କରାଚୀ: ପାକିସ୍ତାନ ଯୁବ କ୍ରିକେଟର ନସିମ ଶାହଙ୍କୁ 19 ବର୍ଷରୁ କମ୍ ପାକିସ୍ତାନ ବିଶ୍ବକପ ଦଳରୁ ବାଦ୍ ଦିଆଯାଇଛି। ଯେତେବେଳେ କି ସେ ନିଜ ପ୍ରଦର୍ଶନ ବଳରେ ଜାତୀୟ ଟିମରେ ଖେଳିବା ପାଇଁ ପ୍ରସ୍ତୁତ ଥିଲେ।
ଆସନ୍ତା 17 ତାରିଖରୁ ଦକ୍ଷିଣ ଆଫ୍ରିକାରେ ଅଣ୍ଡର-19 ବିଶ୍ବକପ୍ ଖେଳାଯିବ। 16ବର୍ଷୀୟ ନସିମଙ୍କ ବଦଳରେ ମହମ୍ମଦ ଓ୍ବାସିମ ଜୁନିୟର ଦଳରେ ସ୍ଥାନ ମିଳିଛି। ଏନେଇ ବୁଧବାର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ସୂଚନା ଦିଆଯାଇଛି। ନସିମ ଗତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଡେବ୍ୟୁ କରିସାରିଛନ୍ତି।
ପୂର୍ବରୁ 2004 ଓ 2006 ସଂସ୍କରଣ ଚମ୍ପିଆନ ପାକିସ୍ତାନ 3 ଥର ଉପବିଜେତା ହୋଇସାରିଛି । ଚଳିତ ମାସ 19 ତାରିଖରେ ପାକିସ୍ତାନ ତାର ପ୍ରଥମ ମ୍ୟାଚ୍ରେ ସ୍କଟଲାଣ୍ଡକୁ ଭେଟିବ।