ETV Bharat / sports

ଆସୁଛି ଆଇପିଏଲ ମହାପର୍ବ, ଡିସେମ୍ବର 19ରେ ନିଲାମ - ଇଣ୍ଡିଆନ ପ୍ରିମିୟର ଲିଗ

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) 2020 ପାଇଁ ଡିସେମ୍ବର 19ରେ ହେବ ଖେଳାଳିଙ୍କ ନିଲାମ। ନିଲାମରେ 971 ଖେଳାଳି ଥିବାବେଳେ ଟିମଙ୍କ ପାଖରେ ମାତ୍ର 73 ଖେଳାଳିଙ୍କ ସ୍ଥାନ ରହିଛି।

ଆଇପିଏଲ ନିଲାମ
ଆଇପିଏଲ ନିଲାମ
author img

By

Published : Dec 3, 2019, 11:23 PM IST

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) 2020 ପାଇଁ ଡିସେମ୍ବର 19ରେ ହେବ ଖେଳାଳିଙ୍କ ନିଲାମ। କୋଲକାତାରେ ଏହି ହାଇବଜେଟ ନିଲାମି ପ୍ରକିୟା ଅନୁଷ୍ଠିତ ହେବାନେଇ ସ୍ପଷ୍ଟ ହୋଇଛି । ନିଲାମରେ 971 ଖେଳାଳି ଥିବାବେଳେ ଟିମଙ୍କ ପାଖରେ ମାତ୍ର 73 ଖେଳାଳିଙ୍କ ସ୍ଥାନ ରହିଛି । 971 ଖେଳାଳିଙ୍କ ମଧ୍ୟରୁ 713 ଜଣ ଭାରତୀୟ ଓ 258 ଜଣ ବିଦେଶୀ କ୍ରିକେଟର ଅଛନ୍ତି। ଅଷ୍ଟ୍ରେଲିଆରୁ ସର୍ବାଧିକ 55 ଜଣ କ୍ରିକେଟର ନିଲାମ ପାଇଁ ରେଜିଷ୍ଟର କରିଛନ୍ତି ।

ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ 2020 ଆଇପିଏଲରେ ଭାଗ ନେବେନାହିଁ । ସେଥିପାଇଁ ସେ ନିଲାମ ପ୍ରକ୍ରିୟାରେ ତାଙ୍କର ନାମ ନାହିଁ । ଶେଷଥର 2015ରେ ଆରସିବି ପକ୍ଷରୁ ଖେଳିଥିଲେ ଷ୍ଟାର୍କ । 2018 ଆଇପିଏଲରେ 9.4 କୋଟି ଟଙ୍କାର ଅର୍ଥରେ କେକେଆର ଷ୍ଟାର୍କଙ୍କୁ ହାତେଇଥିଲା । ମାତ୍ର ଆହତ କାରଣରୁ ସେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିଲେ ।

ଜାଣନ୍ତୁ କେଉ ଟିମରେ କେତେ ଖେଳାଳିଙ୍କୁ ସାମିଲ ପାଇଁ ସ୍ଥାନ ରହିଛି...

ଚେନ୍ନାଇ ସୁପର କିଙ୍ଗ୍ସ 14.60 କୋଟି 5ଟି ସ୍ଥାନ(2 ବିଦେଶୀ)
ଦିଲ୍ଲୀ କ୍ୟାପିଟାଲ୍ସ 27.85 କୋଟି 11 ଟି ସ୍ଥାନ(5 ବିଦେଶୀ)
କିଙ୍ଗସ ଇଲେଭେନ ପଞ୍ଜାବ 42.70 କୋଟି 9ଟି ସ୍ଥାନ(4 ବିଦେଶୀ)
କୋଲକାତା ନାଇଟ ରାଇଡର୍ସ 35.65 କୋଟି 11ଟି ସ୍ଥାନ(4ବିଦେଶୀ)
ମୁମ୍ବାଇ ଇଣ୍ଡିଆନ୍ସ 13.05 କୋଟି 7ଟି ସ୍ଥାନ(2 ବିଦେଶୀ)
ରାଜସ୍ଥାନ ରୟାଲ୍ସ 28.90 କୋଟି 11ଟି ସ୍ଥାନ(4 ବିଦେଶୀ)
ରୟାଲ୍ସ ଚାଲେଞ୍ଜର୍ସ ବାଙ୍ଗାଲୁରୁ 27.90 କୋଟି 12ସ୍ଥାନ(6 ବିଦେଶୀ)
ସନରାଇଜର୍ସ ହାଇଦ୍ରାବାଦ 17.00 କୋଟି 7 ସ୍ଥାନ(2 ବିଦେଶୀ)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.