ହାଇଦ୍ରାବାଦ: ଅଷ୍ଟ୍ରେଲିଆର ଅନୁଭବୀ ବୋଲର ପିଟର ସିଡଲ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଛନ୍ତି । 35ବର୍ଷୀୟ ସିଡଲ ରବିବାର ଦିନ ଏହାର ସୂଚନା ଦେଇଛନ୍ତି ।
![peter siddle](https://etvbharatimages.akamaized.net/etvbharat/prod-images/5533300_screenshot-4471.jpg)
ସିଡଲ 2008ରେ ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ । ଦେଶ ପାଇଁ 67ଟେଷ୍ଟ ମ୍ୟାଚ ଖେଳି 221 ଓ୍ବିକେଟ ନିଜ ନାଁରେ କରିଛନ୍ତି । ସେ ଦେଶ ପାଇଁ ସର୍ବାଧିକ ଓ୍ବିକେଟ ହାସଲ କରିଥିବା 13ତମ ବୋଲର । ନିଜର ଡେବ୍ୟୁ ମ୍ୟାଚରେ ସିଡଲ ସଚିନ ତେନ୍ଦୁଲକରଙ୍କ ଓ୍ବିକେଟ ନେଇଥିଲେ । ବକ୍ସିଂ ଡେ ଟେଷ୍ଟରେ ହ୍ୟାଟ୍ରିକ ନେଇଥିବା କଙ୍ଗାରୁଦଳର ଶେଷ ବୋଲର ଭାବେ ତାଙ୍କ ନାଁରେ ରେକର୍ଡ ରହିଛି । 2010-11ରେ ଏସେଜ କପ ସମୟରେ ନିଜ ଜନ୍ମଦିନରେ ଏହି ଉପଲବ୍ଧି ହାସଲ କରିଥିଲେ ପିଟର ।
ସୂଚନାଥାଉକି, କ୍ବିଓ୍ବିଦଳ ପକ୍ଷରେ ମେଲବର୍ଣ୍ଣ ଠାରେ ଚାଲିଥିବା 2ୟ ଟେଷ୍ଟରେ ସାମିଲ କରାଯାଇଥିଲା ସିଡଲଙ୍କୁ କିନ୍ତୁ ଏକାଦଶରେ ସ୍ଥାନ ମିଳି ନଥିଲା । ଏହି ସମୟରେ ସେ ସନ୍ୟାସ ଘୋଷଣା କରିଛନ୍ତି ।