ETV Bharat / sports

ଆଇପିଏଲ: ଆଜି ଦୁଇ ଟେବୁଲ ଟପ୍ପର୍‌ଙ୍କ ମଧ୍ୟରେ ଟକ୍କର - DC

ଆଜି ମ୍ୟାଚ ନମ୍ବର 50ରେ ହେବ ଦୁଇ ଟେବୁଲ ଟପ୍ପରଙ୍କ ମଧ୍ୟରେ ଟକ୍କର । ଦ୍ବିତୀୟ ଥର ପାଇଁ ଆଇପିଏଲର ସିଂହକୁ ଭେଟିବ ଟପ୍‌ ସ୍ପଟରେ ଥିବା ଯୁବ ଦିଲ୍ଲୀ ଦଳ ।

ଫଟୋ ସୌଜନ୍ୟ- ଡିଜାଇନ ଫଟୋ
author img

By

Published : May 1, 2019, 2:47 PM IST

ଚେନ୍ନାଇ: ଶେଷ ପର୍ଯ୍ୟାୟରେ ଆଇପିଏଲର ଚଳିତ ସଂସ୍କରଣ । ଆଜି ମ୍ୟାଚ ନମ୍ବର 50ରେ ହେବ ଦୁଇ ଟପ୍ପରଙ୍କ ମଧ୍ୟରେ ଟକ୍କର । ଦ୍ବିତୀୟ ଥର ପାଇଁ ଆଇପିଏଲର ସିଂହକୁ ଭେଟିବ ଟପ୍‌ ସ୍ପଟରେ ଥିବା ଯୁବ ଦିଲ୍ଲୀ ଦଳ ।

ତେବେ ଏହି ଦୁଇ ଦଳ ପ୍ଲେ-ଅଫରେ ସାମିଲ ହୋଇସାରିଥିବା ବେଳେ ଆଜିର ମ୍ୟାଚ ଔପଚାରିକ ହେବ । ମାତ୍ର ସିଜନ ଆରମ୍ଭରୁ ଟେବୁଲ ଟପ୍ପର ଥିବା ଚେନ୍ନାଇ ଆଜି ମ୍ୟାଚ ଜିତି ପୁଣିଥରେ ଟପ୍‌ ସ୍ପଟକୁ ବଜାୟ ରଖିବାକୁ ଚାହିଁବ । ସେହିପରି ନିଜର ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇଠାରୁ ପାଇଥିବା ପରାଜୟର ବଦଲା ନେବାକୁ ବି ତୟାର ଯୁବ ଦିଲ୍ଲୀ ଦଳ । ଚେନ୍ନାଇର ଏମ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

CSK
ଫଟୋ ସୌଜନ୍ୟ- @DC

ତେବେ ଗତ 10 ଦିନ ଭିତରେ ନିଜର ମୋମେଣ୍ଟମ ହରାଇଥିବା ସିଏସକେ ପାଇଁ ଏବେ ପ୍ଲେ-ଅଫ ମ୍ୟାଚର ଚିନ୍ତା ଘାରିଛି । ପ୍ରଥମ 8ଟି ମ୍ୟାଚରୁ 7ଟି ମ୍ୟାଚ ଜିତିଥିବା ଧୋନିଙ୍କ ଦଳ ଶେଷ 4ଟି ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟ ହାସଲ କରିଛି । ସେହିପରି ଧୋନିଙ୍କ ଅନୁପସ୍ଥିତିରେ ଦଳ ଦୁଇଟି ଯାକ ମ୍ୟାଚ ହାରିଛି । ମୁମ୍ବାଇ ବିପକ୍ଷ ଶେଷ ମ୍ୟାଚରେ 155ରନର ଟାର୍ଗେଟକୁ ଚେଜ୍‌ କରିବାକୁ ବି ବିଫଳ ହୋଇଥିଲା ଦଳ । ତେବେ ଲଗାତାର ଧୋନିଙ୍କ ଅଣ୍ଟା ଯନ୍ତ୍ରଣା ପାଇଁ ଧୋନି ମ୍ୟାଚରୁ ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅସୁସ୍ଥ ଥିବାରୁ ସେ ମଧ୍ୟ ଏକାଧିକ ମ୍ୟାଚରୁ ବିଶ୍ରାମ ନେଇଛନ୍ତି ।

CSK
ଫଟୋ ସୌଜନ୍ୟ- @csk

ସେହିପରି ଚଳିତ ଆଇପିଏଲରେ ନୂଆ ରଙ୍ଗଢଙ୍ଗରେ ଉଦ୍ଭା ହୋଇଥିବା ଯୁବ ଦିଲ୍ଲୀ ଦଳ ଦୀର୍ଘ 6 ବର୍ଷ ପରେ ପଏଣ୍ଟ ଟେବୁଲର ଟପରେ ରହିଛି । ଶେଷ 7ଟି ମ୍ୟାଚରୁ 6ଟି ମ୍ୟାଚରେ ବିଜୟ ହୋଇସାରିଛି ଦଳ । ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଫୁଲଜୋସରେ ଭରି ରହିଛି ।

ତେବେ ଅପେକ୍ଷା ସଂଧ୍ୟା 8ଟା ମ୍ୟାଚକୁ । ଥାଲାଙ୍କ ଦଳକୁ ପରାସ୍ତ କରି ଦିଲ୍ଲୀ ପରାଜୟର ପ୍ରତିଶୋଧ ନେଉଛି, ନା ମ୍ୟାଚକୁ ଜିତି ସିଏସକେ ପୁଣିଥରେ ଟପ ସ୍ପଟ୍‌ରେ ରହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

shreemayee

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.