ଲାହୋର: ଏସିଆ କପ 2020 ବାତିଲ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଦିନକ ପୂର୍ବରୁ କହିବା ପରେ, ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରତିକ୍ରିୟା ରଖିଛି ।
ଏସିଆନ କ୍ରିକେଟ କାଉନସିଲ(ACC) ପକ୍ଷରୁ ଏନେଇ କୌଣସି ସୂଚନା ମିଳିନଥିବା ପିସିବି ପକ୍ଷରୁ କୁହାଯାଇଛି । "ଏସିଆ କପ ନେଇ ଏସିସି ପକ୍ଷରୁ କୌଣସି ସୂଚନା ପିସିବିର ହସ୍ତଗତ ହୋଇନଥିବା କହିଛନ୍ତି, ପିସିବି ମୁଖପାତ୍ର ।"
ଅନ୍ୟପଟେ, ପାକିସ୍ତାନର ଜଣେ ସାମ୍ବାଦିକଙ୍କ ଅନୁୟାୟୀ, "ପିସିବି ମୁଖ୍ୟ ଏହସାନ ମଣି, ଏସିଆନ କ୍ରିକେଟ କାଉନସିଲର ଘୋଷଣାକୁ ଅପେକ୍ଷା କରିଥିବା କହିଛନ୍ତି ।"
ପୂର୍ବରୁ କ୍ରୀଡା ସାମ୍ବାଦିକ ବିକ୍ରାନ୍ତ ଗୁପ୍ତାଙ୍କ ସହ ଇନଷ୍ଟାଗ୍ରାମ ବାର୍ତ୍ତାଳାପରେ ବିସିସିଆଇ ସଭାପତି ଗାଙ୍ଗୁଲି, ଏସିଆ କପ 2020 ବାତିଲ ହୋଇଥିବା କହିଥିଲେ । ପିସିବି ମୁଖ୍ୟ କାର୍ଯ୍ୟନିବାହୀ ୱାସିମ ଖାନ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଏସିଆ କପ ଖେଳାଯିବ ବୋଲି କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ