ETV Bharat / sports

PSL: ଆଉ 3 ଖେଳାଳି କୋରୋନା ପଜିଟିଭ

author img

By

Published : Mar 4, 2021, 3:15 PM IST

ପାକିସ୍ତାନ ସୁପର ଲିଗ୍‌ର ଆଉ 3 ଖେଳାଳି କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

PSL 6: Three more players test positive for Covid-19
PSL: ଆଉ 3 ଖେଳାଳି କୋରୋନା ପଜିଟିଭ

କରାଚୀ: ପାକିସ୍ତାନ ସୁପର ଲିଗ୍‌ର ଆଉ 3 ଖେଳାଳି କୋରୋନା ପଜିଟିଭ ଚିହ୍ନଟ । ଏନେଇ ଗୁରୁବାର ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସ୍ପଷ୍ଟ କରିଛି । ପିଏସଏଲର ଦୁଇଟି ଭିନ୍ନ ଫ୍ରାଞ୍ଚାଇଜର ଏହି 3 ଖେଳାଳି ରହିଥିବା ଜଣାପଡିଛି । ଏହାପରେ ପଜିଟିଭ ଚିହ୍ନଟ ହୋଇଥିବା 3 ଖେଳାଳିଙ୍କୁ 10 ଦିନ ଲେଖାଏଁ ଆଇସୋଲେସନରେ ରଖାଯାଇଛି ।

ଲକ୍ଷଣ ଦେଖାଯିବାପରେ ବୁଧବାର ଅପରାହ୍ନରେ ଏହି ଖେଳାଳିଙ୍କ ଟେଷ୍ଟ କରାଯାଇଥିଲା । ତେବେ ବୁଧବାର ଖେଳାଯାଇଥିବା ଡବଲ ହେଡର ମ୍ୟାଚରେ ଏହି ଖେଳାଳି ଟିମରେ ଖେଳୁନଥିଲେ ବୋଲି ପିସିବି ସ୍ପଷ୍ଟ କରିଛି ।

ପୂର୍ବରୁ ଇଂଲଣ୍ଡ ୱିକେଟ କିପର ବ୍ୟାଟ୍ସମ୍ୟାନ ଟମ ବଣ୍ଟନ ଓ ଅଷ୍ଟ୍ରେଲିଆ ଲେଗ ସ୍ପିନର ଫୱାଦ ଅହମ୍ମଦ ଚଳିତ ପିଏସଏଲ ସଂସ୍କରଣରେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.