ETV Bharat / sports

ରୋହିତ ଶର୍ମାଙ୍କ ୱିକେଟ ନେବା ସ୍ବପ୍ନ ସତ ହେବା ଭଳି: ନାସିମ ଶାହ - ନାସିମ ଶାହ

ରୋହିତ ଶର୍ମାଙ୍କ ୱିକେଟ ନେବା ତାଙ୍କ ପାଇଁ ସ୍ବପ୍ନ ସାକାର ହେବା ଭଳି କହିଛନ୍ତି ପାକିସ୍ତାନର ଯୁବ ପେସର ନାସିମ ଶାହ । ଅଧିକ ପଢ଼ନ୍ତୁ...

Picking Rohit's wicket, Rohit's wicket would be a dream come true, Naseem Shah, ରୋହିତ ଶର୍ମାଙ୍କ ୱିକେଟ ନେବା ସ୍ବପ୍ନ ସତ ହେବା ଭଳି, ନାସିମ ଶାହ, ପାକିସ୍ତାନର ପେସର ନାସିମ ଶାହ
ରୋହିତ ଶର୍ମାଙ୍କ ୱିକେଟ ନେବା ସ୍ବପ୍ନ ସତ ହେବା ଭଳି: ନାସିମ ଶାହ
author img

By

Published : Jul 18, 2020, 2:28 AM IST

ଲାହୋର: ପାକିସ୍ତାନର ଯୁବ ପେସ ସେନସେସନ ନାସିମ ଶାହ ଅନୁଭବ କରିଛନ୍ତି ଯେ ରୋହିତ ଶର୍ମାଙ୍କର ସମସ୍ତ ପ୍ରକାର ଡେଲିଭରି ଖେଳିବାର କ୍ଷମତା ଅଛି ଏବଂ ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ୱିକେଟ ନେବା ତାଙ୍କର ଏକ ସ୍ବପ୍ନ ସାକାର ହେବା ଭଳି ।

‘‘ରୋହିତ ଶର୍ମାଙ୍କର ସମସ୍ତ ପ୍ରକାରର ଡେଲିଭରି ଖେଳିବାର କ୍ଷମତା ଅଛି, ସେ ସଟ ହେଉ କିମ୍ବା ଏକ ଭଲ ଲେନ୍ଥ ଡେଲିଭେରି ହେଉ । ତାଙ୍କର ରେକର୍ଡ ତାଙ୍କ ପାଇଁ କହିଥାଏ ଏବଂ ତାଙ୍କ ୱିକେଟ୍ ନେବା ମୋ ପାଇଁ ଏକ ସ୍ବପ୍ନ ସାକାର ହେବା ଭଳି,’’ ବୋଲି ନାସିମ ଏକ ଭିଡିଓ ସାକ୍ଷାତକାରରେ କହିଛନ୍ତି।

17 ବର୍ଷୀୟ ଏହା ମଧ୍ୟ କହିଛନ୍ତି ଯେ ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥଙ୍କୁ ଆଉଟ କରିବା ମଧ୍ୟ ତାଙ୍କୁ ଖୁସି କରିବ।

‘‘ଷ୍ଟିଭ୍ ସ୍ମିଥ୍ ତାଙ୍କ ବ୍ୟାଟିଂ କୌଶଳରେ ଅତ୍ୟନ୍ତ ନିଖୁଣ ଏବଂ ତାଙ୍କୁ ଆଉଟ କରିବା ମୋ ପାଇଁ ଆନନ୍ଦଦାୟକ ହେବ। ଅତୀତରେ ମୁଁ ତାଙ୍କୁ ବୋଲିଂ କରିବାର ସୁଯୋଗ ପାଇଥିଲି କିନ୍ତୁ ତାଙ୍କ ଫର୍ମକୁ ଦୃଷ୍ଟିରେ ରଖି ତାଙ୍କ ୱିକେଟ୍ ନେବା ଏକ ଭଲ ଅଭିଜ୍ଞତା ହେବ,’’ ବୋଲି ସେ କହିଛନ୍ତି।

ଶାହ ଏପର୍ଯ୍ୟନ୍ତ 13 ଟି ୱିକେଟ ନେଇ ପାକିସ୍ତାନ ପାଇଁ ଚାରିଟି ଟେଷ୍ଟ ଖେଳିଛନ୍ତି।

ଶାହ ପାକିସ୍ତାନ ଦଳର ଏକ ଅଂଶ ଯାହାକି ଆସନ୍ତା ମାସରେ ଇଂଲଣ୍ଡରେ ଖେଳିବ।

ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ଅଗଷ୍ଟ 5ରୁ ମଞ୍ଚେଷ୍ଟରରେ ଖେଳାଯିବ ଏବଂ ଅନ୍ତିମ ଦୁଇଟି ଟେଷ୍ଟ ଯଥାକ୍ରମେ ଅଗଷ୍ଟ 13 ଏବଂ ଅଗଷ୍ଟ 21 ରୁ ସାଉଥମ୍ପଟନରେ ଖେଳାଯିବାର ଯୋଜନା ରହିଛି ।

ଏହି ସମୟରେ ତିନୋଟି ଟି-20 ଅଗଷ୍ଟ 28, ଅଗଷ୍ଟ 30 ଏବଂ ସେପ୍ଟେମ୍ବର 1 ରେ ମଞ୍ଚେଷ୍ଟରର ଗୋଟିଏ ହିଁ ଭେନ୍ୟୁରେ ଖେଳାଯିବ ଖେଳାଯିବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.