ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଶୁକ୍ରବାର 2011 ବିଶ୍ବକପ ବିଜୟକୁ 10ବର୍ଷ ପୂରଣ ମନାଉଛି । ଏହିକ୍ରମରେ ତତ୍କାଳୀନ ଭାରତୀୟ କୋଚ ଗ୍ୟାରୀ କିର୍ଷ୍ଟନ ମଧ୍ୟ ଭାରତୀୟ କ୍ରିକେଟର ସେହି ଐତିହାସିକ ଦିନକୁ ମନେପକାଇଛନ୍ତି । ଟିମ ଇଣ୍ଡିଆ ପାଇଁ ଗର୍ବିତ ବୋଲି କହିଛନ୍ତି ଗ୍ୟାରୀ ଓ ସେହି ଦିନରୁ ବିଗତ ଦଶ ବର୍ଷ ମଧ୍ୟରେ କିପରି ପ୍ରଗତି ଓ ପ୍ରଭାବୀ ହୋଇଛି କହିଛନ୍ତି ।
-
It’s been 10yrs since Team India won the @icc CWC. Most definitely one of my career highlights. I’m so proud to see how the team has grown from that day & how the players have developed since. Thank you @incredibleindia for all the wonderful memories.
— Gary Kirsten (@Gary_Kirsten) April 2, 2021 " class="align-text-top noRightClick twitterSection" data="
">It’s been 10yrs since Team India won the @icc CWC. Most definitely one of my career highlights. I’m so proud to see how the team has grown from that day & how the players have developed since. Thank you @incredibleindia for all the wonderful memories.
— Gary Kirsten (@Gary_Kirsten) April 2, 2021It’s been 10yrs since Team India won the @icc CWC. Most definitely one of my career highlights. I’m so proud to see how the team has grown from that day & how the players have developed since. Thank you @incredibleindia for all the wonderful memories.
— Gary Kirsten (@Gary_Kirsten) April 2, 2021
ଏପ୍ରିଲ 2ରେ ଯେବେ ମେନ ଇନ ବ୍ଲୁ 2011 ବିଶ୍ବକପ ଟ୍ରଫି ନିଜ ନାମରେ କରି ଇତିହାସ ରଚଥିଲା, ସେତେବେଳେ ମୁଖ୍ୟ କୋଚ ଥିଲେ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଗ୍ୟାରୀ କିର୍ଷ୍ଟନ । ଧୋନିଙ୍କ ନେତୃତ୍ବରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ମାତ୍ର ଗୋଟିଏ ମ୍ୟାଚ ହାରିଥିଲା ଭାରତ ।
ସେମିଫାଇନାଲରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ସହ ଫାଇନାଲ ମୁକାବିଲା ଖେଳିଥିଲା ଧୋନି ବାହିନୀ ।
ପରେ 275 ରନର ବିଜୟ ଲକ୍ଷ୍ୟକୁ ହାସଲ କରି 28 ବର୍ଷ ପରେ ଦ୍ବିତୀୟ ଥର ଦିନିକିଆ ବିଶ୍ବକପ ବିଜୟୀ ହୋଇଥିଲା ଭାରତ । ପ୍ରଥମ ଥର କପିଳ ଦେବଙ୍କ ନେତୃତ୍ବରେ 1983ରେ ବିଶ୍ବକପ ବିଜେତା ହୋଇଥିଲା ଟିମ ଇଣ୍ଡିଆ ।
ବ୍ୟୁରୋ ରିୁପୋର୍ଟ, ଇଟିଭି ଭାରତ