ହାଇଦ୍ରବାଦ: ବୁଧବାର ଆଇପିଏଲର 33 ନମ୍ବର ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ସ୍ଥାନୀୟ ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ତେବେ 7ଟି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଚେନ୍ନାଇ ଆଜି ମ୍ୟାଚ ଜିତିଲେ ପ୍ଲେ-ଅଫରେ ସ୍ଥାନ ପକ୍କା କରିବ । ଅନ୍ୟପଟେ ସନରାଇଜର୍ସ ଲଗାତାର ତାର ଶେଷ 3ଟି ମ୍ୟାଚ ହାରି ପଏଣ୍ଟ ଟେବୁଲର ନିମ୍ନ ଭାଗରେ ରହିଛି ।
ତେବେ ଚଳିତ ସିଜିନରେ ସବୁଠାରୁ ସଫଳତମ ଦଳ ସାବ୍ୟସ୍ତ ହୋଇଥିବା ଚେନ୍ନାଇ ୮ଟି ମ୍ୟାଚ୍ ଖେଳି ୭ଟି ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୧୪ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛନ୍ତି । ଅନ୍ୟପଟେ ହାଇଦ୍ରାବାଦ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳି ୩ଟି ବିଜୟ ଓ ୪ଟି ପରାଜୟ ସହ ୬ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି । ତେବେ ହାଇଦ୍ରାବଦର ଏହି ପରାଜୟରେ ସାମିଲି ଦୁଇଟି ମ୍ୟାଚ ଯାହାକି ନିଜ ଘରୋଇ ଗ୍ରାଉଣ୍ଡରେ ହାରିଛି ଦଳ ।
![ipl](https://etvbharatimages.akamaized.net/etvbharat/images/ipl-2019-rr-vs-csk-deepak-chahar_1404newsroom_00091_834.jpg)
ଅନ୍ୟପଟେ ହାଇଦ୍ରାବାଦର ମୁଣ୍ଡ ବିନ୍ଧା କରାଣ ସାଜିଛି ମଧ୍ୟ କ୍ରମ । ଦୁଇ ଓପନର ବେୟାରଷ୍ଟୋ ଓ ଡେଭିଡ ଓ୍ବାର୍ନ ବିଫଳ ହେଲେ ଦଳର ବ୍ୟାଟିଂ ଲାଇନ ଅପ ଦୁର୍ବଳ ହୋଇ ପଡୁଛି । ଓ୍ବାର୍ନର ଏପର୍ଯ୍ୟନ୍ତ ୪୦୦, ବେୟାରଷ୍ଟୋ ୩୦୪ ରନ କରିଥିବା ବେଳେ ଭାରତୀୟ ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିବା ବଜୟ ଶଙ୍କର ୧୩୨ ରନ ସଂଗ୍ରହ କରିଛନ୍ତି । ସେହିପରି ଧୋନିଙ୍କ ପାଖରେ ରହିଛି ଶକ୍ତିଶାଳି ସ୍ପିନ ବିଭାଗ । ଯାହା ତାଙ୍କୁ ପ୍ରତ୍ୟେକ ମ୍ୟାଚରେ ଜିତାଇ ଚାଳିଛି ।
ସନରାଇଜର୍ସ ହାଇଦ୍ରାବାଦ ସମ୍ଭାବ୍ୟ ଏକାଦଶ: କେନ୍ ଓ୍ବିଲିୟମସନ (ଅଧିନାୟକ), ଭୁବନେଶ୍ୱର କୁମାର, ଦୀପକ ହୁଦା, ରିକି ଭୁଇ, ସିଦ୍ଧାର୍ଥ କାଉଲ, ଡେଭିଡ ଓ୍ବାର୍ନର, ରସିଦ ଖାଁ, ମହମ୍ମଦ ନବୀ, ଜନୀ ବେୟାରଷ୍ଟୋ, ମାର୍ଟିନ ଗୁପ୍ଟିଲ, ବିଜୟ ଶଙ୍କର
ଚେନ୍ନାଇ ସୁପର କିଙ୍ଗ୍ସ ସମ୍ଭାବ୍ୟ ଏକାଦଶ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, ଶେନ୍ ଓ୍ବାଟସନ, ଫାଫ୍ ଡୁପ୍ଲେସି, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଡ୍ବେନ ବ୍ରାଭୋ, ସର୍ନ ଶର୍ମା, ଇମ୍ରାନ ତାହିର, ଦୀପକ ଚହର
ବ୍ୟୁରୋ ଇନପୁଟ, ଇଟିଭି ଭାରତ