ETV Bharat / sports

ୟୁବି-କୈଫଙ୍କ ପାର୍ଟନରସିପ୍‌ ଭଳି ଦେଶ କୋରୋନା ସହ ଲଢିବ: ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଟ୍ବିଟ କରି ଯୁବରାଜ ସିଂ ଓ ମହମ୍ମଦ କୈଫଙ୍କ ନେଟଓ୍ବେଷ୍ଟ ଟ୍ରଫିର ପାର୍ଟନରସିପକୁ ମନେ ପକେଇ ଲେଖିଛନ୍ତି ଯେ, ସମୟ ଆସି ଯାଇଛି ଆଉ ଏକ ପାର୍ଟନରସିପର । ଏବେ ସାରା ଭାରତ କୋରୋନା ଭାଇରାସ ବିପକ୍ଷ ଲଢେଇରେ ଅଂଶଗ୍ରହଣ କରିବେ ।

author img

By

Published : Mar 22, 2020, 4:03 AM IST

pm narendra
pm narendra

ନୂଆଦିଲ୍ଲୀ: କୋରୋନା ଭାଇରସ ସହ ଭାରତ ଲଢିବ । ମହମ୍ମଦ କୈଫ- ଯୁବରାଜ ସିଂଙ୍କ ପାର୍ଟନରସିପ୍‌ ଭଳି ସମୟ ଆସିଯାଇଛି ଭାରତ ଆଉ ଏକ ପାର୍ଟନରସିପ୍‌ କରିବ । ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

pm narendra modi
ଫଟୋ ସୌଜନ୍ୟ:ଟ୍ବିଟ@narendramodi

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶକୁ କୋରୋନା ଭାଇରାସ ସହ ଏପରି ଲଢିବାର ଅଛି ଯେପରି ନେଟଓ୍ବଷ୍ଟ ଟ୍ରଫି-2002ରେ ଯୁବରାଜ ସିଂ ଓ ମହମ୍ମଦ କୈଫ ଇଂଲଣ୍ଡ ବିପକ୍ଷରେ ଲଢିଥିଲେ ଓ ଶ୍ରେଷ୍ଠ ପାର୍ଟନରସିପ୍‌ କରି ଦେଶକୁ ବିଜୟ ସ୍ବାଦ ଚଖାଇଥିଲେ ।

cricket
ଯୁବରାଜ ସିଂ ଓ ମହମ୍ମଦ କୈଫ

ମୋଦି ଗୁରୁବାରର ଦିନ ଦେଶକୁ ସମ୍ବୋଧିତ କରି କହିଥିଲେ 22ମାର୍ଚ୍ଚ ଅର୍ଥାତ୍‌ ରବିବାର ଦିନ ଜନତା କର୍ଫ୍ୟୁ ସମ୍ବନ୍ଧରେ କହିଥିଲେ । ଏହାପରେ କୈଫ ଟ୍ବିଟ କରି ଦେଶବାସୀଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀଙ୍କ କଥା ମାନିବା ପାଇଁ ଓ ଭାଇରସର ସଂକ୍ରମଣରୁ ବଞ୍ଚିବା ପାଇଁ । ସେ ଟ୍ବିଟରେ ଲେଖିଥିଲେ ଯେ, ସମୟ ଆସିଛି ଆଉ ଏକ ପାର୍ଟନରସିପ୍‌ ପାଇଁ ।

କୈଫଙ୍କ ଟ୍ବିଟର ରିଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ ଯେ, 2ଜଣ ସାନଦାର କ୍ରିକେଟରଙ୍କ ଯୋଗଦାନକୁ କେବେ ଭୁଲି ହେବ ନାହିଁ । ଯେପରି ସେ କହିଛନ୍ତି ସମୟ ଆସିଛି ଆଉ ଏକ ପାର୍ଟନରସିପ୍‌ ପାଇଁ । ସେହିପରି ଆମେ ସମସ୍ତେ ଏବେ କୋରୋନା ଭାଇରାସ ବିପକ୍ଷ ଲଢେଇରେ ଅଂଶଗ୍ରହଣ କରିବା ।

ସୂଚନାଥାଉକି, କୈଫ ଓ ଯୁବରାଜ 2002ରେ ନେଟଓ୍ବେଷ୍ଟ ଟ୍ରଫିର ଫାଇନାଲରେ ଲର୍ଡସ ଗ୍ରାଉଣ୍ଡରେ 121ରନ୍‌ର ପାର୍ଟନରସିପ୍‌ କରିଥିଲେ । ତାଙ୍କ ପାର୍ଟନରସିପ୍‌ ଫଳରେ ଭାରତ ବିଜୟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.