ନୂଆଦିଲ୍ଲୀ: କ୍ରିକେଟ ଛାଡି କବାଡି ଖେଳିବେ କି କ୍ୟାପଟେନ କୋହଲି ? ଏଥିପାଇଁ ପ୍ରସ୍ତୁତ କରୁଛନ୍ତି ଦଳ! ଦଳରେ ବାହୁବଳୀ ଧୋନିଙ୍କୁ ସାମିଲ କରିଛନ୍ତି । କିନ୍ତୁ ନିଜେ ଅଧିନାୟକ ହେବେ ନାହିଁ ବୋଲି ସଫା ମନା କରି ଦେଇଛନ୍ତି ।
ତେବେ ଶନିବାର ପ୍ରୋ କବାଡି ଲିଗର ମୁମ୍ବାଇଠାରେ ୟୁ-ମୁମ୍ବା ଓ ପୁନେରି ପଲଟନର ମ୍ୟାଚରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ବିରାଟ । ପରେ ପ୍ରୋ କବାଡି ଲିଗ ନିଜ ଅଫିସିଆଲ ଆକାଉଣ୍ଟରେ ବିରାଟଙ୍କ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ବିରାଟ କହୁଛନ୍ତି, "ଏହି ଖେଳାଳିମାନେ ସ୍ଫୁର୍ତ୍ତି ଓ ତାକତ୍ ମାମଲାରେ ମୋଠାରୁ ବହୁ ଆଗରେ। ମୋ ମତରେ ଧୋନି, ଜାଡେଜା ଓ ଉମେଶ ବହୁତ ମଜଭୁତ । ଉମେଶ ଓ ପନ୍ତ ମଧ୍ୟ ମୋ ଦଳରେ ସାମିଲ ରହିବେ । ଟୋ-ଟଚ୍ ପାଇଁ ମୁଁ ବୁମ୍ରାଙ୍କୁ ରଖିବି । ଅନ୍ତିମ ଖେଳାଳି ଭାବେ ଭାବେ ମୁଁ ଲୋକେଶ ରାହୁଲଙ୍କୁ ସାମିଲ୍ କରିବି । ମାତ୍ର ମୁଁ ନିଜକୁ ଦଳରେ ସାମିଲ କରିବି ନାହିଁ । "
ଏଥିସହ କୋହଲି ରାହୁଲ ଚୌଧୁରୀଙ୍କୁ ନିଜର ପସନ୍ଦର କବାଡି ଖେଳାଳି କହିଛନ୍ତି । ଟିମ୍ ଇଣ୍ଡିଆ ଓ ତାମିଲ୍ ଥାଲାଇଭାସ୍ ପକ୍ଷରୁ ଖେଳୁଥିବା ଚୌଧୁରୀ ଓ ଅଜୟ ଠାକୁରଙ୍କ ଯୋଡ଼ି ବିରାଟଙ୍କୁ ନିଜ ସହ ଧୋନିଙ୍କ ଯୋଡ଼ି କଥା ମନେ ପକାଉଛି ବୋଲି ସେ କହିଛନ୍ତି ।