାଳ ଜନ ସମାବେଶରେ ଜୟ-ବିଜୟଙ୍କ ପାଇଁ ପ୍ରଚାର ନିନ୍ଦୁକ ମାନଙ୍କର ମୁହଁକୁ ବନ୍ଦ କରିଛି।
VO1-କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରିଲୋପାଟଣା ହାଟ ପଡିଆ ଠାରେ ଭାରତୀୟ ଜନତା ପାର୍ଟି ର ଏକ ମିଶ୍ରଣ ପର୍ବ ଏବଂ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ତଥା ପାଟକୁରା ବିଧାୟକ୍ ପ୍ରାର୍ଥୀ ବିଜୟ ମହାପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଦକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯୋଗଦେଇ ଦଳୀୟକର୍ମି ଙ୍କୁ ଉଦବୋଧନ ଦେଇଥିଲେ | ତେବେ ବିଜେପି ରାଜ୍ୟ ରେ ସରକାର ଗଢିଲେ କେନ୍ଦ୍ରାପଡ଼ା ରେ ଏକ ମେଡିକାଲ୍ କଲେଜ୍ ସ୍ଥାପନ ହେବା ସହିତ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟ ରେ କହିଥିଲେ | କେବଳ ସେତିକି ନୁହେଁ ପ୍ରତ୍ୟେକ ଜିଲାରେ ବିଇଡି କଲେଜ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ | ସେହିପରି ବିଜେଡି ଦଳ IAS ମାନଙ୍କ ପାଇଁ ନୂହେଁ ବରଂ ଓଡିଶା ଲୋକଙ୍କ ସ୍ଵାର୍ଥ ପାଇଁ ଗଠନ କରାଯାଇଥିଲା ବୋଲି ବିଜୟ ମହାପାତ୍ର କହିଥିଲେ | ବିକାଶ ପାଇଁ 19 ବର୍ଷ ବହୁତ୍ ଅଧିକ | ତେଣୁ ଲୋକେ ବିଜେଡି କୁ ଆଉ ଅଧିକ ସମୟ ଦେବେ ନାହିଁ ବୋଲି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜ ବକ୍ତବ୍ୟ ରେ କହିଥିଲେ । ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଙ୍କୁ ବିପୁଳ ଭୋଟ ରେ ବିଜୟି କରିବା ପାଇଁ ଦଳୀୟ ନେତା ମାନେ ନିବେଦନ କରିଥିଲେ ।
ବାଇଟ-ଧର୍ମେନ୍ଦ୍ର ପ୍ରଧାନ
VO2- ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଆସିଥିଲେ ଧର୍ମେନ୍ଦ୍ର ପ୍ରଧାନ। ତେବେ ଭାଷଣ କାଳରେ ଧର୍ମେନ୍ଦ୍ର ବିଜେଡ଼ି ନେତାମାନଙ୍କୁ ତେରଚ୍ଛା ବାଣ ମାରିଥିବାବେଳେ ବିଜୟ ମହାପାତ୍ର ମହାକାଳପଡ଼ା ଯାଇ ମହୀରାବଣକୁ ଧ୍ୱଂସ କରିବା ପାଇଁ ପ୍ରଚାରର ଆଵଶ୍ୟକତା ରହିଛି ବୋଲି କହିଥିଲେ ଧର୍ମେନ୍ଦ୍ର।ଏହାସହ ବିଜେପି ସରକାର ଗଢିଲେ ଶିକ୍ଷିତା ଝିଅ ମାନଙ୍କୁ ସ୍କୁଟି ସହିତ ଉଚ୍ଚତ୍ତର ଶିକ୍ଷା ପାଇଁ ଋଣ ଦିଆଯିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ବିଜୟ ସଂକଳ୍ପ ସମାବେଶକୁ ଉଦବୋଧନ ଦେବା ବେଳେ ନବୀନଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର । ପାଟକୁରା ବିଜେଡ଼ି ବିଧାୟକ ପ୍ରାର୍ଥୀ ବେଦପ୍ରକାଶଙ୍କୁ ସେ ମାମୁଁ ବୋଲି ସମ୍ବୋଧନ କରିଥିବାବେଳେ ମହାକାଳପଡ଼ାରେ ଜଣେ ମହୀରାବଣ ଅଛନ୍ତି ବୋଲି କହିଥିଲେ । ସେଇ ମହୀରାବଣକୁ ବଧ କରିବା ପାଇଁ ବିଜୟ ମହାପାତ୍ର ପାଟକୁରାରୁ ମହାକଳାପଡାକୁ ଯିବା ଦରକାର ବୋଲି ଧର୍ମେନ୍ଦ୍ର କହିଥିଲେ । ମହୀରାବଣକୁ ହଟାଇବା ପାଇଁ ବିଜୟ ବାବୁ ପାଟକୁରା ଯିବା ଦରକାର କି ନାହିଁ ବୋଲି ସେ ଉପସ୍ଥିତ କର୍ମୀଙ୍କୁ ପ୍ରଶ୍ନ କରିଥିଲେ । ଅନ୍ୟପଟେ ସଭାରେ ଉପସ୍ଥିତ କର୍ମୀମାନଙ୍କ ନିକଟରୁ ଉତର ମଧ୍ୟ ହଁ ଆସିଥିଲା । ପରେ ବିଜୟଙ୍କୁ ଲକ୍ଷ୍ୟ କରି ଆପଣ ମହାକାଳପଡ଼ା ଯାଆନ୍ତୁ ବୋଲି ଧର୍ମେନ୍ଦ୍ର କହିଥିଲେ । ତେବେ ବିଜୟଙ୍କୁ ମହାକାଳପଡ଼ା ଯିବା ପାଇଁ ଧର୍ମେନ୍ଦ୍ରଙ୍କ ଇଙ୍ଗିତ ମଧ୍ୟ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବରୁ ବିଜୟ ମହାକାଳପଡ଼ାରେ ଲଢ଼ୁଥିଲେ । କିନ୍ତୁ ଏଥର ପାଟକୁରା ଫେରିଛନ୍ତି । ପାଟକୁରା ଭଳି ବିଜୟଙ୍କର ମହାକାଳପଡ଼ାରେ ବି ଭଲ ଭୋଟ ରହିଛି । କିନ୍ତୁ ସେ ପାଟକୁରାରେ ବ୍ୟସ୍ତ ରହୁଥିବାରୁ ମହାକାଳପଡ଼ା ଯାଉନାହାନ୍ତି । ଫଳରେ ସେଠାରେ ବିଜେପି ପ୍ରାର୍ଥୀଙ୍କ ସ୍ଥିତି ସୁଦୃଢ଼ ହୋଇପାରୁନାହିଁ । ଯାହାକୁ ଅନୁଶୀଳନ କରିବା ପରେ ଧର୍ମେନ୍ଦ୍ର ଏଭଳି କହିଥିବା କୁହାଯାଉଛି।ଅପରପକ୍ଷରେ ଗତ ୨୦୦୯ ମସିହାରେ ବିଜୟଙ୍କ ପ୍ରତିଦ୍ବନ୍ଦୀ ଥିବା କଂଗ୍ରେସ ନେତା ନାରାୟଣ ସ୍ୱାଇଁ ଆଜିର ସମାବେଶରେ ବିଜେପିର ପଦ୍ମ ପୋଖରୀରେ ଶହଶହ ସମର୍ଥକ ଧରି ବୁଡ଼ ପକାଇ ପ୍ରତିଦ୍ବନ୍ଦୀରୁ ବିଜୟ ଓ ବୈଜୟନ୍ତଙ୍କ ସହଯାତ୍ରୀ ହୋଇଛନ୍ତି।ପାଟକୁରାରେ ସେ କାହା ସହିତ ଲଢ଼ୁଛନ୍ତି ତାହା ଜଣାନାହିଁ ବୋଲି ମଧ୍ୟ ପ୍ରତିକ୍ରିୟାରେ କହିଛନ୍ତି ମହାପାତ୍ର।
ବାଇଟ-ବୈଜୟନ୍ତ ପଣ୍ଡା(ସାଂସଦ ପ୍ରାର୍ଥୀ)
ବାଇଟ-ବିଜୟ ମହାପାତ୍ର(ବିଧାୟକ ପର୍ଥୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.